ନୂଆଦିଲ୍ଲୀ: ଯାତାୟତର ଏକ ମୁଖ୍ୟ ମାଧ୍ୟମ ହେଉଛି ଟ୍ରେନ ଯାତ୍ରା । ଆମ ଦେଶରେ ପ୍ରତିଦିନ ଟ୍ରେନ ମାଧ୍ୟମରେ ଲକ୍ଷ ଲକ୍ଷ ଯାତ୍ରୀ ଯା ଆସ କରିଥାନ୍ତି । ଯାହା ଦ୍ୱାରା ଭାରତୀୟ ରେଳବାଇ ଦେଶର ଯାତ୍ରୀ ସେବାର ବୃହତ୍ ଭାଗ ଅଧିଗ୍ରହଣ କରିଛି । ସେଥିପାଇଁ ରେଳବାଇକୁ ଦେଶର ଯାତ୍ରୀ ସେବାର ଲାଇଫ୍ ଲାଇନ୍ ବୋଲି କୁହାଯାଏ ।  ହେଲେ ଏବେ ଏହି ରେଳବାଇ ସଂପୂର୍ଣ୍ଣ କିମ୍ବା ଆଂଶିକ ଭାବରେ ଅନେକ ଟ୍ରେନକୁ ବାତିଲ କରିଦେଇଛି ।


COMMERCIAL BREAK
SCROLL TO CONTINUE READING

ବେଳେବେଳେ ବିଭିନ୍ନ କାରଣରୁ ରେଳବାଇ ବିଭିନ୍ନ ଟ୍ରେନ୍ ବାତିଲ୍, ପୁନଃନିର୍ଦ୍ଧାରଣ କିମ୍ବା ଡାଇଭର୍ଟ କରିଥାଏ । ଖରାପ ପ୍ରଥମ କାରଣ ହେଉଛି ଖରାପ ପାଗ । ଅନ୍ୟ କାରଣ ମଧ୍ୟରେ ରେଳ ଟ୍ରାକ୍ ମରାମତି ମଧ୍ୟ ଟ୍ରେନ୍ ବାତିଲ ହେବାର ଏକ କାରଣ ହୋଇଥାଏ । ପ୍ରତିଦିନ ହଜାର ହଜାର ଟ୍ରେନ୍ ଟ୍ରାକ ଉପରେ ଗଡ଼ିଥାଏ । ସେଥିପାଇଁ ଟ୍ରାକଗୁଡ଼ିକର ମରାମତି ଏବଂ ସଠିକ୍ ଭାବରେ ରକ୍ଷଣାବେକ୍ଷଣ କରିବା ମଧ୍ୟ ଆବଶ୍ୟକତା ରହିଥାଏ । ଏହି କାରଣରୁ ଆଜି ଟ୍ରେନ୍ ଗୁଡ଼ିକୁ ବାତିଲ କରାଯାଇଛି ।


ତେବେ ଆଜି ରେଳବାଇ ପକ୍ଷରୁ ମୋଟ ୨୩୭ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ୨୦୭ ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଛି। ୩୦ଟି ଟ୍ରେନ ଆଂଶିକ ବାତିଲ ହୋଇଛି। ଏହାଛଡ଼ା ୩ଟି ଟ୍ରେନ୍ ପୁନଃନିର୍ଦ୍ଧାରିତ ହୋଇଛି ଏବଂ ୧୭ଟି ଟ୍ରେନ୍‌କୁ ଡାଇଭର୍ଟ କରାଯାଇଛି। ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ଚାଲନ୍ତୁ ଜାଣିବା କିପରି କରିବେ ଯାଞ୍ଚ ।


ଏହିପରି ଜାଣନ୍ତୁ ବାତିଲ ହୋଇଥିବା ଟ୍ରେନର ତାଲିକା...


ଷ୍ଟେପ-୧-ସର୍ବପ୍ରଥମେ enquiry.indianrail.gov.in/mntes ୱେବସାଇଟକୁ ଯାଆନ୍ତୁ ଓ ତା' ଉପରେ କ୍ଲିକ୍ କରନ୍ତୁ । ଏଥିରେ ଯାତ୍ରା ତାରିଖ ଉପରେ କ୍ଲିକ୍ କରନ୍ତୁ ।


ଷ୍ଟେପ-୨-ଟପ ପ୍ୟାନେଲରେ ଥିବା Exceptional Trains ଅପସନକୁ କ୍ଲିକ୍ କରନ୍ତୁ ।


ଷ୍ଟେପ-୩-Cancelled Trains ଅପସନରେ କ୍ଲିକ୍ କରନ୍ତୁ ।


ଷ୍ଟେପ-୪- Fully ଏବଂ Partially ଅପସନରେ କ୍ଲିକ୍ କରନ୍ତୁ । ତାରିଖ ଅନୁଯାୟୀ ବାତିଲ, ଡାଇଭର୍ଟ ଏବଂ ପୁନଃନିର୍ଦ୍ଧାରିତ ଟ୍ରେନଗୁଡ଼ିକର ତାଲିକା ଯାଞ୍ଚ କରନ୍ତୁ ।


ଏହାସହ ଅଧିକ ବିବରଣୀ ପାଇଁ enquiry.indianrail.gov.in/mntes ଲଗ ଇନ କିମ୍ୱା NTES ଆପ ବ୍ୟବହାର କରିପାରିବେ ।


ଏହା ବି ପଢ଼ନ୍ତୁ: ଇମ୍ରାନଙ୍କ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଭୂକମ୍ପ! ଇସ୍ତଫା ଦେଇ ପାରନ୍ତି ରମିଜ ରାଜା


ଏହା ବି ପଢ଼ନ୍ତୁ: ପିଏମ ହେବା ପୂର୍ବରୁ ନିଜ ଅସଲ ରୂପ ଦେଖାଇଲେ ଶାହବାଜ ସରିଫ; କାଶ୍ମୀରକୁ ନେଇ ବିଳାପ କଲେ