ନୂଆଦିଲ୍ଲୀ: Imran Khan Slap Controversy: ପାକିସ୍ତାନ (Pakistan) ରେ ଇମ୍ରାନ ସରକାର (Imran Khan Government) ଭାଙ୍ଗିବା ପରେ ବର୍ତ୍ତମାନ ନୂଆ ସରକାର ଗଠନ ହୋଇସାରିଛି । କିନ୍ତୁ ଇମ୍ରାନ ଖାନ (Imran Khan) ଲଗାତର ନିଜ ସରକାର ଭାଙ୍ଗିବା ପଛରେ ବିଦେଶ ଷଡ଼ଯନ୍ତ୍ର ଥିବା କଥା ଦାବି କରୁଛନ୍ତି । ସେପଟେ ବିରୋଧୀ ଏହାକୁ ଖାଜର କରୁଛି । ଏପ୍ରିଲ ୯ ଓ ୧୦ର ରାତିରେ ଇମ୍ରାନ ଖାନ ସରକାର ଭାଙ୍ଗି ଯାଇଥିଲା । ଏହାକୁ ନେଇ ବହୁତ ଡ୍ରାମା ହୋଇଥିଲା । କିଛି ଘଟଣା ସାମ୍ନାକୁ ଆସିଛି ତ କିଛି ଘଟଣା ଲୁଚାଇବାକୁ ଚେଷ୍ଟା କରାଯାଉଛି । କିଛି ରିପୋର୍ଟରେ ଦାବି କରାଯାଉଛି ଯେ, ଏପ୍ରିଲ ୯ ରାତିରେ ଇମ୍ରାନଙ୍କ ବନୀଗାଲା ସ୍ଥିତ ବାସଗୃହର ଲୋନରେ ଏକ ହେଲିକପ୍ଟର ଲ୍ୟାଣ୍ଡିଂ କରିଥିଲା । ଏଥିରେ ଦୁଇ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ । ସେମାନେ ଇମ୍ରାନ ଖାନଙ୍କ ସହ ଅଲଗା ଅଲଗା ରୁମରେ ସାକ୍ଷାତ କରିଥିଲେ । ଏହାସହ ଇସ୍ତଫା ଦେବାକୁ କହିଥିଲେ । ଏହା ପରେ ଇମ୍ରାନ ରାଗି ଯାଇଥିଲେ ଓ ଅପଶବ୍ଦ କହିଥିଲେ । 


COMMERCIAL BREAK
SCROLL TO CONTINUE READING

ଦାବି କରାଯାଉଛି ଯେ ଇମ୍ରାନ ଖାନ (Imran Khan) ଙ୍କ ଏହି ବ୍ୟବହାର ଯୋଗୁଁ ଜଣେ ଅଧିକାର ଏତେ କ୍ରୋଧିତ ହୋଇଯାଇଥିଲେ ଯେ ତାଙ୍କ ମୁହଁରେ ଶକ୍ତ ଚାପୁଡ଼ାଟିଏ ମାରିଥିଲେ । ଏହାପରେ ସ୍ଥିତି ସଠିକ୍ ମାର୍ଗକୁ ଆସିବାକୁ ଲାଗିଥିଲା । ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେଲା ଓ ଇମ୍ରାନ ସରକାର ଭାଙ୍ଗି ଗଲା । ଆସନ୍ତୁ ଏହି ଘଟଣାକୁ ସଂପୂର୍ଣ୍ଣ ଭାବେ ଜାଣିବା, ସେହି ରାତିରେ କ'ଣ କ'ଣ ହୋଇଥିଲା ।


