ଇସଲାମାବାଦ: ପାକିସ୍ତାନ ରାଜନୀତିରେ ସୃଷ୍ଟି ହୋଇଥିବା ସଂକଟ ମଧ୍ୟରେ ପୁଣି ଥରେ ଦେଶକୁ ସମ୍ବୋଧିତ କରିଛନ୍ତି ଇମ୍ରାନ ଖାନ। ହେଲେ ସମ୍ବୋଧନ କରିବା ବେଳେ ସେ ଭାବ ପ୍ରବଣ ହୋଇପଡିବା ସହ ଜନସାଧାରଣଙ୍କୁ ତାଙ୍କ ମନ କଥା କହୁଛନ୍ତି। ଶନିବାର ସକାଳ ୧୦ଟାରେ ତାଙ୍କ ବିରୋଧରେ ଦେଶର ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ମତଦାନ ଅନୁଷ୍ଠିତ ହେବ। ହେଲେ ଏହା କୁହଯାଉଛି ଯେ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ସୁନିଶ୍ଟିତ। 


COMMERCIAL BREAK
SCROLL TO CONTINUE READING

ଦେଶକୁ ସମ୍ବୋଧିତ କରିବା ବେଳେ ଇମ୍ରାନ ଖାନ କହିଛନ୍ତି ବର୍ତ୍ତମାନ ହେଉଛି ସୋସିଆଲ ମିଡିଆ ଯୁଗ। ଏଠାରେ ସାଂସଦ ନିଲାମ ହେଉଛନ୍ତି। ଦେଶର ପ୍ରତ୍ୟେକ ଲୋକ ସାଂସଦଙ୍କ ଦାମ କେତେ ତାହା ଜାଣିଛନ୍ତି। ମେଣ୍ଢା ଛେଳି ଭଳି ସାଂସଦ ବିକ୍ରୟ ପ୍ରକ୍ରିୟା ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଆମେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସ୍ୱୀକାର କରୁଛୁ। ହେଲେ ମୁଁ ଏକଥାକୁ ନେଇ ଅସନ୍ତୁଷ୍ଟ ଯେ ଖୋଲାଖୋଲି ଭାବେ ହେଉଥିବା ରାଜନୈତିକ ଘୋଡା ବେପାର ଉପରେ ଆଧାରିତ ଧାରା 63-A ଉପରେ ନିଷ୍ପତ୍ତି ଏପର୍ଯ୍ୟନ୍ତ ଆସି ନାହିଁ। ସାଂସଦଙ୍କୁ ନେଇ ହେଉଥିବା ଘୋଡ଼ ବେପାର ଉଫରେ ପାକିସ୍ତାନ ସୁପ୍ରିମକୋର୍ଟ ନିଜ ଆଡ଼ୁ ଯାଞ୍ଚ କରିବା ଆବଶ୍ୟକ। ଦେଶରେ  ସାଂସଦ ବଜାର ସ୍ଥାପନ କରାଯାଇଥିବା ନେଇ ସମଗ୍ର ଦେଶବାସୀ ଦେଖୁଛନ୍ତି।   


