IAF Group Captain Shaliza Dhami: ଭାରତୀୟ ବାୟୁସେନା ଇତିହାସରେ ପ୍ରଥମ ଥର ପାଇଁ ନିଆଯାଇଛି ଏକ ଐତିହାସିକ ନିଷ୍ପତ୍ତି। ଭାରତୀୟ ବାୟୁସେନା ପଶ୍ଚିମ ସେକ୍ଟର ଠାରେ ଫ୍ରଣ୍ଟଲାଇନ ଯୁଦ୍ଧ ୟୁନିଟ ନେତୃତ୍ୱ ନେବା ପାଇଁ ଗ୍ରୁପ୍ କ୍ୟାପଟେନ୍ ଶାଲିଜା ଧାମିଙ୍କୁ ଚୟନ କରିଛି। ବାୟୁସେନା ଇତିହାସରେ ଏହା ପ୍ରଥମ ଥର ପାଇଁ ହୋଇଛି। ଯେତେବେଳେ ଜଣେ ମହିଳା ଅଧିକାରୀଙ୍କୁ ଫ୍ରଣ୍ଟଲାଇନ ଯୁଦ୍ଧ ୟୁନିଟ କମାଣ୍ଡ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ମାସର ଆରମ୍ଭରେ ସେନା ପ୍ରଥମ ଥର ପାଇଁ ମେଡିକାଲ୍ ଷ୍ଟ୍ରିମ୍ ବାହାରେ ମହିଳା ଅଧିକାରୀଙ୍କୁ ନେତୃତ୍ୱ ଦେବା ଆରମ୍ଭ କରିଥିଲା। ଏହା ମଧ୍ୟରୁ ପ୍ରାୟ ୫୦ ଅଗ୍ରଗାମୀ ସମେତ ଅପରେସନ୍ କ୍ଷେତ୍ରରେ ନେତୃତ୍ୱ ନେବେ। ଏହା ଉଭୟ ଉତ୍ତର ଏବଂ ପୂର୍ବାଞ୍ଚଳ କମାଣ୍ଡ ଅଧିନରେ ରହିବ।


COMMERCIAL BREAK
SCROLL TO CONTINUE READING

ଯଦି ଭାରତୀୟ ବାୟୁସେନା (Indian Air Force) ଆଇଏଏଫ (IAF) ଗ୍ରୁପ୍ କ୍ୟାପଟେନ୍ ଶାଲିଜା ଧାମୀଙ୍କ (Group Captain Shaliza Dhami) ବିଷୟରେ କୁହାଯାଏ, ତାହେଲେ ସେ ୨୦୦୩ ମସିହାରେ ହେଲିକପ୍ଟର ପାଇଲଟ୍ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କର ୨୮୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା ରହିଛି। ଜଣେ ଯୋଗ୍ୟ ଫ୍ଲାଇଙ୍ଗ୍ ପ୍ରଶିକ୍ଷକ ଭାବେ ଜଣାଶୁଣା ଶାଲିଜା ଧାମୀ ପଶ୍ଚିମ ସେକ୍ଟର ଠାର ଏକ ହେଲିକପ୍ଟର ୟୁନିଟ ଫ୍ଲାଇଟ୍ କମାଣ୍ଡର ଭାବରେ କାର୍ଯ୍ୟ କରିଛନ୍ତି। ବାୟୁସେନାରେ ଗ୍ରୁପ୍ କ୍ୟାପଟେନ୍ ସେନାର ଜଣେ କର୍ଣ୍ଣେଲ ରାଙ୍କ ସହ ସମାନ ବୋଲି ବିବେଚନା କରାଯାଏ। ଦୁଇ ଥର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ସମ୍ମାନିତ ହେବା ପରେ ଏହି ଅଧିକାରୀ ବର୍ତ୍ତମାନ ଫ୍ରଣ୍ଟଲାଇନ କମାଣ୍ଡ ମୁଖ୍ୟାଳୟର ଅପରେସନ୍ ଶାଖାରେ ନିଯୁକ୍ତ ହୋଇଛନ୍ତି।