NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା
Advertisement
Article Detail0/zeeodisha/odisha998895

NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା

ଅନେକ ଗଣମାଧ୍ୟମ ରିପୋର୍ଟ ପରେ କ୍ରୁଜ୍ର ଅଧ୍ୟକ୍ଷ ତଥା ସିଇଓ ଜୁର୍ଜେନ ବେଲୋମ ଏହି ପ୍ରସଙ୍ଗରେ କହିଛନ୍ତି ଯେ କିଛି ଯାତ୍ରୀଙ୍କ ବ୍ୟାଗରେ ନାର୍କୋଟିକ୍ସ ବିଭାଗ ଡ୍ରଗ୍ସ ପାଇଥିଲା ।

NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା

ମୁମ୍ବାଇ: NCB Raid On Cruise:ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଟିମ୍ ଅକ୍ଟୋବର ୨ରେ ମୁମ୍ବାଇ ବନ୍ଦରରୁ କ୍ରୁଜ (Cruises) ଉପରେ ଚଢାଉ କରି ଡ୍ରଗ୍ସ ଜବତ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ଏହା ଉପରେ କ୍ରୁଜ୍ କମ୍ପାନୀ ନିଜର ଅଫିସିଆଲ୍ ବୟାନ ଜାରି କରିଛି ।

ଅନେକ ଗଣମାଧ୍ୟମ ରିପୋର୍ଟ ପରେ କ୍ରୁଜ୍ର ଅଧ୍ୟକ୍ଷ ତଥା ସିଇଓ ଜୁର୍ଜେନ ବେଲୋମ ଏହି ପ୍ରସଙ୍ଗରେ କହିଛନ୍ତି ଯେ କିଛି ଯାତ୍ରୀଙ୍କ ବ୍ୟାଗରେ ନାର୍କୋଟିକ୍ସ ବିଭାଗ ଡ୍ରଗ୍ସ ପାଇଥିଲା । ବେଲୋମ କହିଛନ୍ତି, "ଏହି ଯାତ୍ରୀମାନଙ୍କୁ କର୍ଡେଲିଆ ତୁରନ୍ତ କ୍ରୁଜରୁ ଓହ୍ଲାଇ ଦେଇଥିଲା । ଏହି କାରଣରୁ କ୍ରୁଜ୍ ଚାଲିବାରେ ବିଳମ୍ବ ହୋଇଥିଲା ।"

ଅଧିକ ପଢ଼ନ୍ତୁ:-ଜାହାଜରେ ଚାଲୁଥିବା ଡ୍ରଗ୍ସ ପାର୍ଟି ଉପରେ NCB ର ଚଢ଼ାଉ, ବଲିଉଡ ଅଭିନେତାଙ୍କ ପୁଅ ସମେତ ୮ ଗିରଫ

ବେଲୋମଙ୍କ ଅନୁଯାୟୀ, "ଜାହାଜ ଛାଡ଼ିବାରେ ବିଳମ୍ବ ଯୋଗୁଁ କ୍ରୁଜରେ ଥିବା ଅତିଥି ପରିବାରଙ୍କ ଆଗରେ ଦୁଃଖ ପ୍ରକାଶ କରିଛି । ଏହି ମାମଲାରେ ଷ୍ଟେଜ୍ ଶୋ, ଖାଦ୍ୟ, ଉତ୍ସବ ସମୟରେ ଗରବା ଡ୍ୟାନ୍ସ ଏବଂ ଜାହାଜରେ ଆୟୋଜିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ସମସ୍ତ ପ୍ରକାର ସୁବିଧା ଉପଭୋଗ କରିବାରେ ବିଳମ୍ବ ହେତୁ ଯାତ୍ରୀମାନଙ୍କୁ ଅପେକ୍ଷା କରିବାକୁ ପଡିଛି ।"

ଯେତେବେଳେ ଏନସିବି ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ, କ୍ରୁଜ୍ ମ୍ୟାନେଜମେଣ୍ଟ ଓ କର୍ମଚାରୀମାନେ ସମସ୍ତ ଉପାୟରେ ଅଧିକାରୀମାନଙ୍କୁ ସମର୍ଥନ କରିଥିଲେ । କୌଣସି କର୍ମଚାରୀ କିମ୍ବା କ୍ରୁ ସଦସ୍ୟ ଏଥିରେ ସମ୍ପୃକ୍ତ ଥିବା ଜଣାପଡି ନାହିଁ ଏବଂ ପର୍ଯ୍ୟାପ୍ତ ନିଶ୍ଚିତକରଣ ପରେ ଜାହାଜକୁ ଯିବାକୁ ଅନୁମତି ଦିଆଯିବ ।