Also Read: ଇମ୍ରାନ ଖାନଙ୍କୁ ମିଳିଲା ଝଟକା; Pakistan Supreme Court ଦେଲେ ଏହି ନିର୍ଦ୍ଦେଶ


ସମ୍ବୋଧିନ ସମୟରେ ଇମ୍ରାନ ଖାନ କହିଛନ୍ତି ଯେ ଯେଉଁ ଦେଶର ମୋଟ ଜନସଂଖ୍ୟାର ୬୦ ପ୍ରତିଶତ ଅଧିକ ଲୋକଙ୍କ ବୟସ ୩୦ ବର୍ଷରୁ କମ୍। ଆମେ ଦେଶର ଯୁବପିଢିଙ୍କୁ ବଞ୍ଚାଇ ପାରିବୁ ନାହିଁ ଏବଂ ସେମାନଙ୍କୁ ଦେଖାଇବୁ ଯେ ଆପଣଙ୍କ ନେତା ଲାଞ୍ଚ ନେଇ ସରକାର ଭାଙ୍ଗିବାରେ ଲାଗିଛନ୍ତି। ଦେଶର ଜନପ୍ରତିନିଧି ସେମାନଙ୍କ ବିବେକ ବିକ୍ରି କରୁଛନ୍ତି। ସଂରକ୍ଷିତ ସିଟ୍ ଥିବା ଲୋକଙ୍କୁ ମଧ୍ୟ ଖୋଲାଖୋଲି ଭାବେ ବିକ୍ରି କରାଯାଉଛି। ଏକଥା ମୁଁ ଜଣେ ପାକିସ୍ତାନୀ ଭାବେ କହୁଛି। ମୁଁ ସ୍ୱପ୍ନ ଦେଖୁଥିଲି ଯେ ଏହି ଦେଶକୁ ଏକ ବଡ ଦେଶ କରିବାକୁ ହେବ।  ଯାହା ଘଟୁଛି ତାହା ଏକ ସଂଘର୍ଷ। ଯାହା ଘଟୁଛି ତାହା ସ୍ୱପ୍ନକୁ ଏ ଝଟକା ଦେଉଛି। 


ଆମେ ଟଙ୍କା ନେଉଛୁ ସେଥିପାଇଁ ଆମକୁ ସମ୍ମାନ ଦିଆଯାଉ ନାହିଁ। ବିରୋଧୀ ଦଳର ନେତା ଡଲାର ପାଇଁ ଲୋଭୀ। ଭାରତକୁ କେହି ଆଖି ଦେଖାଇ ପାରିବେ ନାହିଁ। ବର୍ତ୍ତମାନ ନିଷ୍ପତ୍ତି ଦେଶବାସୀଙ୍କୁ ନେବାକୁ ହେବ। ଦେଶକୁ କିପରି ସୁରକ୍ଷା ଦିଆଯିବ ତାହା ସ୍ଥିର କରିବାକୁ  ହେବ।


ଦେଶକୁ ସମ୍ବୋଧନ କରିବା ଅବସରରେ ଭାରତୀୟ ବିଦେଶ ନୀତିର ପ୍ରଶଂସା କରିବାକୁ ପଛାଇ ନାହାଁନ୍ତି ଇମ୍ରାନ ଖାନ। ଏନେଇ ସେ କହିଛନ୍ତି ଭାରତ ଏକ ଆତ୍ମ ସମ୍ମାନକାରୀ ଦେଶ। ସେଠାରେ ସରକାରଙ୍କ ସହ ଏପରି କରିବାକୁ କାହାର ସାହସ ନାହିଁ। ଭାରତୀୟ ବୈଦେଶିକ ନୀତି ଦୃଢ। ଯେତେବେଳେ ସମଗ୍ର ବିଶ୍ୱ ଋଷିଆ ଉପରେ ପ୍ରତିବନ୍ଧକ ଲଗାଉଛି, ସେତେବେଳେ ଭାରତ, ଋଷିଆ ପାଖରୁ ତେଲ କିଣିବାକୁ ନିଷ୍ପତ୍ତି ନେଇଛି। 


Also Read: ଗାଦି ଛାଡିବା ପୂର୍ବରୁ ଆମେରିକା ବିରୋଧରେ ବର୍ଷିଲେ ଇମ୍ରାନ ଖାନ; ଉଠାଇଲେ କାଶ୍ମୀର ପ୍ରସଙ୍ଗ


ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ଯଦି ଇମ୍ରାନ ଖାନ ପାକିସ୍ତାନ ପ୍ରଧାନମନ୍ତ୍ରୀରୁ ଇସ୍ତଫା ନ ଦିଅନ୍ତି ତାହେଲେ ତାଙ୍କ ସରକାର ଶନିବାର ଗାଦିଚ୍ୟୁତ ହେବା ସୁନିଶ୍ଚିତ। ଅପ୍ରେଲ ୯ ଶନିବାର ଦିନ ପାକିସ୍ତାନ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ହେବ ମତଦାନ। ମାତ୍ର ଇମ୍ରାନ ଖାନଙ୍କ ଲାଗି ସଂସଦରେ ବହୁମତ ସାବ୍ୟସ୍ତ କରିବା ଏତେ ସହଜ ନୁହେଁ।