ଇମ୍ରାନ ରିପୋର୍ଟରେ ଦାବି କରାଯାଇଛି ଯେ, ଇମ୍ରାନ ଖାନଙ୍କ ଆଖି ତଳେ ଆଘାତର ଚିହ୍ନ କେମିତି ଆସିଲା? ସେ ଦୁଇ ଦିନ ଧରି ବ୍ଲାକ୍ ଚଷମା କ'ଣ ପାଇଁ ପିନ୍ଧୁଥିଲେ? ଏନେଇ ଏପ୍ରିଲ ୧୪ରେ ସେନାର ପ୍ରବକ୍ତା ଜାତୀୟ ଗଣମାଧ୍ୟମକୁ ସଫେଇ ମଧ୍ୟ ଦେଇଥିଲେ । ଏହା ପରେ ମଧ୍ୟ ଇମ୍ରାନ ଭୋଟିଂ ପାଇଁ ରାଜି ହୋଇ ନଥିଲେ କି ଇସ୍ତଫା ମଧ୍ୟ ଦେଇ ନଥିଲେ । ପାକିସ୍ତାନର ବରିଷ୍ଠ ସାମ୍ୱାଦିକ ଅସଦ ଅଲୀ ନୁର ଅନୁଯାୟୀ, ଏହା ଜଣାପଡ଼ିଯାଇଥିଲା ଯେ ଇମ୍ରାନଙ୍କ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ  ଓ ତାଙ୍କ ସରକାର ଭାଙ୍ଗିବା ନିଶ୍ଚୟ ହୋଇଯାଇଥିଲା । ସୁପ୍ରିମକୋର୍ଟ (Pakistan Supreme Court) ର ଆଦେଶକୁ ମଧ୍ୟ ଅଣଦେଖା କରାଯାଇଥିଲା । ଯାହା ଫଳରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ କରିଥିବା ସେନା (Pakistan Army) ର ଛବି ମଧ୍ୟ ଖରାପ ହେବାକୁ ଲାଗୁଥିଲା । ଏପ୍ରିଲ ୯ର ରାତି ୯ଟାରେ ସେନା ଇମ୍ରାନ ପାଖକୁ ବାର୍ତ୍ତା ପଠାଇଥିଲା ଯେ ଇମ୍ରାନ ଖାନ ସାହେବ ଆପଣ ଇସ୍ତଫା ଦେଇଦିଅନ୍ତୁ ।


କିନ୍ତୁ ଇମ୍ରାନ ଏହି ଆଦେଶ ମାନିବା ପରିବର୍ତ୍ତେ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶିଙ୍କୁ ସେନା ଅଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜୱା (General Qamar Javed Bajwa) ପାଖକୁ ବାର୍ତ୍ତା ନେଇ ପଠାଇଥିଲେ । ଏଥିରେ କୁହାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଭୋଟିଂ କରାଇବାକୁ କିମ୍ୱା ଇସ୍ତଫା ଦେବାକୁ ଚାହୁଁନାହାଁନ୍ତି । ସେ ନ୍ୟାସନାଲ ଆସେମ୍ୱଲୀ ଭଙ୍ଗ କରାଇ ନିର୍ବାଚନ କରାଇବାକୁ ଚାହୁଁଛନ୍ତି । ସେପଟେ ସେନାକୁ ଏହାକୁ କଡ଼ା ବିରୋଧ କରି କହିଥିଲା ଯେ, ସୁପ୍ରିମକୋର୍ଟର ଆଦେଶକୁ ମାନିବାକୁ ପଡ଼ିବ । କଥା ଏଠାରୁ ବିଗିଡ଼ିବା ଆରମ୍ଭ ହୋଇଥିଲା ।


