Pakistan Political Crisis: ଗୋଟିଏ ପଟେ ଇମ୍ରାନ ଖାନ (Imran Khan) ପାକିସ୍ତାନରେ ନିଜ ଗାଦି ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଅନ୍ୟପଟେ କିନ୍ତୁ ଇମ୍ରାନଙ୍କ ମନ୍ତ୍ରୀଙ୍କ ଫୁଟାଣି କମ ହେବାକୁ ନାମ ନେଉନାହିଁ । ଗତକାଲି ଯେଉଁଠାରେ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରିଥିଲେ, ଅନ୍ୟପଟେ ତାଙ୍କ ମନ୍ତ୍ରୀ ଶାହ ମେହମୁଦ କୁରେଶି (Shah Mehmood Qureshi) ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି । ମାର୍ଚ୍ଚ ୯ ରେ ପାକିସ୍ତାନୀ ମାଟିରେ ପଡିଥିବା ଭାରତୀୟ କ୍ଷେପଣାସ୍ତ୍ରକୁ ନେଇ କୁରେଶି ଏକ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, "ଆମକୁ ଉତ୍ତର ଦେବାକୁ ଘଣ୍ଟା ନୁହେଁ ମିନିଟ୍ ସମୟ ଲାଗିଥାନ୍ତା । ଭାରତ ଭୁଲିଯିବା ଉଚିତ ନୁହେଁ ଯେ ଆମେ ମଧ୍ୟ ଆଣବିକ ଶକ୍ତି ।'


COMMERCIAL BREAK
SCROLL TO CONTINUE READING

ଶାସକ ପିଟିଆଇର ନେତାମାନେ ଶନିବାର ଦିନ ପାକିସ୍ତାନ ସଂସଦରେ କୌଣସି ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ନକରାଇବା ପାଇଁ ଜୋର ଦେଉଛନ୍ତି । ଗୋଟିଏ ଦିନ ପୂର୍ବରୁ ଯେଉଁଠାରେ ଇମ୍ରାନ ଖାନ ଭାରତକୁ ପ୍ରଶଂସା କରି ଜନସାଧାରଣଙ୍କ ନିକଟରେ କ୍ରନ୍ଦନ କରିଥିଲେ ଏବଂ କହିଥିଲେ ଯେ ଦୁନିଆର କୌଣସି ଶକ୍ତି ଭାରତକୁ କିଛି କହିପାରିବେ ନାହିଁ, କାରଣ ସେମାନେ ନିଜର ବିଶ୍ୱସନୀୟତା ବନାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ ତାହା ହୋଇ ନାହିଁ । ଅନ୍ୟପକ୍ଷରେ ତାଙ୍କ ମନ୍ତ୍ରୀ ଶାହ ମେହମୁଦ କୁରେଶୀ ଭାରତ ବିରୋଧରେ ବିଷ ଓଗାଳିବା ଜାରି ରଖିଛନ୍ତି ।


'ଘଣ୍ଟା ନୁହେଁ ମିନିଟରେ ଦେଇଥାନ୍ତୁ ଭାରତକୁ ଜବାବ'
ଗତ ମାସରେ ଭାରତର କ୍ଷେପଣାସ୍ତ୍ର ପାକିସ୍ତାନରେ ପଡିବା ନେଇ କୁରେଶି କହିଥିଲେ ଯେ ଆକସ୍ମିକ ଗୁଳି ବିନିମୟ ଏକ "ଆକସ୍ମିକ ଯୁଦ୍ଧ" ହୋଇପାରେ । "ଯେତେବେଳେ ଭାରତ ହଠାତ୍ ପାକିସ୍ତାନ ଉପରେ ନିଜର କ୍ଷେପଣାସ୍ତ୍ର ନିକ୍ଷେପ କଲା, ମୁଁ କହିଲି ଯେ ଆକସ୍ମିକ କ୍ଷେପଣାସ୍ତ୍ର ଏକ ଆକସ୍ମିକ ଯୁଦ୍ଧର କାରଣ ହୋଇପାରେ । କୁରେଶି ସେଠାରେ ଅଟକି ନଥିଲେ । ସେ କହିଛନ୍ତି ଯେ ଆମେ ମଧ୍ୟ ପରମାଣୁ ଶକ୍ତି । ଏଥିପାଇଁ ଭାରତକୁ ଜବାବ ଦେବାର ଆମକୁ ଘଣ୍ଟା ନୁହେଁ ମିନିଟ୍ ଲାଗିଥନ୍ତା ।'


କୁରେଶୀ ପାକ୍ ସଂସଦରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ବିରୋଧୀଦଳ ଉପରେ ଆକ୍ରମଣ କରି କହିଛନ୍ତି, ଭାରତ ଦଖଲ କରିଥିବା କାଶ୍ମୀରରେ କୌଣସି ମାନବିକ ଅଧିକାରର ଉଲ୍ଲଂଘନ ନାହିଁ କି? ପାକିସ୍ତାନର ଚିନ୍ତାଧାରା ଉପରେ କିଛି ସମସ୍ୟା ରହିଛି । ସେମାନେ କାହିଁକି ଚୁପ୍ ରହିଲେ? ଜମ୍ମୁ କାଶ୍ମୀରର ପ୍ରସଙ୍ଗ ଆମର ସମସ୍ୟା ନୁହେଁ କି? ଯଦି ଆମେ ସେମାନଙ୍କୁ ଷ୍ଟାଣ୍ଡ ନେବାକୁ କହୁ ସେମାନେ କୁହନ୍ତି, ଏହାକୁ ଦ୍ୱିପାକ୍ଷିକ ଭାବରେ କରନ୍ତୁ ।'


ଏହା ବି ପଢ଼ନ୍ତୁ: ମିଳିତ ଜାତିସଂଘ ସୁରକ୍ଷା ପରିଷଦରୁ ବିଦା ହେବକି ଋଷ? ଆମେରିକା ଦେଲା ଏହି ବଡ ବୟାନ


ଏହା ବି ପଢ଼ନ୍ତୁ: ପାକିସ୍ତାନରେ ଟ୍ରେଣ୍ଡ କରୁଛି ଅଟଳ ବିହାରୀ ବାଜପେୟୀ; ଇମ୍ରାନଙ୍କୁ ଦିଆଯାଉଛି ଏହି ଉପଦେଶ