Odisha news live updates: ଅପରାହ୍ଣର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍…
Trending Photos
Odisha Police Constable Admit Card: ଓଡ଼ିଶାରେ ପୋଲିସ କନଷ୍ଟେବଳ ପରୀକ୍ଷା ପାଇଁ ଜାରି ହେଲା ଆଡମିଟ୍ କାର୍ଡ । ଆବେଦନ କରିଥିବା ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ଡିସେମ୍ବର ୭ ତାରିଖରେ ହେବ । ଏହି ପରୀକ୍ଷା ହେବାକୁ ଥିବା ପ୍ରାର୍ଥୀ ଅନଲାଇନ ସାଇଟ ମାଧ୍ୟମରେ ଆଡମିଟ କାର୍ଡ ବାହାର କରିପାରିବେ । ଓଡ଼ିଶା ପୋଲିସର ଅଫିସିଆଲ୍ ୱେବସାଇଟ୍ odisha police.gov.in ରେ ଜାରି କରାଯାଇଛି ।
Naba Das Murder Case: ବିଧାନସଭାରେ ଉଠିଲା ଦିବଙ୍ଗତ ନେତା ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ନବକିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଏବାବଦରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ ସୂଚନା ଦେଇଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ଏକ ପ୍ରଶ୍ନରେ ବର୍ତ୍ତମାନ ସୁଦ୍ଧା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ତଦନ୍ତ କେଉଁଠାରେ ରହିଛି ତାହା ଜାଣିବା ପାଇଁ ଚାହିଁଥିଲେ। ତଦନ୍ତ ସମୟରେ ମୃତକଙ୍କ ପରିବାରର କେଉଁ କେଉଁ ସଦସ୍ୟଙ୍କର ବୟାନ ରେକର୍ଡ ହୋଇଛି ସେ ବାବଦରେ ସେ ରାଜ୍ୟ ସରକାରଙ୍କ ଠାରୁ ଉତ୍ତର ଚାହିଁଥିଲେ। ଏପରିକି ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇକୁ କେବେ କେଉଁ ଉପାୟରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ତାହା ଜାଣିବାକୁ ଚାହିଁଥିଲେ।
Potato Market Raid: ଆଳୁ ଦର ବଢ଼ିବା ପରେ ରାଜଧାନୀ ମାର୍କେଟରେ ରେଡ୍। ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ଚଢଉ ଚାଲିଛି। ଆଳୁ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗରେ ରେଡ୍ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି। ୪ ନମ୍ବର ମାର୍କେଟର କିଛି ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ହୋଇଛି। ସୂଚନାଯୋଗ୍ୟ ଯେ, ଆଳୁ ଦର ଚଢ଼ା ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଯାହାକୁ ନେଇ ଆଜି ରାଜଧାନୀର ବିଭିନ୍ନ ମାର୍କେଟରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍ ହୋଇଛି।
BJD Visit Delhi: ପୋଲାଭରମ ପ୍ରସଙ୍ଗରେ ଅଧିକ ତଥ୍ୟ ସଂଗ୍ରହ ଓ ଦାବି ଉପସ୍ଥାପନ ପାଇଁ ବିଜେଡିର ୭ ଜଣିଆ ଟିମ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବ। ୫ ତାରିଖ ଯାଏଁ ଦିଲ୍ଲୀରେ ସେଣ୍ଟ୍ରାଲ ୱାଟର କମିଶନ, ଜଳଶକ୍ତି ମନ୍ତ୍ରାଳୟ, ଆଦିବାସୀ ବ୍ୟାପାର ବିଭାଗକୁ ସ୍ମାରକପତ୍ର ଦେବ ଦଳ । ଦିଲ୍ଲୀ ଅଭିମୁଖେ ଓଡିଶାରୁ ଯିବେ ୭ ଜଣିଆ ଟିମ୍ ।
Pannu Threat Email: ରାଜ୍ୟରେ ଆୟୋଜିତ ଡିଜି-ଆଇଜି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଥିବା ଧମକପୂର୍ଣ୍ଣ ଭିଡିଓ ଘଟଣାରେ ଖୋଳତାଡ଼ କରିପାରେ ଏନଆଇଏ । ଏନେଇ ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏଟଫ୍। କେଉଁ ଆଇପି ଆଡ୍ରେସରେ ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ କୁହାଯାଇଛି। ଦ୍ୱିତୀୟ ଥର ମେଲ ଜରିଆରେ ଆସିଥିବା ଧମକକୁ ନେଇ ତଥ୍ୟ ମଗାଯାଇଛି।
