ୟୁକ୍ରେନ୍ ଉପରେ ହାଇପର-ସୋନିକ୍ କିଞ୍ଜଲ୍ ମିସାଇଲ୍ ମାଡ଼ : ୩୧ ମୃତ
Hypersonic missiles: ସୋମବାର ଘନଘନ ଏୟାର ଷ୍ଟାଇକ୍ରେ ପ୍ରାୟ ୩୧ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୀଭର ୫ଟି ସ୍ଥାନରେ ହମଲା ହୋଇଛି । କୀଭରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ମିସାଇଲ ପଡିବାରୁ ତାହା ଧ୍ବଂସ ହୋଇଛି । ଅନେକ ଲୋକ ଧ୍ବଂସାବଶେଷ ଭିତରେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି
Hypersonic missiles: ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଦୁଇ ବର୍ଷରୁ ଅଧିକ ହେଲାଣି । ହେଲେ ଏ ପର୍ଯ୍ୟନ୍ତ ଯୁଦ୍ଧ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚି ପାରିନି । ରୁଷ୍ ସେନା ଲଗାତାର ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି।ସୋମବାର ରୁଷ୍ ସେନା ୟୁକ୍ରେନ୍ର ରାଜଧାନୀ କିଓ଼୍ବର ଅନେକ ଅଞ୍ଚଳରେ ଯୁଦ୍ଧାସ୍ତ୍ର ପ୍ରୟୋଗ କରିଛି।ପାଖାପାଖି ୧୨ ଟି ମିଶାଇଲ୍ ମାଡ଼ କରିଛି । ଫଳରେ ୩୧ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।
ସୋମବାର ଘନଘନ ଏୟାର ଷ୍ଟାଇକ୍ରେ ପ୍ରାୟ ୩୧ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୀଭର ୫ଟି ସ୍ଥାନରେ ହମଲା ହୋଇଛି । କୀଭରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ମିସାଇଲ ପଡିବାରୁ ତାହା ଧ୍ବଂସ ହୋଇଛି । ଅନେକ ଲୋକ ଧ୍ବଂସାବଶେଷ ଭିତରେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତିଯେ, କୀଭର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ମିସାଇଲ ମାଡ଼ ହୋଇଛି । ଏଥିରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ମଧ୍ୟ ସାମିଲ୍ ରହିଛି । ଫଳରେ ଓଖମତଡିଟ୍ ସ୍ଥିତ ଶିଶୁ ହସ୍ପିଟାଲ ସମେତ ଅନେକ ଅଟ୍ଟାଳିକା ଧ୍ବଂସ ହୋଇଯାଇଛି । ଶିଶୁ ହସ୍ପିଟାଲର ଭଗ୍ନାବଶେଷ ତଳେ ବହୁ ଲୋକ ଚାପିହୋଇ ରହି ରହିଛନ୍ତି । ସେମାନଙ୍କ ମଧ୍ୟରେ ଶିଶୁ, ରୋଗୀ, ଡାକ୍ତର ଓ ସାଧାରଣ ଜନତା ଅଛନ୍ତି ।
ଅନ୍ୟପଟେ ମଧ୍ୟ- ୟୁକ୍ରେନର କୀଭ୍ ସହରରେ ଏ ହମଲାରେ ୧୦ଜଣ ପ୍ରାଣ ହରାଇଥିବା ୟୁକ୍ରେନ ଗୃହମନ୍ତ୍ରୀ ଇହୋରି Q କ୍ଲିମେଙ୍କୋ କହିଛନ୍ତି। ଏହି ହମଲାରେ ୧୫୪ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସେପଟେ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ଆମକୁ ବୁଝିବାକୁ ହେବ ଯେ ଋଷ୍ ସରକାର ଦମନ ପାଇଁ କେତେ ତଳକୁ ଖସିଯାଇଛି ।
କିଛି ଦିନ ଶାନ୍ତ ରହିବା ପରେ ପୁଣି ଥରେ ରୁଦ୍ର ରୂପ ଦେଖାଇଛି ଋଷ୍ ସେନା । ଚଳିତ ମାସରେ ୟୁକ୍ରେନ ଉପରେ ସବୁଠୁ ବଡ଼ ମିସାଇଲ୍ ଆକ୍ରମଣ କରିଛି । ହମଲାରେ ହାଇପର-ସୋନିକ୍ କୀଞ୍ଜଲ୍ ମିସାଇଲ୍ ବ୍ୟବହାର ହୋଇଥିବା ୟୁକ୍ରେନ ସରକାର ଅଭିଯୋଗ କରିଛନ୍ତି । ଏହି ମିସାଇଲ୍ ଋଷ୍ ସବୁଠୁ ଅତ୍ୟାଧୁନିକ ମାରଣାସ୍ତ୍ର । କୀଞ୍ଜଲ ଶବ୍ଦର ଗତି ଠାରୁ ୧୦ ଗୁଣା ଅଧିକ ବେଗରେ ଗତି କରିଥାଏ । ଏହାକୁ ଅଟକାଇବା ମୁସ୍କିଲ୍ । ଏହି ମିସାଇଲ୍ ମାଡ଼ ପରେ କିଛି ସମୟ ପାଇଁ ଭୂମିକମ୍ପ ଭଳି ଅନୁଭୁତ ହୋଇଥିଲା।