ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ମୁକାବିଲାକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ। ସମସ୍ତ ନାଗରିକଙ୍କୁ ନୁହଁ କିଛି ନିର୍ଦ୍ଧିଷ୍ଟ ଲୋକଙ୍କର ହେବ ଟିକା କରଣ। ମଙ୍ଗଳବାର ଏଭଳି ଏକ ଚଞ୍ଚଲ୍ୟକର ବୟାନ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।


COMMERCIAL BREAK
SCROLL TO CONTINUE READING

ନିୟମିତ ଚାଲୁଥିବା ସ୍ୱାସ୍ଥ୍ୟ ବୁଲେଟିନରେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ କୋରୋନା ଆଭିମୁଖ୍ୟ ଉପରୁ ପରଦା ହଟିଛି। ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ (Rajesh Bhushan) କହିଛନ୍ତି ଯେ, ସମସ୍ତ ଦେଶବାସୀଙ୍କୁ କୋରୋନା ଟିକା (corona vaccination) ଦିଆଯିବ ବୋଲି ସରକାର କେବେ ମଧ୍ୟ କହିନାହାନ୍ତି। ବାସ୍ତବିକ ତଥ୍ୟ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା ପରେ ଟିକାକରଣକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।


Also Read: କେଉଁଠୁ ଆସିଛି କୋରୋନା ଭୂତାଣୁ? ଜାଣିବା ପାଇଁ ସବୁକିଛି କରିବ WHO


ସେପଟେ ICMR DG ବଳରାମ ଭାର୍ଗବ (Balram Bhargava) ଙ୍କ କହିବା କଥା ହେଲା, ଟିକା (corona vaccine) ର ଉପଲବ୍ଧି ଦେଖି ଦେଶରେ ଟିକାକରଣ ହେବ। କୋରୋନା ସଂକ୍ରମଣର ଚେନ ଭାଙ୍ଗିବା ହେଉଛି ସରକାରଙ୍କ ଲକ୍ଷ୍ୟ। ଯଦି ଗୁରୁତର ରୋଗୀଙ୍କୁ ଗଣ ଟିକାକରଣ (mass vaccination) କରାଯାଏ ଏବଂ କୋରୋନା ସଂକ୍ରମଣରେ ରୋକ ଲାଗେ, ତେବେ ସମୂର୍ଣ୍ଣ ଭାରତବାସୀଙ୍କୁ ଟିକା ଦିଆଯାଇନପାରେ।


ବର୍ତ୍ତମାନ ମଧ୍ୟ ଦେଶରେ ବିଭିନ୍ନ କମ୍ପାନୀର କୋରୋନା ଟିକାର କ୍ଲିନିକାଲ ଟ୍ରାଏଲ (clinical trial) ଚାଲିଛି। ସରକାରଙ୍କ Data Safety Monitoring Board ନିରନ୍ତର ଟ୍ରାଇଲ ଉପରେ ନଜର ରଖିଛି। କିଛି ବିଦେଶୀ କମ୍ପାନୀଙ୍କ ଟ୍ରାଏଲ ସରିଛି। ତେବେ ସେମାନଙ୍କ ସହ ସରକାର ଲଗାତାର ଯୋଗାଯୋଗରେ ଅଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି।


Also Read: ଭାରତରେ ସବା ଶେଷରେ ଏମାନଙ୍କୁ ମିଳିବ କୋରୋନା ଟିକା!


ସେ ପୁଣି କହିଛନ୍ତି ଯେ, ଦେଶର କୋରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ସପ୍ତାହରେ ସଂକ୍ରମଣ ହାର ୩.୭୨ ପ୍ରିତିଶତ ଥିଲା। ବିଶ୍ୱର ବୃହତ ଦେଶ ଗୁଡିକ ତୁଳାନାରେ ଭାରତର ସ୍ଥିତି ବହୁତ ଭଲ ଅଛି। ଆମ ଦେଶରେ ଦଶ ଲକ୍ଷ ଜନସଂଖ୍ୟାରେ ୨୧୧ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ମୃତ୍ୟୁ ହାର ୭.୫ ପ୍ରତିଶତରୁ ୬.୬୯ ପ୍ରତିଶତକୁ ଖସିଛି। ଆରୋଗ୍ୟ ହାର ବି ବୃଦ୍ଧି ପାଇଥିବା ସେ କହିଛନ୍ତି।