India China Standoff: ଗତ ୯ ଡିସେମ୍ବରରେ  ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ ଭାରତ ସହ ହିଂସାତ୍ମକ ସଂଘର୍ଷ ହେବା ପରେ ଡିସେମ୍ବର ୧୩ ତାରିଖ ମଙ୍ଗଳବାର ପ୍ରଥମ ବୟାନ ଜାରି କରିଛି ଚୀନ। ଏନେଇ ଚୀନ ପକ୍ଷରୁ କୁହାଯାଇଛି ଯେ ହିଂସାତ୍ମକ ସଂଘର୍ଷ ହେବା ପରେ ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି।


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରତିକ୍ରିୟା ରଖି  ଚୀନୀ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ୱାଙ୍ଗ ୱେନ ବିନ କହିଛନ୍ତି ଯେ ଆମେ ଯେତେ ବୁଝିଛୁ, ଚୀନ୍-ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି। କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ସୀମା ପ୍ରସଙ୍ଗରେ ନିରନ୍ତର ଆଲୋଚନା ଚାଲିଛି। ଯେତେବେଳେ ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ପ୍ରସଙ୍ଗ ଉଠାଇଲା, ସେତେବେଳେ ଚୀନ୍ କହିଛି ଯେ ସୀମାରେ ସ୍ଥିତି ସ୍ଥିର ରହିଛି। 


ଅରୁଣାଚଳ ପ୍ରଦେଶ ତୱାଙ୍ଗ ଠାରେ ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷ ଘଟଣାରେ ସଂସଦରେ ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଗତ ସପ୍ତାହରେ ବିବାଦୀୟ ହିମାଳୟ ସୀମାରେ ଚୀନ୍ ଏକପାଖିଆ ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। ତୱାଙ୍ଗ ଠାରେ ହୋଇଥିବା ସଂଘର୍ଷରେ କୋଣସି ଭାରତୀୟ ସେନାକୁ କୌଣସି ପ୍ରକାର କ୍ଷତି ହୋଇନାହିଁ। ଚୀନ ସେନା ସହ ହୋଇଥିବା ସଂଘର୍ଷରେ କୌଣସି ଭାରତୀୟ ସୈନିକ ଶହୀଦ ହୋଇନାହାଁନ୍ତି କିମ୍ବା କୌଣସି ସୈନିକ ଗୁରୁତର ଆହତ ହୋଇନାହାଁନ୍ତି। 


ହେଲେ ଏହି ସଂଘର୍ଷରେ କିଛି ଚୀନ ସୈନିକ ଆହତ ହୋଇଥିବା କୁହାଯାଉଛି। ଭାରତୀୟ ସେନାର ପରାରକ୍ରମ ଆଗରେ ଚୀନା ସେନା ବିଫଳ ହୋଇଥିଲା। ଭାରତୀୟ ସୈନ୍ୟ କମାଣ୍ଡରଙ୍କ ତତ୍କାଳ ହସ୍ତକ୍ଷେପ ପର ଚୀନ ସୈନିକ ତତ୍କାଳ ସେମାନଙ୍କ ପୋଷ୍ଟ ପାଖକୁ ଫେରି ଯାଇଥିଲା। ଏହି ଘଟଣା ପରେ ଭାରତୀୟ ସୈନ୍ୟ କମାଣ୍ଡର ୧୧ ଡିସେମ୍ବରରେ ଚୀନ୍ ପ୍ରତିପକ୍ଷଙ୍କ ସହ ଏକ ବୈଠକ କରିଥିଲେ।  ଚୀନ୍ ପକ୍ଷକୁ ଏଭଳି କାର୍ଯ୍ୟକୁ ବାରଣ କରାଯାଇଥିଲା ଏବଂ ସୀମାରେ ଶାନ୍ତି ବଜାୟ ରଖିବାକୁ କୁହାଯାଇଥିଲା। କୂଟନୈତିକ ସ୍ତରରେ ଚୀନ ସହ ଏହି ପ୍ରସଙ୍ଗ ଉଠାଯାଇଛି।


ସୀମୀରେ ଉଭୟ ଭାରତ-ଚୀନ ସୈନ୍ୟ ମୁହାଁମୁହିଁ ହେବା ପରେ ପରିସ୍ଥିତି ଉତ୍ତେଜନାମୂଳକ ହୋଇପଡ଼ିଛି। ସଂସଦରେ ବୟାନ ରଖିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ। ଏହି ବୈଠକରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଏବଂ ୩ ସେନା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ସେନା ମୁଖ୍ୟ ଭାରତ-ଚୀନ୍ ସୀମା ବିବାଦ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହା ସହିତ ସେନା ମୁଖ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚୀନ୍ ସହିତ ପ୍ରକୃତ ନିୟନ୍ତ୍ରଣ ସୀମାରେଖାରେ ସୁରକ୍ଷା ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି। 


ତୱାଙ୍ଗ ସଂଘର୍ଷ ପୂର୍ବରୁ ଅନେକ ଥର ଚୀନ୍ ସୈନିକ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। ପୂର୍ବରୁ ଗତ ୨୦୨୦ ଜୁନରେ ପୂର୍ବ ଲଦାଖର ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଉଠିଥିଲା। ଏବେ ପୁଣି ଥରେ ଚୀନ୍ ସୀମା ବିବାଦ ସୃଷ୍ଟି କରିବାକୁ ସାହସ କରିଛି। ପୂର୍ବରୁ ୧୯୬, ୧୯୬୭, ୧୯୭୫, ୨୦୧୩, ୨୦୧୭, ୨୦୨୦ ବର୍ଷରେ ସୀମାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ ସୈନିକ।