ନୂଆଦିଲ୍ଲୀ: ଦେଶର ମାଣ୍ଡିଗୁଡ଼ିକରେ ନୂଆ ତୈଳବୀଜ ଫସଲର ଆଗମନ ମଧ୍ୟରେ ଗତ ସପ୍ତାହରେ ଦିଲ୍ଲୀର ତୈଳବୀଜ ବଜାରରେ ସୋରିଷ (Mustard), ଚିନାବାଦାମ (Peanuts), କପା ବିହନ ଏବଂ ସୋୟାବିନ (Soybean) ର ମୂଲ୍ୟ ହ୍ରାସ ପାଇଛି । ସେପଟେ ବୈଶ୍ୱିକ ସ୍ତରରେ ମୂଲ୍ୟରେ ବୃଦ୍ଧି ହେବାରୁ ସୋୟାବିନ୍ (Soybean Oil) ଓ ପାମୋଲିନ ତେଲ (Palmolein Oil) ର ମୂଲ୍ୟ ମଜଭୁତ ହୋଇଛି ।


COMMERCIAL BREAK
SCROLL TO CONTINUE READING

ମାର୍କେଟ ସୂତ୍ରରୁ ପ୍ରକାଶ ଯେ, କପା ବିହନର ଆଗମନ ଆରମ୍ଭ ହୋଇଥିବାବେଳେ ଚିନାବାଦାମ (Peanuts) ର ନୂଆ ଫସଲର ଆଗମନ ଆରମ୍ଭ ହେବାକୁ ଯାଉଛି । ନୂତନ ଫସଲ ଆସିବା ସମୟରେ ସାଧାରଣତଃ ସ୍ପଟ୍ ମୂଲ୍ୟ ଖସିଥାଏ । ଏହି କାରଣରୁ ସମୀକ୍ଷାଧୀନ ସପ୍ତାହରେ ଏହି ଦୁଇଟି ତେଲର ମୂଲ୍ୟରେ ହ୍ରାସ ସହ ବନ୍ଦ ହୋଇଛି । କୃଷକମାନେ ମଧ୍ୟ ସେମାନଙ୍କର ପୁରୁଣା ଚିନାବାଦାମ ବିକ୍ରୟ କରୁଥିବା ଦେଖାଯାଇଥିଲା ।


ସୋୟାବିନ କ୍ଷେତ୍ରରେ ବଜାର ପ୍ରଭାବ ସୋୟାବିନ ତେଲମୁକ୍ତ ତେଲ (DOC) ଅଧିକ ହୋଇଥାଏ । ଯାହା ବଜାର ସ୍ଥିତିକୁ ସ୍ଥିର କରିଥାଏ । DOC ଆମଦାନୀରେ ରିହାତି ଦେବା ପରେ ସ୍ଥାନୀୟ ଉତ୍ପାଦନକୁ ଅବଶୋଷଣକୁ ନେଇ ଚିନ୍ତା ବଢ଼ିଛି । ଏହି କାରଣରୁ ସୋୟାବିନ୍ ଦାନା ଓ ସୋୟାବିନ୍ ଲୁଜ୍ ର ମୂଲ୍ୟ ସମୀକ୍ଷାଧୀନ ସପ୍ତାହରେ କ୍ଷତି ଦର୍ଶାଇ ବନ୍ଦ ହୋଇଛି ।


