Delhi IGI Airports Create Record:ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ହେବାର ରେକର୍ଡ ହାସଲ କରିଛି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର।  ବିଶ୍ୱସ୍ତରରେ ବିମାନଯାତ୍ରୀଙ୍କ ବାବଦରେ ତଥ୍ୟ ପ୍ରଦାନ କରୁଥିବା ଅଫିସିଆଲ୍ ଏୟାରଲାଇନ୍ ଗାଇଡ୍ ନାମକ ଏକ ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟ ଜରିଆରେ କୁହାଯାଇଛି ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସରେ ନୂଆଦିଲ୍ଲୀସ୍ଥିତ ବିମାନବନ୍ଦର ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ଉଭା ହୋଇଛି। 


COMMERCIAL BREAK
SCROLL TO CONTINUE READING

ଏନେଇ ଅଫିସିଆଲ୍ ଏୟାରଲାଇନ୍ ଗାଇଡ୍ (Official Airline Guide) ପକ୍ଷରୁ ବିମାନ ଯାତ୍ରୀ ପରିବହନ ତାଲିକାରେ  ଆଟଲାଣ୍ଟା  ପ୍ରଥମ ସ୍ଥାନ ବଜାୟ ରଖିଥିବା ବେଳେ ନୂଆଦିଲ୍ଲୀ ଏବଂ ଦୁବହାଇ ବିମାନ ବନ୍ଦର ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଗତ ଫେବୃଆରୀରେ ବ୍ୟସ୍ତବହୁଳ ବିମାନବନ୍ଦର ତାଲିକାରେ ଦୁବାଇ ଏବଂ ନୂଆଦିଲ୍ଲୀ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ। ଆମେରିକାସ୍ଥିତ ଆଟଲାଣ୍ଟା, ଭାରତର ନୂଆଦିଲ୍ଲୀ ଏବଂ ସଂଯୁକ୍ତ ଆରବ ଅମିରାତସ୍ଥିତ ଦୁବାଇ ବିମାନ ବନ୍ଦରରେ ଯଥାକ୍ରମେ ୪୪.୨ ଲକ୍ଷ, ୩୬.୧ ଲକ୍ଷ ଏବଂ ୩୫.୫ ଲକ୍ଷ ଯାତ୍ରୀ ସେମାନଙ୍କ ବିମାନ ଯାତ୍ର କରୁଛନ୍ତି।  


Also Read: Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA


ବିମାନ ଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି  ଦିଲ୍ଲୀ ଏୟାରପୋର୍ଟ ଇଣ୍ଟରନେସନାଲ ଲିମିଟେଡ଼ (Delhi Airport International Limited) ଡାୟଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଇଓ (Delhi IGI Airport Dial CEO) ବିଦେହ କୁମାର ଜୟପୁରିୟାର କହିଛନ୍ତି କୋରୋନା ମହାମାରୀର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହୋଇଛି। ଏହାର ଫଳସ୍ୱରୂପ ଲଗାତାର ଭାବେ ୨ ବର୍ଷ ଧରି ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଯାହରା ଖରାପ ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। କୋରୋନା ମହାମାରୀର ମୁକାବିଲା ପାଇଁ ସାରା ବିଶ୍ୱରେ କୋରୋନା ଟିକାକରଣ ଜାରି ରହିଥିବା ବେଳେ ସରକାର ବିମାନ ଯାତ୍ରା ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅନେକାଂଶରେ କୋହଳ କରିଛନ୍ତି। ଭାରତ ଗତ ମାସରେ ଏହାର ସୀମା ଖୋଲିଛି। ସମ୍ପୂର୍ଣ୍ଣ କୋରୋନା ଟିକାକରଣ କରିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଦେଶକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଏହି ପଦକ୍ଷେପ ପର୍ଯ୍ୟଟନ ଶିଳ୍ପ ଲାଗି ବେଶ ସହାୟକ ହେବ ସହ ବିମାନ ଯାତ୍ରା ଆବଶ୍ୟକୀୟ ମାତ୍ରାରେ ବୃଦ୍ଧି ପାଇଛି।