No-Trust Vote: ଅନାସ୍ଥା ପ୍ରସ୍ତାବରେ ଭୋଟିଂରୁ ବଞ୍ଚିବାପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅନେକ ବାହାନା କରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଏକ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ କରୁଛି ...
Trending Photos
Pakistan Political Crisis: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan) ଅନାସ୍ଥା ପ୍ରସ୍ତାବରେ ଭୋଟିଂରୁ ବଞ୍ଚିବାପାଇଁ ଅନେକ ବାହାନା କରୁଛନ୍ତି । ଏଭଳି ପରିସ୍ଥିତିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ (Atal Bihari Vajpayee) ଏକ ଭାଷଣ ପାକିସ୍ତାନରେ ଟ୍ରେଣ୍ଡ କରୁଛି । ଇମ୍ରାନ ଖାନଙ୍କୁ ପରାମର୍ଶ ଦିଆଯାଉଛି ଯେ ଯଦି ସେ ଭାରତର ପ୍ରଶଂସା କରୁଛନ୍ତି, ତେବେ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଏକ ଶିକ୍ଷା ନିଅନ୍ତୁ ।
ପାକିସ୍ତାନର ବରିଷ୍ଠ ସାମ୍ବାଦିକ ହମିଦ ମୀରଙ୍କ କହିବାନୁସାରେ, "ଇମ୍ରାନ ଖାନଙ୍କ ଭାରତକୁ ପ୍ରଶଂସା କରିବା ଏବଂ ଏକ ଅନାସ୍ଥା ପ୍ରସ୍ତାବରୁ ଦୂରେଇ ରହିବାର ପ୍ରୟାସ ମଧ୍ୟରେ ଏକ ବଡ଼ ବିରୋଧାଭାସ ରହିଛି ।"
ଜିଓ ଟିଭିରେ ହମିଦ ମୀର କହିଛନ୍ତି, "ଇମ୍ରାନ ଖାନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଶିଖିବା ଉଚିତ୍ । ଯେତେବେଳେ ବାଜପେୟୀ ସାହେବ ଜାଣିବାକୁ ପାଇଲେ ଯେ ତାଙ୍କ ସରକାର ଗୋଟିଏ ଭୋଟରେ ଭାଙ୍ଗିବାକୁ ଯାଉଛି, ସେତେବେଳେ ସେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇ ନିଜ ଇସ୍ତଫା ପତ୍ର ଦେଇ ଦେଇଥିଲେ । ଇମ୍ରାନ ଖାନ ସାହେବ ଭାରତକୁ ଏତେ ପ୍ରଶଂସା କରୁଛନ୍ତି, ତେବେ ସେ କାହିଁକି ଏହା ଉପରେ କାର୍ଯ୍ୟକାରୀ କରୁନାହାଁନ୍ତି ।" ୧୯୯୯ ମସିହାରେ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କ ସରକାର ସଂସଦରେ ଗୋଟିଏ ଭୋଟ ପାଇଁ ଭାଙ୍ଗି ଯାଇଥିଲା ।
ସେହି ସମୟ ମଧ୍ୟରେ ବାଜପେୟୀ ଅନାସ୍ଥା ପ୍ରସ୍ତାବକୁ ନେଇ ଏହି ଭାଷଣ ଦେଇଥିଲେ । ଗତ ବର୍ଷ ପର୍ଯ୍ୟନ୍ତ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହିଟଲରଙ୍କ ସହ ତୁଳନା କରିଥିବା ଇମ୍ରାନ ଖାନ ବର୍ତ୍ତମାନ ନିରନ୍ତର ଭାରତର ପ୍ରଶଂସା କରୁଛନ୍ତି । ସେ କହୁଛନ୍ତି ଯେ ପାକିସ୍ତାନକୁ ଭାରତରୁ ଶିଖିବା ଉଚିତ ଯେ କୌଣସି ମହାଶକ୍ତିର ଚାପରେ ନ ଆସି କିପରି ବୈଦେଶିକ ନୀତି ଚଳାଇ ହେବ ।
ମାର୍ଚ୍ଚ ୨୦୨୧ ରେ ମଧ୍ୟ ଇମ୍ରାନ ଖାନ ଟ୍ରଷ୍ଟ ଭୋଟ୍ ହରାଇବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ । କିନ୍ତୁ ନିକଟ ଅତୀତରେ କିଛି ଦଳ ଯେଉଁମାନେ ଇମ୍ରାନଙ୍କ ଦଳ ତେହେରିକ-ଇ-ଇନସାଫକୁ ସମର୍ଥନ କରିଥିଲେ ସେମାନେ ନିଜ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ପାକିସ୍ତାନରେ ସରକାର ଗଠନ କରିବା ପାଇଁ ସଂସଦର ନିମ୍ନ ଗୃହ- ନେସନାଲ ଆସେମ୍ବ୍ଲିରେ ୧୭୨ ସାଂସଦଙ୍କ ସମର୍ଥନ ରହିବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ: କିଏ ଏହି ଶାହବାଜ ସରିଫ? ଯିଏ ଇମ୍ରାନଙ୍କ ପରେ ହୋଇପାରନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ
ଏହା ବି ପଢ଼ନ୍ତୁ: ଯୁବକଙ୍କ କାର୍ଯ୍ୟକଳାପ ଉପରେ ରାଗିଗଲେ ACP, ୫ ସେକେଣ୍ଡରେ ମାରିଲେ ୫ ବ୍ରହ୍ମ ଚାପୁଡ଼ା
ଏହା ବି ପଢ଼ନ୍ତୁ: ଋଷ ଯେପରି ୟୁକ୍ରେନରେ କଲା, ସେହିପରି ଭାରତରେ ପୁନରାବୃତ୍ତି କରିପାରେ ଚୀନ: ରାହୁଲ