Doctor Apponitment: ରାଜ୍ୟରେ ଏବେ ଡାକ୍ତର ମରୁଡ଼ି। ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ଖାଲି ପଡ଼ିଛି। ଯାହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୧୯୬ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଦୀର୍ଘ ଦିନ ଛୁଟିରେ ଥିବାରୁ ଏହି ସବୁ ଡାକ୍ତରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସୂଚନା ଦେଇଛନ୍ତି।
Parliament Adjourned Till Tomorrow: ସଂସଦର ଶୀତ ଅଧିବେଶନରେ ତାତି। ବିରୋଧୀଙ୍କ ହଙ୍ଗାମାରେ ହୁଲୁସ୍ତୁଲ ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା। ଗୃହକାର୍ଯ୍ୟ ଚାଲିପାରିନାହିଁ। ଲୋକସଭାକୁ ବାଚସ୍ପତି ଆସନ୍ତାକାଲି ଦିନ ୧୧ଟା ଯାଏ ମୁଲତବୀ କରିଛନ୍ତି। ବିରୋଧୀଙ୍କ ହଙ୍ଗାମା ପାଇଁ ପ୍ରଥମେ ଦିନ ୧୨ଟା ଯାଏ ମୁଲତବୀ କରାଯାଇଥିଲା। ୧୨ଟା ପରେ ବି ସ୍ଥିତି ସ୍ଵାଭାବିକ ନ ହେବାରୁ ଆସନ୍ତାକାଲି ଯାଏ ମୁଲତବୀ କରାଯାଇଛି। ଆଜି ହେଉଛି ସଂସଦ ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ। ଆଦାନୀ ଦ୍ଵାରା ଲାଞ୍ଚ ପ୍ରସଙ୍ଗ, ସମ୍ଭଲ ହିଂସା, ଅଜମେର ଦରଘା ସର୍ଭେ, ମଣିପୁର ହିଂସା ଆଦି ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ଦାବି କରିଥିଲେ ବିରୋଧୀ।
Awadh Ojha Joinded AAP: ମୋଟିଭେସନାଲ ସ୍ପିକର ତଥା ବେଶ ଖ୍ୟାତି ଅର୍ଜନ କରିଥିବା ଅୱଧ ଓଝା ପରିଶେଷରେ ରାଜନୀତିରେ ପାଦ ଥାପିଛନ୍ତି। ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀ ଓଝା ଆମ ଆଦମୀ ପାର୍ଟିରେ ଯୋଗଦେଇଛନ୍ତି। ଦଳର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ଏହି ସମୟରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ଥିଲେ। ଦଳରେ ଯୋଗ ଦେବା ପରେ ସେ ଦଳୀୟ ମୁଖ୍ୟାଳୟକୁ ଯାଇଥିଲେ।
Droupadi Murmu Odisha Visit: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀ ସାମ୍ନାକୁ ଆସିଛି। ଆସନ୍ତା ୩ ତାରିଖ ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ ସମୟରେ ରାଷ୍ଟ୍ରପତି ଭବନରୁ ବାହାରି ପାଲାମ୍ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେନାର ବିମାନ ଯୋଗେ ବାହାରି ସନ୍ଧ୍ୟା ୫ଟା ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରୁ ୫.୧୦ ରେ ବାହାରି ୫.୩୦ମିନିଟ ରେ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୁର୍ତ୍ତି ଉଦଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି।
Who Will Be CM Of Maharashtra: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନେଇ ହୋଇପାରେ ଘୋଷଣା। ବିଜେପି ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ସ୍ପଷ୍ଟ ହୋଇଯିବ। ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ। ବିଜେପିରୁ ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ରେସରେ ନଥିବା ପ୍ରେସମିଟ କରି ସୂଚନା ଦେଇ ସାରିଛନ୍ତି। ଗତକାଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ ସିନ୍ଦେ କହିଛନ୍ତି,ଦଳ ଯାହାକୁ ମୁଖ୍ୟମନ୍ତ୍ରୀ କରିବ ସେଥିରେ ତାଙ୍କର ସମର୍ଥନ ରହିଛି। ଆଜି ବିଜେପି ବିଧାୟକ ଦଳ ବୈଠକ ବସୁଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସମ୍ଭାବନା ରହିଛି।