Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA
Advertisement

Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA

ପ୍ରଶିକ୍ଷଣରେ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟାମକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Action on Pilots: ୯୦ ଚାଳକଙ୍କୁ Boeing 737 MAX ବିମାନ ଉଡ଼ାଇବାରୁ ରୋକିଲା DGCA

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସ୍ପାଇେସଜେଟ ର ୯୦ ଚାଳକଙ୍କୁ ବୋଇଙ୍ଗ ୭୩୭ ମ୍ୟାକ୍ସ ଉଡ଼ାଇବା ଉପରେ ରୋକ ଲଗାଇଛି। ଏହି ଚାଳରଙ୍କୁ ସଠିକ୍ ତାଲିମ ମିଳି ନଥିବାରୁ  ନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ଏନେଇ ନିର୍ଦ୍ଦଶାଳୟ ମୁଖ୍ୟ ମୁଖ୍ୟ ଅରୁଣ କୁମାର ଏକ ବିବୃତ୍ତି ଜାରି କରି କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ଚାଳକଙ୍କୁ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ବାରଣ କରିଛୁ। ବିମାନ ଉଡ଼ାଇବା ପାଇଁ ସେମାନଙ୍କୁ ପୁନର୍ବାର ସଫଳତାର ସହିତ ତାଲିମ ନେବାକୁ ହେବ। ପ୍ରଶିକ୍ଷଣରେ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ନିୟାମକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଦିସ ଅବାବା ଠାରେ ଏକ ଇଥିଓପିଆନ୍ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବୋଇଂ ୭୩୭ ମ୍ୟାକ୍ସ (Boeing 737 MAX) ବିମାନ ଦୁର୍ଘଟଣା ହେବାର ୩ ପରେ ୨୦୧୯, ୧୩ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (Directorate General of Civil Aviation) ଡିଜିସିଏ (DGCA) ବୋଇଙ୍ଗ 737 MAX ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହି ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ସମେତ ମୋଟ ୧୫୭ ଜଣଙ୍କ ମୃତ୍ୟୁ ହୋଇଥିଲା। ଆମେରିକୀୟ ବିମାନ ନିର୍ମାତା ବୋଇଙ୍ଗ ବିମାନରେ ଆବଶ୍ୟକ ସଫ୍ଟୱେୟାର ଉନ୍ନତି କରାଯିବା ପରେ ଗତ ବର୍ଷ ଅଗଷ୍ଟରେ ଏହି ବିମାନ ଉପରେ ଲାଗା ଯାଇଥିବା ପ୍ରତିବନ୍ଧକକୁ ହଟାଇଥିଲା ଡିଜିସିଏ। 

Also Read: କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଡିଜିସିଏ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରି ସ୍ପାଇସଜେଟ (SpiceJet) ମୁଖପାତ୍ର କହିଛନ୍ତି ଯେ ଡିଜିସିଏ 90 ପାଇଲଟଙ୍କ ଟ୍ରେନିଂ ପ୍ରୋଫାଇଲ ଉପରେ ଏକ ନଜର ରଖିଥିଲେ ଏବଂ ସେମାନଙ୍କୁ ବୋଇଙ୍ଗ ୭୩୭ ମ୍ୟାକ୍ସ ଉଡ଼ାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଡିଜିସିଏ ନିର୍ଦ୍ଦେଶ ଅନୁଯାୟୀ ସ୍ପାଇସଜେଟ୍ ୯୦ ଚାଳକଙ୍କୁ ମ୍ୟାକ୍ସ ବିମାନ ଉଡ଼ାଇବାରୁ ଅଟକାଇଛି। ଏହି ପାଇଲଟ ଡିଜିସିଏ ସନ୍ତୁଷ୍ଟି ପାଇଁ ପୁନର୍ବାର ତାଲିମ ଗ୍ରହଣ କରିବେ। 

Also Read: ରାସ୍ତାରେ ଅଟକିଗଲା Air India ବିମାନ; Viral ହେଲା Video

ଡିଜିସିଏ କାର୍ଯ୍ୟାନୁଷ୍ଠାନ ପରେ ସ୍ପାଇସଜେଟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି ନିଷ୍ପତ୍ତି ଦ୍ୱାରା ମ୍ୟାକ୍ସ ବିମାନ ଉଡାଣ କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ସ୍ପାଇସଜେଟ୍ ବର୍ତ୍ତମାନ ୧୧ MAX ବିମାନ ଚଳାଉଛି ଏବଂ ଏହି ବିମାନ ଚଳାଇବା ପାଇଁ ପ୍ରାୟ ୧୪୪ ପାଇଲଟ୍ ଆବଶ୍ୟକ। ମ୍ୟାକ୍ସ ବିମାନା ପାଇଁ ଆବଶ୍ୟକ ୬୫୦ ତାଲିମପ୍ରାପ୍ତ ପାଇଲଟଙ୍କ ମଧ୍ୟରୁ ୫୬୦ ଚାଳକ ବର୍ତ୍ତମାନ ଉପଲବ୍ଧ ଅଛନ୍ତି।