China Spy Ship in Hambantota Port: ଶ୍ରୀଲଙ୍କା ଶନିବାର ଦିନ ଚୀନର ଜାହାଜ ୟୁଆନ୍ ୱାଙ୍ଗ-୫ (Yuan Wang-5)କୁ ତାର ହାମ୍ବନ୍ତୋଟା ବନ୍ଦର(Hambantota port)ରେ ଅବତରଣ କରିବାକୁ ଅନୁମତି ଦେଇଛି। ଯାହାକୁ ଚୀନର ଗୋଇନ୍ଦା ଜାହାଜ ଭାବରେ ବିବେଚନା କରାଯାଉଛି। ଚାଇନାର ଏହି ୟୁଆନ୍ ୱାଙ୍ଗ-୫ ଜାହାଜକୁ ନିର୍ଦ୍ଧାରିତ ସମୟର ପାଞ୍ଚ ଦିନ ପରେ ଅଗଷ୍ଟ ୧୬ରେ ହାମ୍ବନ୍ତୋଟା ଅନ୍ତର୍ଜାତୀୟ ବନ୍ଦର (International Hambantota port)ରେ ଅବତରଣ କରିବ। ଏହାର ନିର୍ଦ୍ଧାରିତ ସମୟର ପାଞ୍ଚ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୧ରେ ପହଞ୍ଚିବାର ଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ବିରୋଧରେ ଭାରତ ଉଦବେଗ ପ୍ରକାଶ କରିଥିଲା। ଯେଉଁ କାରଣରୁ ଶ୍ରୀଲଙ୍କାକୁ ଚୀନ୍ ଜାହାଜକୁ ବନ୍ଦରରେ ଅବତରଣ କରିବାକୁ ଅନୁମତି ଦେବାରେ ବିଳମ୍ବ ହୋଇଥିଲା।


COMMERCIAL BREAK
SCROLL TO CONTINUE READING


ଶ୍ରୀଲଙ୍କା(Sri Lanka) ପକ୍ଷରୁ କୁହାଯାଇଛି ଯେ, ଚୀନକୁ ତାର ଜାହାଜ ୟୁଆଙ୍ଗ ୱାଙ୍ଗ-୫ର ଯାତ୍ରାକୁ ଏହି ସପ୍ତାହରେ ହାମ୍ବନ୍ତୋଟା ବନ୍ଦରକୁ ଆସିବାକୁ ସ୍ଥଗିତ ରଖିବାକୁ କହିଛି। ଚୀନର ଜାହାଜ ଅଗଷ୍ଟ ୧୧ରେ ଚାଇନାର ହାମ୍ବନ୍ତୋଟା ବନ୍ଦରରେ ଇନ୍ଧନ ଭରିବା ପାଇଁ ଆସି ଅଗଷ୍ଟ ୧୭ରେ ଫିରିଯିବାର ଥିଲା। କିନ୍ତୁ, ତାହା ବର୍ତ୍ତମାନ ଅଗଷ୍ଟ ୧୬ରେ ବନ୍ଦରରେ ପହଞ୍ଚିବ।


ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି, କଲମ୍ବୋରେ ଥିବା ଚୀନ୍ ଦୂତାବାସକୁ ହାମ୍ବନ୍ତୋଟା ବନ୍ଦରକୁ ଜାହାଜ ଗସ୍ତ ସ୍ଥଗିତ ରଖିବାକୁ କହିଛି। ଶ୍ରୀଲଙ୍କା ଓ ଚୀନ୍(Sri Lanka and Chin) ମଧ୍ୟରେ ସ୍ଥାୟୀ ବନ୍ଧୁତା ଏବଂ ଉତ୍କୃଷ୍ଟ ସମ୍ପର୍କ ଦର୍ଶାଇବା କଥା ମନ୍ତ୍ରଣାଳୟ କହିଛି। ତାହାର ଏହା ଏକ ଜ୍ବଳନ୍ତ ଉଦାହରଣ। ଆଉ ଏଥିପାଇଁ ନିକଟରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଅଲ୍ଲୀ ସାବରି ଏବଂ ବାଙ୍ଗ ୟି ନେ, ଅଗଷ୍ଟ ମାସରେ ନୋମ ପେହ୍ନ ଠାରେ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ।



ନିଜ ଦେଶର ସୁରକ୍ଷା ଦୃଷ୍ଟିରୁ ଭାରତ ସେଠାରେ ଚୀନ ଜାହାଜର ଅବରତରଣ ଉପରେ ଉଦବେଦ ପ୍ରକାଶ କରିଥିଲା। କାହିଁକି ନା ସେହି ଜାହାଜକୁ ଏକ ଗୁଇନ୍ଦା ଜାହାଜ ରୂପେ ପ୍ରଦର୍ଶିତ କରାଯାଇଥିଲା। ଗୁଇନ୍ଦା ଜାହାଜ ସମୁଦ୍ର ଭିତରର ନକ୍ସା ତିଆରି କରିବାରେ ସକ୍ଷମ ଅଟେ, ଯାହା ଚୀନ ନୌସେନାର ପଣ୍ଡୁବି ରୋଧି ଅଭିଯାନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ଚୀନ ଜାହାଜ ୟୁଆନ୍ ୱାଙ୍ଗ-୫କୁ ଏକ ଅନୁସନ୍ଧାନ ଓ ସର୍ବେକ୍ଷଣ ପାଇଁ ୨୦୦୭ରେ ନିର୍ମାଣ କରାଯାଇଥିଲା, ଯାହାର କ୍ଷମତା ୧୧,୦୦୦ ଟନ ଅଟେ। ପ୍ରମୁଖ ଶ୍ରୀଲଙ୍କା ବନ୍ଦରକୁ ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ସମୟରେ ଏହା ହିନ୍ଦ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ଉପଗ୍ରହ ଅନୁସନ୍ଧାନ କରିପାରେ, ଯାହା ଭାରତର ସୁରକ୍ଷା ପାଇଁ ଚିନ୍ତା ବଢାଇ ପାରେ।