ପାକିସ୍ତାନକୁ ପୁଣି ସହଯୋଗର ହାତ ବଢାଇବ ଭାରତ !
ଶତ୍ରୁ ରାଷ୍ଟ୍ର ପାକିସ୍ତାନ ପ୍ରତି ପୁଣି ଥରେ ଉଦାରବାଦୀ ହେବା ସହିତ ସହାୟତାର ହାତ ବଢାଇଛି ଭାରତ ।
ନୂଆଦିଲ୍ଲୀ: ଶତ୍ରୁ ରାଷ୍ଟ୍ର ପାକିସ୍ତାନ ପ୍ରତି ପୁଣି ଥରେ ଉଦାରବାଦୀ ହେବା ସହିତ ସହାୟତାର ହାତ ବଢାଇଛି ଭାରତ । ଶ୍ରୀଲଙ୍କା ଗସ୍ତରେ ଯିବାକୁ ଥିବା ବେଳେ ବାୟୁସୀମାନେ ନେଇ ପାକିସ୍ତାନ ଚିନ୍ତାରେ ରହିଥିଲା । ଫଳରେ ଭାରତୀୟ ବାୟୁସୀମାର ବ୍ୟବହାର ପାଇଁ ଭାରତ ଠାରୁ ସହାୟତା ଲୋଡ଼ିଥିଲା ପାକିସ୍ତାନ ।
ସେପଟେ ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଅନୁମତିକୁ ରକ୍ଷା କରିଛି ଭାରତ । ଭାରତୀୟ ବାୟୁସୀମାକୁ ବ୍ୟବହାର କରିବାକୁ ପାକିସ୍ତାନକୁ ଅନୁମତି ପ୍ରଦାନ କରିଛି ଭାରତ । ଇମ୍ରାନ ଖାନ ଦୁଇ ଦିନିଆ ଗସ୍ତରେ ଶ୍ରୀଲଙ୍କା ଯିବେ । ଏହି ଗସ୍ତ ସମୟରେ ସେ ଶ୍ରୀଲଙ୍କା ସଂସଦରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ପାକିସ୍ତାନର ହରକତ କାରଣରୁ ଶ୍ରୀଲଙ୍କାର ସରକାର ଇମ୍ରାନଙ୍କ ଏହି ଯୋଜନାକୁ ବାତିଲ କରିଦେଇଥିଲେ । ତେବେ ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ବାତିଲ କରିଥିବା ନେଇ ଆଲୋଚନା ହେଉଛି।
ଶ୍ରୀଲଙ୍କା ଗଣମାଧ୍ୟମ ଅନୁଯାୟୀ ପାକିସ୍ତାନ ସହିତ ବନ୍ଧୁତ୍ୱ କରିବା ପାଇଁ ଶ୍ରୀଲଙ୍କା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେବେ ଏହି ଭୟରେ ଇମ୍ରାନଙ୍କ ଯୋଜନାକୁ ବାତିଲ କରିଦେଇଛି ଶ୍ରୀଲଙ୍କା ସରକାର । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ମସିହା ମାର୍ଚ୍ଚ ମାସରେ ଶ୍ରୀଲଙ୍କା ସଂସଦକୁ ସମ୍ବୋଧନ କରିଥିଲେ ।
ବିଗତ କିଛି ମାସ ମଧ୍ୟରେ ଶ୍ରୀଲଙ୍କା ମୁସଲିମ ବିରୋଧୀ ଚିନ୍ତାଧାର ମୁଣ୍ଡଟେକିଥିଲା । ଏହାର ମୁଳ କାରଣ ଥିଲା କି ଶ୍ରୀଲଙ୍କାରେ ବୌଦ୍ଧ ଓ ମସଜିଦରେ ପଶୁଙ୍କ ବଳି ଦେବା ଘଟଣା । ଏହି ଘଟଣାକୁ ନେଇ ବାରମ୍ବାର ଦେଶରେ ଆନ୍ଦୋଳନ ଦେଖାଦେଇଥିଲା । ତେବେ ଏହି ସମୟରେ ଇମ୍ରାନଙ୍କ ଗସ୍ତ ଅନେକ ପ୍ରକାର ଆଶା ସଞ୍ଚାର ହୋଇଥିଲା । ମୁସଲିମ କାର୍ଡ ଖେଳିବା ନେଇ ମଧ୍ୟ ଆଶା ପ୍ରକାଶ ପାଇଥିଲା ।