ଅନ୍ତର୍ଜାତୀୟ ବଜାରରେ ପାମ୍ ତେଲ (CPO) ଓ ସୋୟାବିନ୍ ମୂଲ୍ୟରେ ବୃଦ୍ଧି ହେତୁ ସୋୟାବିନ୍ ତେଲ ମୂଲ୍ୟ ମଜଭୁତ ହୋଇଛି । ପୂର୍ବେ ସୋୟାବିନ୍ ମୂଲ୍ୟ ୧,୩୫୦ ଡଲାର ତୁଳନାରେ ବଢ଼ି ୧,୩୮୫ ଡଲାର ପ୍ରତି ଟନ୍ କରିଦିଆଯାଇଛି । ଅନ୍ୟପଟେ ସିପିଓର ମୂଲ୍ୟ ୧,୨୨୦ ଡଲାରରୁ ବଢ଼ି ୧,୨୬୦ ଡଲାର ପ୍ରତି ଟନ୍ କରାଯାଇଛି । ଏହି ବୃଦ୍ଧି ହେତୁ ସମୀକ୍ଷାଧୀନ ସପ୍ତାହରେ ସୋୟାବିନ୍ ଦିଲ୍ଲୀ ଓ ସୋୟାବିନ୍ ଇନ୍ଦୋର ତୈଳ ମୂଲ୍ୟରେ ସୁଧାର ଆସିଛି ।


ପୂର୍ବରୁ ପାମୋଲିନ ଆମଦାନୀ ଶସ୍ତା ଥିଲା ଓ ବର୍ତ୍ତମାନ ଏହା ମହଙ୍ଗା ହେଉଛି । ଏହି କାରଣରୁ ପାମୋଲିନ ତେଲର ମୂଲ୍ୟ ମଜବୁତ ହୋଇଛି ।


ସୂତ୍ରରୁ ପ୍ରକାଶ ଯେ, ସୋରିଷ କ୍ଷେତ୍ରରେ ଦେଖିବା ତ ଫ୍ୟୁଚର ବାଣିଜ୍ୟରେ ଗତ ସପ୍ତାହ ତୁଳନାରେ ଏହାର ମୂଲ୍ୟ କ୍ୱିଣ୍ଟାଲ ପିଛା ୨୦୦-୨୫୦ ଟଙ୍କା ହ୍ରାସ ପାଇଛି । କିନ୍ତୁ ଏହି ମୂଲ୍ୟର ହ୍ରାସ ସ୍ପଟ୍ ମୂଲ୍ୟ ଉପରେ ଅଧିକ ପ୍ରଭାବ ପକାଇ ନାହିଁ ବୋଲି ସେ କହିଛନ୍ତି । ସମୀକ୍ଷାଧୀନ ସପ୍ତାହରେ ସୋରିଷ ମଞ୍ଜି (ତେଲ ବିହନ) ଓ ସୋରିଷ ଦାଦ୍ରୀର ମୂଲ୍ୟ ଯଥାକ୍ରମେ ୪୦ ଟଙ୍କା ହ୍ରାସ ପାଇଛି ।


ସେ କହିଛନ୍ତି ଯେ ଗତ ସପ୍ତାହରେ ଦେଶର ମାଣ୍ଡିରେ ସୋରିଷର ଆଗମନ ପ୍ରାୟ ୨.୩୫ ଲକ୍ଷ ବସ୍ତା ଥିଲା, ଯାହା ସମୀକ୍ଷାଧୀନ ସପ୍ତାହରେ ଏହା ହ୍ରାସ ଘଟି ପ୍ରାୟ ୧ ଲକ୍ଷ ବସ୍ତାକୁ ଆସିଛି । ଆଗାମୀ ଦିନରେ ଏହି ଆଗମନ ଯଥେଷ୍ଟ ହ୍ରାସ ପାଇବ କାରଣ ପାର୍ବଣ ଋତୁ ପାଖେଇ ଆସୁଛି ଓ ସୋରିଷର ପରବର୍ତ୍ତୀ ପାଚିଲା ଫସଲ ବ୍ୟତୀତ ଅଳ୍ପ କିଛି ବଡ଼ କୃଷକ ପାଖରେ ଛୋଟ ଷ୍ଟକ୍ (ପ୍ରାୟ ୧୮-୨୦ ଲକ୍ଷ ଟନ୍) ବ୍ୟତୀତ ଅନ୍ୟ କୌଣସି ଷ୍ଟକ୍ ରହିବ ନାହିଁ । ମାର୍ଚ୍ଚର ପ୍ରଥମ ସପ୍ତାହରେ ସୋରିଷର ପରିପକ୍ୱ ଫସଲ ଆସିବାର ଆଶା କରାଯାଉଛି । ଯଦିଓ ସୋରିଷର ଆଗମନ ଫେବୃଆରୀ ଦ୍ୱିତୀୟାର୍ଦ୍ଧରେ ଆରମ୍ଭ ହେବ, କିନ୍ତୁ ଏଥିରୁ ମିଳିଥିବା ତେଲରେ ସବୁଜ ରଙ୍ଗ ଥାଏ । ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଚିଲା ସୋରିଷ ଆସିବ । ବ୍ୟୟବହୁଳ ହେତୁ ପୂର୍ବ ତୁଳନାରେ ସୋରିଷର ଚାହିଦା ୧୦-୧୨ ପ୍ରତିଶତ ହ୍ରାସ ପାଇଛି । କିନ୍ତୁ ଚାହିଦା ତୁଳନାରେ ଯୋଗାଣ ବହୁତ କମ୍ ଅଟେ । 


