Finance Minister on 5G, ୱାଶିଂଟନ: ଅକ୍ଟୋବର ପହିଲାରୁ ଦେଶରେ ସୁପରସ୍ପିଡ୍ ଇଣ୍ଟରନେଟ ସେବା 5G ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ମାତ୍ର ୧୬ଟି ସହରରେ ଏହି ନେଟୱର୍କ ସେବା ଆରମ୍ଭ ହୋଇଛି। ପୁରା ଦେଶରେ ପହଞ୍ଚିବାକୁ ଆହୁରି ଅନେକ ମାସ ଲାଗିଯିବଯ କିନ୍ତୁ ଏବେ ସରକାର 5G ନେଟୱର୍କ ଅନ୍ୟ ଦେଶକୁ ବିକିବା ପାଇଁ ଯୋଜନା କରିଛନ୍ତି। ଆମେରିକାର ଜନ୍ ହପକିନ୍ସ ସ୍କୁଲ୍ ଅଫ୍ ଆଡଭାନ୍ସ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (SAIS)ର ଛାତ୍ରମାନଙ୍କୁ ସମ୍ବୋଧନ କଲା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଆମେରିକା ଗସ୍ତରେ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କହିଛନ୍ତି ଯେ, ଭାରତ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ 5G technologyର ବିକାଶ କରିଛି। ଏହା ଦେଶର ନିଜସ୍ୱ ଉତ୍ପାଦ। ଯଦି କୌଣସି ଦେଶ ଏହାର ଆବଶ୍ୟକତା କରନ୍ତି, ତେବ ଭାରତ ସେମାନଙ୍କୁ ଯୋଗାଇ ଦେଇ ପାରିବ। କାରଣ ଏହାକୁ ଭାରତ ଅନ୍ୟ କୌଣସି ଦେଶରୁ ଆମଦାନୀ କରିନାହିଁ, ବରଂ ନିଜେ ତିଆରି କରିଛି। ଭାରତରେ 5G କିପରି ବିକଶିତ ହେଲା ଏହି କାହାଣୀ ଲୋକଲୋଚନକୁ ଆସିନାହିଁ। କୋରିଆ ଭଲି ଦେଶରୁ କିଛି ଜଟିଳ ବସ୍ତୁ ଆସିପାରେ, କିନ୍ତୁ ଅନ୍ୟ ସ୍ଥାନରୁ ଆସିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।


Also Read: Assembly Election 2022: ହିମାଚଳ ଫାଇନାଲ, ଗୁଜରାଟ ଝୁଲିଲା


ସେ ପୁଣି କହିଛନ୍ତି ଯେ, ଯେଉଁ ଘରୋଇ କମ୍ପାନୀ ଗୁଡିକ ଭାରତରେ 5G ତିଆରି କରିଛନ୍ତି, ସେମାନେ ୨୦୨୪ ଶେଷ ସୁଦ୍ଧା ଏହି ଟେକ୍ନୋଲୋଜୀ ଅନ୍ୟ ଦେଶ ପାଇଁ ମଧ୍ୟ ଉପଲବ୍ଧ ହେବ। 5G ଭାରତର ଏକ ଉପଲବ୍ଧି, ଏହାକୁ ନେଇ ଆମେ ଗର୍ବିତ। ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ 5G ସେବାର ଶୁଭାରମ୍ଭ କରିଥିଲେ ବୋଲି ନିର୍ମଳା ସୀତାରମଣ କହିଛନ୍ତି। ଦିଲ୍ଲୀରେ ଆୟୋଜିତ India Mobile Congress 2022ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5G ସେବାର ଶୁଭାରମ୍ଭ କରିଥିଲେ । ଦେଶର ୮ଟି ସହରରେ ଏୟାରଟେଲ 5G ସେବା ଆରମ୍ଭ କରିଛି। ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ଦେଶର କୋଣ ଅନୁକୋଣରେ ସୁପର ସ୍ପିଡ୍ ଇଣ୍ଟରନେଟ ଯୋଗାଇ ଦିଆଯିବ ବୋଲି ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ କହିଛନ୍ତି।


 



ଭାରତରେ ରିଲାଏନ୍ସ, ଏୟାରଟେଲ, ଆଇଡିଆ ଭୋଡାଫୋନ ଓ ଆଦାନୀ ଗ୍ରୁପକୁ 5G ସ୍ପ୍ରେକଟମ ଦିଆଯାଇଛି। ବର୍ତ୍ତମାନ କିଛି ସୀମିତ ସଂଖ୍ୟକ ସହରରେ 5G ସେବା ଆରମ୍ଭ ହୋଇଛି। ପର୍ଯ୍ୟାୟକ୍ରମେ ଏହା ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ଉପଲବ୍ଧ ହେବ। 5Gରେ ଇଣ୍ଟରନେଟ 4G ଠାରୁ ସ୍ପିଡ୍ ହେବ। ଏହି ନେଟୱର୍କ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଏକ କ୍ରାନ୍ତୀ ଆଣିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ତେବେ ଏବେ ମଧ୍ୟ ଦେଶର ଅନେକ ସହରରେ ମୋବାଇଲ ନେଟୱର୍କ କାମ ଦେଉନଥିବା କିମ୍ବା ସ୍ଲୋ ହେଉଥିବା ଅଭିଯୋଗ ହେଉଛି।