ଆସନ୍ତା ବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?
Advertisement
Article Detail0/zeeodisha/odisha795332

ଆସନ୍ତା ବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?

ଶନିବାର ପ୍ରଧାନମନ୍ତ୍ରୀ ମୋଦି କୋରୋନା ଟିକା ପ୍ରସ୍ତୁତି କରୁଥିବା ସହର ଦେଶର ପ୍ରମୁଖ ୩ଟି ସହର ଗସ୍ତ କରି ଏହାର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବା ବୈଜ୍ଞାନିକଙ୍କ ମନୋବଳ ବଢାଇଛନ୍ତି।

ଆସନ୍ତା ବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?

ମୋନିକା ମହାନ୍ତି,ନୂଆଦିଲ୍ଲୀ: ବିଶ୍ୱ ମହାମାରୀ (World Pandemic)କୋରୋନା ଭାଇରସର (Corona Virus)ମୁକାବିଲା କରିବା ଲାଗି ଭାରତ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଉପରେ ରହିଛି ସାରା ବିଶ୍ୱର ନଜର। ଗୋଟିଏ ପଟେ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ ଲକ୍ଷ ଅତିକ୍ରମ କରିଥିବାବେଳେ ଏବେ ଦେଶରେ କୋଭିଡ୧୯ ଟିକା (Covid19 Vaccine)ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଶନିବାର ପ୍ରଧାନମନ୍ତ୍ରୀ ମୋଦି (PM Modi)କୋରୋନା ଟିକା ପ୍ରସ୍ତୁତି କରୁଥିବା ସହର ଦେଶର ପ୍ରମୁଖ ୩ଟି ସହର ଗସ୍ତ କରି ଏହାର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ରହିଥିବା ବୈଜ୍ଞାନିକଙ୍କ ମନୋବଳ ବଢାଇଛନ୍ତି। ଆଜି ସଧ୍ୟାରେ ସେ  ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ ଠାରେ ପହଞ୍ଚି କୋଭିସିଲ୍ଡ ଭ୍ୟାକସିନ (Covishield vaccine)ପ୍ରସ୍ତୁତି କିପରି ଚାଲିଛି ତାହାର ଅନୁଧ୍ୟାନ କରିଛନ୍ତି। ସିରମ ଇନଷ୍ଟିଚ୍ୟୁଟ, ଅକ୍ସଫୋର୍ଡ ୟୁନିଭରସିଟି, ଏଷ୍ଟ୍ରୋଜେନେକା ଆଦି ସଂସ୍ଥା ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରୁଛି। ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି।

ପୁଣେରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ, ହାଇଦ୍ରାବାଦ ଗସ୍ତ କରିଥିଲେ। ସକାଳେ ପ୍ରଥମେ ଅହମ୍ମଦାବାଦସ୍ଥିତ ଜାଇଡସ କେଡିଲା (Zydus Cadila)ପ୍ଲାଣ୍ଟ ଠାରେ ପହଞ୍ଚି କମ୍ପାନୀ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଜାୟକୋବ-ଡି (ZyCoV-D)କୋରୋନା ଭ୍ୟାକସିନ ନିର୍ମାଣ ନେଇ ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ ପିଏମ ମୋଦି। ଆସନ୍ତା ଡିସେମ୍ବରରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବାକୁ ଯାଉଛି।

Also Read:ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO

ଏହାପରେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ (Bharat Biotechs)ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କୋ ଭାକ୍ସିନ ( Covaxin)ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ ପ୍ରଧାନମନ୍ତ୍ରୀ।
ଏହାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜାରି ରହିଛି। ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତ କରୁଥିବା ୩ଟି କମ୍ପାନୀର କାରଖାନା ପରିଦର୍ଶନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦେଶରେ ଏହି ଟିକା କେବେ ଉପଲବ୍ଧ ହେବ ଏବଂ କାହାକୁ ପ୍ରଥମେ ଦିଆଯିବ ସେନେଇ ଆଲୋଚନା ହୋଇଛି। ଆସନ୍ତା ବର୍ଷ ଆରମ୍ଭରେ ଏହି ଟିକା ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ପ୍ରାଥମିକତା ହେଉଛି ଆଗଧାଡିର ଯୋଦ୍ଧା ଗୋଷ୍ଠୀଙ୍କୁ ପ୍ରଥମେ ଟିକା ଯୋଗାଇ ଦିଆଯିବ। ଏହି ଗୋଷ୍ଠୀକୁ ୫ଟି ପର୍ଯ୍ୟାୟରେ ବିଭକ୍ତ। ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ସମେତ ୩୧ କୋଟି କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ।  

Also Read: 'ଟିକାର କୌଣସି ଆବଶ୍ୟକତା ନାହିଁ, ଶେଷ ହୋଇଯାଇଛି କୋରୋନା ମହାମାରୀ'

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଟିକା କେବେ ଆସିବ ଏବଂ ଏହାର ମୂଲ୍ୟ କେତେ ହେବ ସେ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସମୟ ସ୍ଥିର ହୋଇନାହିଁ। ଏହି ଟୀକାକୁ ପ୍ରଥମେ ଦେଶର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ। କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହିତ ମିଶି ୩୧ କୋଟି ଲୋକଙ୍କୁ ଚିହ୍ନଟ କରୁଛନ୍ତି ଯେଉଁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଟୀକାକରଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଏକ କୋଟି ଡାକ୍ତର, ଏମବିବିଏସ୍ ଛାତ୍ର, ନର୍ସ ଏବଂ ଆଶା କର୍ମଚାରୀଙ୍କୁ ଟୀକାକରଣ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଦେଶର କୋଭିଡ ଯୋଦ୍ଧାଙ୍କୁ ଟୀକାକରଣ କରାଯିବ। ସେଥିରେ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀ, ପୋଲିସ୍ ଏବଂ ସୁରକ୍ଷା କର୍ମୀ ଅନ୍ତର୍ଭୂକ୍ତ। ତୃତୀୟ ପର୍ଯ୍ୟାୟରେ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ। ଚତୁର୍ଥ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବର୍ଷୀୟ ୨୬ ନିୟୁତ ଲୋକଙ୍କୁ ଟିକା ଦିଆଯିବ।

Also Read:ଲ୍ୟାବ୍ ଗସ୍ତ କରି କୋରୋନା ଟିକା ସ୍ଥିତି ଅନୁଧ୍ୟାନ କରିବେ ପିଏମ ମୋଦି

 

ପଞ୍ଚମ ପର୍ଯ୍ୟାୟରେ ସଂକ୍ରମଣର ଆଶଙ୍କା ଅଧିକ ଥିବା ଯୁବବର୍ଗଙ୍କୁ ସରକାର ଟୀକାକରଣ କରିବେ। ଏହି ବର୍ଗରେ ୫୦ ବର୍ଷରୁ କମ୍ ବ୍ୟକ୍ତି ଅନ୍ତର୍ଭୂକ୍ତ। ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସଂଖ୍ୟାନ ଆଧାରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ମିଲିୟନ ପାର କରିସାରିଛି। ଏଭଳି ପରିସ୍ଥିତିରେ ଏହାର କବଳରୁ ମୁକ୍ତି ପାଇବା ପାଇଁ ପ୍ରସ୍ତୁତ ହେଉଥିବା ଟିକା ଉପରେ ସମସ୍ତଙ୍କ ନଜର ରହିଛି।