India vs South Africa: ଦିନିକିଆ ସିରିଜକୁ ପୋଛିନେଲା ଦକ୍ଷିଣ ଆଫ୍ରିକା, ତୃତୀୟ ODI କୁ ମଧ୍ୟ ହାରିଲା ଭାରତ
India vs South Africa 2022 3rd ODI: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ODI ମ୍ୟାଚ୍ ଖେଳାଯାଇଥିଲା । ତୃତୀୟ ODI ରେ ଆୟୋଜକ ଟିମ୍ ଭାରତକୁ ୪ ରନରେ ପରାସ୍ତ କରିଛି । ଏହି ମ୍ୟାଚ ଜିତିବା ପାଇଁ ଭାରତକୁ ୨୮୮ ରନ୍ ଆବଶ୍ୟକ ଥିଲା କିନ୍ତୁ ପୁରା ଦଳ ମାତ୍ର ୨୮୩ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।
India vs South Africa: କେପଟାଉନରେ ଖେଳାଯାଇଥିବା ତୃତୀୟ ODI ରେ ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ (India vs South Africa) ୪ ରନରେ ପରାସ୍ତ କରିଛି । କ୍ୱିଣ୍ଟନ୍ ଡି କକଙ୍କ ଉଜ୍ଜ୍ୱଳ ଶତକ ଯୋଗୁଁ ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତ ସମ୍ମୁଖରେ ୨୮୮ ରନ୍ ସଂଗ୍ରହ କରିଥିଲା । ଶିଖର ଧାୱନ, ବିରାଟ କୋହଲି ଏବଂ ଦୀପକ ଚହରଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତୀୟ ଦଳ ମାତ୍ର ୨୮୩ ରନ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏହା ସହ ଆଫ୍ରିକୀୟ ଦଳ ODI ସିରିଜରେ ଭାରତକୁ ୩-୦ ରେ ପୋଛି ନେଇଛି । ଆଫ୍ରିକୀୟ ଦଳ ମଧ୍ୟ ଟେଷ୍ଟ ସିରିଜକୁ ୨-୧ ରେ ଜିତି ନେଇ ଥିଲା ।
ଭଲ ଇକୋନୋମିରେ ବୋଲିଂ କରି କେଶବ ମହାରାଜ ୧୦ ଓଭରରେ ୩୯ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ । ଟାର୍ଗେଟକୁ ପିଛାକରି ଅଧିନାୟକ କେ.ଏଲ୍ ରାହୁଲ ଏବଂ ଶିଖର ଧାୱନ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇପାରି ନଥିଲେ । ଭାରତୀୟ ଦଳ ପାଇଁ ପ୍ରଥମ ଝଟକା କେ.ଏଲ୍ ରାହୁଲଙ୍କ ରୂପରେ ପାଇଥିଲା । ରାହୁଲ ମାତ୍ର ୯ ରନ୍ ସ୍କୋର କରି ଲୁଙ୍ଗି ନିଗିଡିଙ୍କ ବଲରେ ସ୍ଲିପ୍ରେ କ୍ୟାଚ ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ତିନି ନମ୍ବରରେ ଖେଳିବାକୁ ଆସିଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ କୋହଲି ଏବଂ ଧାୱନ ୯୮ ରନ୍ ଭାଗିଦାରୀ କରିଥିଲେ ।
ଶିଖର ଧାୱନ ତାଙ୍କ ଅଷ୍ଟାଦଶ ଶତକ ଆଡକୁ ଯାଉଥିଲେ କିନ୍ତୁ ଆଣ୍ଡିଲ ଫେହୁଲୁକାୟୋଙ୍କ ଦ୍ୱାରା ବ୍ୟକ୍ତିଗତ ସ୍କୋରରେ ୬୧ ରନରେ ଆଉଟ ହୋଇଥିଲେ । ଏହା ପରେ ଚତୁର୍ଥ ନମ୍ବରରେ ଆସିଥିବା ଋଷଭ ପନ୍ତ ପୁଣି ଥରେ ନିଜ ୱିକେଟ୍ ଫିଙ୍ଗି ଚାଲିଯାଇଥିଲେ । ପ୍ରଥମ ବଲରେ ହିଁ ଛକା ମାରିବାକୁ ପ୍ରୟାସ କରି ପନ୍ତ ପାଣ୍ଟ ବାଉଣ୍ଡ୍ରିରେ କ୍ୟାଚ ଆଉଟ୍ ହୋଇଥିଲେ । ଏହି ସମୟରେ ବିରାଟ କୋହଲି ନିଜ କ୍ୟାରିୟରର ୬୪ ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ସେ କେଶବ ମହାରାଜଙ୍କ ବଲରେ ୬୫ ରନ୍ କରି ଆଉଟ ହୋଇଥିଲେ । ଶ୍ରେୟସ୍ ଆୟର (୨୬) ଏବଂ ସୂର୍ଯ୍ୟକୁମାର ଯାଦବ (୩୯) କରି ନିଶ୍ଚିତ ଭାବରେ ଭାରତର ବିଜୟର ଆଶା ବଢ଼ାଇଥିଲେ ।
ଦୀପକ ଚହରଙ୍କ ସାହସିକ ଇନିଂସ କାମରେ ଅସିଲାନାହିଁ
ଦକ୍ଷିଣ ଆଫ୍ରିକାରୁ ୨୮୮ ରନ୍ର ଟାର୍ଗେଟକୁ ପିଛାକରି ଭାରତୀୟ ଦଳ ଏକ ସମୟରେ ୪୨.୧ ଓଭରରେ ୨୨୩ ରନ୍ ପାଇଁ ସାତୋଟି ୱିକେଟ୍ ହରାଇଥିଲା । ଏହା ପରେ ଚହର ୩୪ ଟି ବଲରେ ୫୪ ରନ୍ ଏକ ବଡ ଇନିଂସ ଖେଳି ମ୍ୟାଚକୁ ଭାରତ ସପକ୍ଷରେ ଆଣିଥିଲେ । ଯଦିଓ ସେତେବେଳେ ଭାରତ ଜିତିବା ପାଇଁ ୧୮ ଟି ବଲରେ ୧୦ ରନ୍ ଆବଶ୍ୟକ କରୁଥିଲା, ଏହି ସମୟରେ ଚହର ଏକ ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ ଏବଂ ଜିତିବା ମ୍ୟାଚକୁ ଭାରତ ହରାଇଥିଲା ।
ଏହା ବି ପଢ଼ନ୍ତୁ: କୋହଲିଙ୍କ ଅଧିନାୟକତ୍ୱ ଛାଡିବାକୁ ନେଇ ରବି ଶାସ୍ତ୍ରୀ ଦେଲେ ଏକ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ
ଏହା ବି ପଢ଼ନ୍ତୁ: ଟ୍ରେନ୍ ଟିକେଟ୍ ବିନା ମଧ୍ୟ କରିପାରିବେ ରେଳଯାତ୍ରା, ରେଳବାଇ ତିଆରି କଲା ଏହି ବିଶେଷ ନିୟମ