ସେପଟେ ଆଉ ଏକ ଦାବି କରାଯାଇଛି ଯେ ଇମ୍ରାନ ଜେନେରାଲ ବାଜୱାଙ୍କୁ ବରଖାସ୍ତ କରି ପୂର୍ବତନ ଆଇଏସଆଇ ଚିଫ୍ (ISI Chief) ଓ ନିଜର ଖାସ୍ ବନ୍ଧୁ ଜେନେରାଲ ଫୈଜ ହମିଦ (Lieutenant General Faiz Hameed) ଙ୍କୁ ସେନାଧ୍ୟକ୍ଷ କରିବାକୁ ଚାହୁଁଥିଲେ । ଗତ ବର୍ଷ ହମିଦଙ୍କୁ ଆଇଏସଆଇ ଚିଫ୍ ପଦରୁ ହଟାଇବା ପରେ ଇମ୍ରାନ ଓ ବାଜୱାଙ୍କ ସମ୍ପର୍କ ବିଗିଡ଼ା ଆରମ୍ଭ ହୋଇଥିଲା । ଫୈଜ ବର୍ତ୍ତମାନ ସମୟରେ ପେଶାୱାରର କୋର କମାଣ୍ଡର ଅଛନ୍ତି ।


ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନ ଦେଲେ ଏପରି ବୟାନ, ପାକିସ୍ତାନ ସେନା ରାଗି ପାଚି ହେଲା ଲାଲ


ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO


ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ


ସୂଚନାଯୋଗ୍ୟ, ଏପ୍ରିଲ ୯ରେ ଇମ୍ରାନ ଖାନ (Imran Khan) ନିଜ ଘରର ଲୋନରେ କାହା ସହିତ ଫୋନରେ କଥା ହେବା ପାଇଁ ବାହାରି ଥିଲେ । ଆର୍ମି ଇଣ୍ଟେଲିଜେନ୍ସ ଏହି କଲକୁ ଇଣ୍ଟରସେପ୍ଟ କରିନେଇଥିଲା । ସେପଟେ ସଂସଦରେ ଭୋଟିଂକୁ ଏଡ଼ାଇ ପାଇଁ ସ୍ପିକର ଓ ଡିପ୍ଟି ସ୍ପିକର ସମସ୍ତ ଅସମ୍ୱିଧାନିକ କାର୍ଯ୍ୟ କରୁଥିଲେ । ରାତିର ପ୍ରାୟ ୧୧ଟା ସମୟରେ ରାୱଲପିଣ୍ଡିର ଆର୍ମି ହେଡକ୍ୱାଟରରୁ ଏକ ହେଲିକପ୍ଟର ଉଡ଼ିଥିଲା । ଏଥିରେ ଆଇଏସଆଇ ଚିଫ୍ (ISI Chief) ଲେଫ୍ଟିନାଣ୍ଟ ଜେନେରାଲ ନଦିମ ଅଞ୍ଜୁମ (Lieutenant-General Nadeem Anjum) ଓ ଆର୍ମ ଚିଫ୍ ଜେନେରାଲ ବାଜୱା (Bajwa) ଥିଲେ । ଏହି ଚାପର କିଛି ମିନିଟ ମଧ୍ୟରେ ଇମ୍ରାନଙ୍କ ଘର ବନୀଗାଲାରେ ଲ୍ୟାଣ୍ଡ କରିଥିଲା । ସିଧା ଦୁହେଁ ଇମ୍ରାନ ସହ ସାକ୍ଷାତ କରିବା ପାଇଁ ତାଙ୍କ ନିକଟକୁ ପହଞ୍ଚିଥିଲେ, ସେଠାରେ ଇମ୍ରାନ ନିଜର ନିକଟତମ ୩ ବ୍ୟକ୍ତିଙ୍କ ସହ ଉପସ୍ଥିତ ଥିଲେ । ISI ଚିଫ୍ ଇମ୍ରାନଙ୍କୁ ଇସ୍ତଫା ଦେବାକୁ କହିଥିଲେ । କିନ୍ତୁ ଇମ୍ରାନ ମନା କରିଦେଇଥିଲେ ଓ ଅପଶବ୍ଦ କହିଥିଲେ । ଯାହା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ହେବା ପରେ ISI ଚିଫ୍ ନଦିମ ଅଞ୍ଜୁମ ଇମ୍ରାନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହା ପରେ ସ୍ଥିତି ଶାନ୍ତ ହୋଇଥିଲା ।