ଇମ୍ରାନଙ୍କ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଭୂକମ୍ପ! ଇସ୍ତଫା ଦେଇ ପାରନ୍ତି ରମିଜ ରାଜା
Advertisement

ଇମ୍ରାନଙ୍କ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଭୂକମ୍ପ! ଇସ୍ତଫା ଦେଇ ପାରନ୍ତି ରମିଜ ରାଜା

ଆଇସିସି ସହ ଆଲୋଚନା ପାଇଁ ରାଜ ବର୍ତ୍ତମାନ ଦୁବାଇରେ ଅଛନ୍ତି ଏବଂ ବୈଠକ ଆଜି ଶେଷ ହେବ । ଖବର ଅନୁସାରେ ଆସନ୍ତା ସପ୍ତାହରେ PCB ରେ ବଡ ପରିବର୍ତ୍ତନ କରାଯାଇପାରେ ।

(ଫାଇଲ ଫଟୋ)

Pakistan Political Crisis: ପାକିସ୍ତାନ ସରକାରରୁ ଇମ୍ରାନ ଖାନଙ୍କୁ (Imran Khan) ବହିଷ୍କାର କରାଯିବା ପରେ ପିସିବି ଅଧ୍ୟକ୍ଷ ରମିଜ ରାଜା (PCB chief Ramiz Raja) ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ଡେଲି ଜଙ୍ଗର ସୂତ୍ର ଅନୁଯାୟୀ ରମିଜ ରାଜା ଇମ୍ରାନ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରମିଜ ରାଜା ମଧ୍ୟ ନିଜ ପଦ ଛାଡିପାରନ୍ତି । କହି ରଖୁଛୁ ଯେ, ନେସନାଲ ଆସେମ୍ବ୍ଲି (NA) ରେ ଅନାସ୍ଥା ଭୋଟ ହରାଇବା ପରେ ଇମ୍ରାନ ଖାନଙ୍କୁ ହଟାଇ ଦିଆଯାଇଛି । ସୋମବାର ଦିନ ପାକିସ୍ତାନ ସଂସଦରେ ନୂତନ ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।

ରିପୋର୍ଟ ଅନୁଯାୟୀ, ରମିଜ ରାଜା ଏହି ବିଷୟରେ ନିଜର ଘନିଷ୍ଠ ବନ୍ଧୁମାନଙ୍କ ସହ ପରାମର୍ଶ କରିଛନ୍ତି । ଦୁବାଇରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସହିତ ସାକ୍ଷାତ ପରେ ପିସିବି ଅଧ୍ୟକ୍ଷ ତାଙ୍କ ଇସ୍ତଫା ଘୋଷଣା କରିବାର ସମ୍ଭାବନା ରହିଛି ।

ଆଇସିସି ସହ ଆଲୋଚନା ପାଇଁ ରାଜ ବର୍ତ୍ତମାନ ଦୁବାଇରେ ଅଛନ୍ତି ଏବଂ ବୈଠକ ଆଜି ଶେଷ ହେବ । ଆସନ୍ତା ସପ୍ତାହରେ (ଏପ୍ରିଲ 11 ରୁ) PCB ରେ ବଡ ପରିବର୍ତ୍ତନ କରାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ । 

ଏଥିସହ ଘରୋଇ କ୍ରିକେଟ୍ ଗଠନରେ ପରିବର୍ତ୍ତନ କରାଯାଇପାରେ, ବିଭାଗୀୟ କ୍ରିକେଟ୍ ପୁନଃ ସ୍ଥାପିତ ହୋଇପାରେ ।

ଉଲ୍ଲେଖନୀୟ କଥା ହେଉଛି, ୩ ବର୍ଷ ୭ ମାସ ୨୩ ଦିନ ପରେ ଇମ୍ରାନ ଖାନଙ୍କ ସରକାର ଭାଙ୍ଗି ଯାଇଛି ଏବଂ ନୱାଜ ସରିଫଙ୍କ ସାନଭାଇ ଶାହବାଜ ସରିଫଙ୍କୁ ନୂତନ ପ୍ରଧାନମନ୍ତ୍ରୀ କରିବା ପାଇଁ ବିରୋଧୀ ଦଳ ବାଛି ସାରିଛନ୍ତି ।

ଏହା ବି ପଢ଼ନ୍ତୁ: ପିଏମ ହେବା ପୂର୍ବରୁ ନିଜ ଅସଲ ରୂପ ଦେଖାଇଲେ ଶାହବାଜ ସରିଫ; କାଶ୍ମୀରକୁ ନେଇ ବିଳାପ କଲେ

ଏହା ବି ପଢ଼ନ୍ତୁ: ପାକିସ୍ତାନର ନୂଆ ସରକାରରେ କିଏ ହେବେ ବୈଦେଶିକ ମନ୍ତ୍ରୀ? ଏହି ଯୁବ ନେତାଙ୍କ ନାମରେ ଚର୍ଚ୍ଚା