ସେ କହିଛନ୍ତି ଯେ ଆସନ୍ତା ଶୀତ ଋତୁରେ ସୋରିଷର ଚାହିଦା ଆହୁରି ବୃଦ୍ଧି ପାଇବ ଓ ଏହି ତେଲ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ ଯାହା ସୋୟାବିନ୍ ଭଳି ଆମଦାନୀ ହୋଇପାରିବ ।


ସୋରିଷ ମଞ୍ଜି ମୂଲ୍ୟ ଗତ ସପ୍ତାହରେ କ୍ୱିଣ୍ଟାଲ ପିଛା ୪୦ ଟଙ୍କା ହ୍ରାସ ଘଟି ୮,୭୫୦-୮,୭୭୫ ଟଙ୍କା ରହିଯାଇଛି । ଯାହା ଗତ ସପ୍ତାହରେ କ୍ୱିଣ୍ଟାଲ ପିଛା ୮,୭୬୫-୮,୮୧୫ ଟଙ୍କା ଥିଲା । ସୋରିଷ ଦାଦ୍ରି ତେଲ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୦ ଟଙ୍କା ହ୍ରାସ ଘଟି ୧୭,୭୨୦ ଟଙ୍କା ରହିଯାଇଛି । ସୋରିଷର ପାକ୍କି ଘାନି ଓ କାଞ୍ଚି ଘାନି ତୈଳ ମୂଲ୍ୟ ଗତ ସପ୍ତାହରେ ଯଥାକ୍ରମେ ୨,୬୮୫-୨,୭୩୫ ଟଙ୍କା ଓ ୨,୭୭୦-୨,୮୮୦ ଟଙ୍କା ସ୍ଥିର ରହିଥିଲା ।


ସୋୟାବିନ୍ ଦାନା ଓ ଲୁଜ୍ ମୂଲ୍ୟରେ ୧୦୦୦ ଟଙ୍କା ଓ ୮୦୦ ଟଙ୍କାର ହ୍ରାସ ଘଟି କ୍ରମଶଃ: ୫,୪୦୦-୫,୬୦୦ ଟଙ୍କା ଓ କ୍ୱିଣ୍ଟାଲ ପିଛା ୫,୨୦୦-୫,୪୦୦ ଟଙ୍କାରେ ବନ୍ଦ ହୋଇଥିଲା ।


ଅନ୍ୟପକ୍ଷରେ, ସୋୟାବିନ୍ ଦିଲ୍ଲୀ ଓ ସୋୟାବିନ୍ ଇନ୍ଦୋରର ମୂଲ୍ୟରେ କ୍ୱିଣ୍ଟାଲ ପ୍ରତି ୪୦ ଟଙ୍କା ଓ ୧୦ ଟଙ୍କା ବୃଦ୍ଧି ଘଟି ୧୪,୩୪୦ ଟଙ୍କା ଓ ୧୩,୯୫୦ ଟଙ୍କାରେ ବନ୍ଦ ହୋଇଛି । ସୋୟାବିନ୍ ଡିଗମ୍ ମୂଲ୍ୟ ଅପରିବର୍ତ୍ତିତ ରହିଛି ।


