Imran Khan: ଇମ୍ରାନ ଖାନ ବାଂଲାଦେଶକୁ ନେଇ ଏପରି ବୟାନ ଦେଇଛନ୍ତି ଯାହା ପାକିସ୍ତାନର ସରକାର, ସେନା କିମ୍ବା ସେଠାକାର ଲୋକମାନଙ୍କୁ କେବେବି ପସନ୍ଦ ଆସି ନାହିଁ । ବାଂଲାଦେଶ ସୃଷ୍ଟି ପାଇଁ ଇମ୍ରାନ ଖାନ (Imran Khan) ସିଧାସଳଖ ପାକିସ୍ତାନ ଓ ସେନାକୁ ଦାୟୀ କରିଛନ୍ତି । ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ, ଗୁଳି ମାଡ଼ ହେବା ପରେ ସେ ବାଂଲାଦେଶ କଥାକୁ ମନେ ପକାଇଛନ୍ତି । କେବଳ ଏତିକି ନୁହେଁ, ଏହି ପ୍ରସଙ୍ଗରେ ତାଙ୍କୁ ପାକିସ୍ତାନର ଭୁଲ ମଧ୍ୟ ଦେଖିବାକୁ ମିଳିଛି ଓ ନିଜକୁ ଶେଖ ମୁଜିବୁର ରହମାନଙ୍କ ସହିତ ତୁଳନା ମଧ୍ୟ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଲୋକମାନଙ୍କୁ ସମ୍ବୋଧିତ କରି ଇମ୍ରାନ ଖାନ କହିଛନ୍ତି ଯେ, "ପୂର୍ବ ପାକିସ୍ତାନରେ କ’ଣ ହେଲା? ନିର୍ବାଚନରେ ​​ବିଜୟୀ ହୋଇଥିବା ଦଳ ବିରୋଧରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଦଳକୁ ତାର ଅଧିକାରକୁ ବଞ୍ଚିତ କରାଯାଇଥିଲା । ମୁଁ ୧୯୭୧ ମସିହାର ୧୮ ବର୍ଷ ପରେ ବାଂଲାଦେଶରେ ଭାରତ ବିପକ୍ଷରେ ପ୍ରଦର୍ଶନୀ ମ୍ୟାଚରେ ଖେଳିବାକୁ ଯାଇଥିଲି ।  ଆମେ ଦୁଇ ମ୍ୟାଚର ସିରିଜ୍ ଜିତିଥିଲୁ । ସେତେବେଳେ ୧୯୭୧ ମସିହାରେ ପାକିସ୍ତାନରେ ବାଂଲାଦେଶ ପ୍ରତି ବହୁତ ଘୃଣା ଥିଲା । ଯେତେବେଳେ ଆମେ ପ୍ରଦର୍ଶନୀ ମ୍ୟାଚ୍ ଜିତିଥିଲୁ, ୫୦,୦୦୦ ଲୋକ ପୂରା ଷ୍ଟାଡିୟମ ପାକିସ୍ତାନ ଜିନ୍ଦବାଦ ନାରା ଲଗାଇଥିଲେ, ସେତେବେଳେ ମୁଁ ଅନୁଭବ କଲି ଯେ ଆମେ କେଉଁ ଅନ୍ୟାୟ କରିଛୁ? ସେମାନେ ଆମକୁ ଛାଡିବାକୁ ଚାହୁଁ ନଥିଲେ କିନ୍ତୁ ଆମ୍ଭେ ସେମାନଙ୍କ ପ୍ରତି ନ୍ୟାୟ କରି ନାହୁଁ ।"


ବାଂଲାଦେଶ ସହିତ ସାମ୍ପ୍ରତିକ ପରିସ୍ଥିତିକୁ ତୁଳନା କରି ଇମ୍ରାନ ଖାନ କହିଛନ୍ତି ଯେ, "ବର୍ତ୍ତମାନ ସମାନ ଘଟଣା ଘଟୁଛି । ଦେଶର ସବୁଠୁ ବଡ଼ ରାଜନୈତିକ ଦଳକୁ ହଟାଯାଉଛି ଓ ତାର ନେତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଉଛି ।" ଇମ୍ରାନ ଖାନ ବର୍ତ୍ତମାନ ସିଧାସଳଖ ସେନାକୁ ଘେରୁଛନ୍ତି । ଇମ୍ରାନ ଖାନ କହିଛନ୍ତି ଯେ, ତାଙ୍କ ଚାକରମାନଙ୍କୁ ତାଙ୍କ ଗୁଇନ୍ଦାଗିରି କରିବା ପାଇଁ ଅର୍ଥ ପ୍ରଦାନ କରାଯାଇଛି ଓ ତାଙ୍କ ଫୋନ କଲ ମଧ୍ୟ ରେକର୍ଡ କରାଯାଇଛି । ଏଥିସହ ସେନା ମୁଖ୍ୟ ଜଣେ ବରିଷ୍ଠ ସେନା ଅଧିକାରୀଙ୍କୁ ଇସ୍ତଫା ଦେବାକୁ କହିଛନ୍ତି, ଯିଏ ତାଙ୍କ ହତ୍ୟା ଉଦ୍ୟମରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି । 


ଅଧିକ ପଢ଼ନ୍ତୁ:-ଆଇସିସି ନେଲା ବଡ଼ ପଦକ୍ଷେପ, ସେମିଫାଇନାଲ-ଫାଇନାଲ ପାଇଁ ବଦଳାଇଲା ନିୟମ


ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ବରର ନୋଟ୍ ତ ମିଳିବ ୩ ଲକ୍ଷ ଟଙ୍କା; ଜାଣନ୍ତୁ କେମିତି...


ଅଧିକ ପଢ଼ନ୍ତୁ:-ସ୍ଥିର ହୋଇସାରିଛି ଜିମ୍ବାୱେ ବିପକ୍ଷରେ ଭାରତର ଚୂଡ଼ାନ୍ତ ଏକାଦଶ, ରୋହିତ ଏହି ଫ୍ଲପ୍ ଖେଳାଳିଙ୍କୁ ଟିମରୁ କରିବେ ବାହାର!


 


ସୂଚନାଯୋଗ୍ୟ, ଏକ ଆକ୍ରମଣରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କୁ ଲାହୋରର ଶୌକତ ଖାନୁମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛି । ପିଟିଆଇ ଅଧ୍ୟକ୍ଷ ଇମ୍ରାନଙ୍କ ଉପରକୁ ଗୁଳି ଚଳାଇବା ବିରୋଧରେ ପାକିସ୍ତାନର ସମସ୍ତ ବଡ ଓ ଛୋଟ ସହରରେ ହିଂସାତ୍ମକ ପ୍ରଦର୍ଶନ ଚାଲିଛି । ଏହା ବ୍ୟତୀତ ଅନ୍ୟ ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ଼ କରିବାକୁ ନେଇ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଛି । ଇମ୍ରାନ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।