ସମୀକ୍ଷାଧୀନ ସପ୍ତାହ ଶେଷରେ ଚିନାବାଦାମ ତେଲ ଓ ତୈଳବୀଜ ମୂଲ୍ୟ ହ୍ରାସ ପାଇଛି । ୩୫୦ ଟଙ୍କାର କ୍ଷତି ସହ କ୍ୱିଣ୍ଟାଲ ପିଛା ୬,୨୫୦-୬,୩୯୫ ଟଙ୍କାରେ ବନ୍ଦ ହୋଇଛି । ୭୭୦ ଟଙ୍କା କ୍ଷତି ସହ ଚିନାବାଦାମ ଗୁଜୁରାଟର ମୂଲ୍ୟ କ୍ୱିଣ୍ଟାଲ ପିଛା ୧୪,୨୮୦ ଟଙ୍କାରେ ବନ୍ଦ ହୋଇଛି । ଚିନାବାଦାମ ସୋଲଭେଣ୍ଟ ରିଫାଇନେଡ୍ ର ଦାମରେ ୧୫୫ ଟଙ୍କାର ହ୍ରାସ କ୍ୱିଣ୍ଟାଲ ପିଛା ୨,୧୪୦-୨,୨୭୦ ଟଙ୍କାରେ ବନ୍ଦ ହୋଇଛି ।


ଅଶୋଧିତ ପାମ୍ ତେଲ (CPO) ମୂଲ୍ୟ କ୍ୱିଣ୍ଟାଲ ପିଛା ୧୧,୪୩୦ ଟଙ୍କା ଅପରିବର୍ତ୍ତିତ ରହିଛି । ଅନ୍ୟପଟେ ପାମୋଲୀନ ଦିଲ୍ଲୀ ଓ ପାମୋଲିନ କାଣ୍ଡଲା ତେଲ କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଓ ୬୦ ଟଙ୍କା ବୃଦ୍ଧି ସହ ୧୩,୧୦୦ ଓ ୧୨,୦୨୦ ଟଙ୍କାରେ ବନ୍ଦ ହୋଇଛି ।


ଖୁଚୁରା ବ୍ୟବସାୟରେ ସୋରିଷ ତେଲର ମୂଲ୍ୟ ୧୬୫ରୁ ୧୭୦ ଟଙ୍କା କିଲୋଗ୍ରାମ, ରିଫାଇଣ୍ଡ ମୂଲ୍ୟ ୧୫୫ରୁ ୧୬୦ ଟଙ୍କା କିଲୋଗ୍ରାମ ଏବଂ ପାମୋଲିନ ରେଟ୍ ୧୨୦ରୁ ୧୨୫ ଟଙ୍କା କିଲୋଗ୍ରାମ ରହିଛି । ବର୍ତ୍ତମାନ ଖୁଚୁରା ରେଟରେ ମଧ୍ୟ ଏକ ଟଙ୍କା ବୃଦ୍ଧି କରିବାକୁ ସ୍ଥିର ହୋଇଛି । ଗତ ମାସରେ ଆରମ୍ଭ ହୋଇଥିବା ଖାଇବା ତେଲ ଦର ବୃଦ୍ଧି ଗତ ସପ୍ତାହରେ ବନ୍ଦ ହୋଇଯାଇଥିଲା । ଏବେ ପୁଣିଥରେ ଏହି ଧାରା ତ୍ୱରାନ୍ୱିତ ହେବା ଆରମ୍ଭ କରିଛି ।


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖବର! ମୋଦି ସରକାର ବଦଳାଇଲେ ନୋମିନୀ ସହ ଜଡ଼ିତ ନିୟମ


ଅଧିକ ପଢ଼ନ୍ତୁ:-NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା


ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