ବନ୍ଧୁଦେଶକୁ ମିଳିଲା ଟିକା; ବାଦ ପଡିଲା ଶତ୍ରୁ ଦେଶ ପାକିସ୍ତାନ
ଭାରତ ନିର୍ମିତ କୋରୋନା ଟିକା କିଣିବା ପାଇଁ ଅନେକ ଦେଶ ଯୋଗାଯୋଗ କରିଛନ୍ତି। ହେଲେ ଏହି ପ୍ରକ୍ରିୟାରୁ ବାଦ ପଡିଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଶତ୍ରୁ ଦେଶ ପାକିସ୍ତାନ।
ନୂଆଦିଲ୍ଲୀ: ପଡୋଶୀ ଦେଶ ପ୍ରଥମ ନୀତି ଆଧାରରେ ଭାରତ ଏହାର ମିତ୍ର ସହଯୋଗୀ ଦେଶଙ୍କୁ କୋଭିଡ୧୯ ଟିକା ଯୋଗାଇବା ଆରମ୍ଭ କରିଛି। ଏହିକ୍ରମରେ କୋରୋନା ବିରୋଧି ଲଢେଇରେ ଭୂଟାନ, ମାଳଦ୍ୱୀପକୁ ଟିକା ପ୍ରଦାନ ସେମାନଙ୍କ ପ୍ରତି ସହଯୋଗୀ ଆଭିମୁଖ୍ୟ ପ୍ରଦର୍ଶନ ଜାରି ରଖିଛି ଭାରତ।
ମାଳଦ୍ୱୀପରେ ଟିକା ପହଞ୍ଚିବା ପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟିକା ଟ୍ୱିଟ କରି ଏ ବାବଦରେ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଭାରତ ନିର୍ମିତ କୋରୋନା ଟିକା ମାଲଦ୍ୱୀପରେ ପହଞ୍ଚିଛି ଯାହା ଆମର ବିଶେଷ ବନ୍ଧୁତାକୁ ଦର୍ଶାଉଛି। ଜୟଶଙ୍କର ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଟିକା ମୈତ୍ରୀ ଆରମ୍ଭ ହେବା ସହ ଭୂଟାନରେ କୋରୋନା ଭ୍ୟାକସିନ ପହଞ୍ଚିଛି। ଏହା ହେଉଛି ପଡୋଶୀ ପ୍ରଥମ ନୀତିର ଏକ ଉଦାହରଣ। ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଟ୍ୱିଟ୍ କରି କହିଛନ୍ତି ପଡୋଶୀ ତଥା ସହଯୋଗୀ ଦେଶଙ୍କୁ ଭାରତ କୋଭିଡ୧୯ ଟିକା ଯୋଗାଇବା ଆରମ୍ଭ କରିଛି।
ଉଲ୍ଲେଖନୀୟ କଥା ହେଉଛି ଭାରତ ବିଶ୍ୱର ବୃହତ୍ତମ ଟୀକା ଉତ୍ପାଦନକାରୀଙ୍କ ଦେଶଙ୍କ ମଧ୍ୟରୁ ଅନ୍ୟତମ। ଭାରତ ନିର୍ମିତ କୋରୋନା ଟିକା କିଣିବା ପାଇଁ ଅନେକ ଦେଶ ଯୋଗାଯୋଗ କରିଛନ୍ତି। ହେଲେ ଏହି ପ୍ରକ୍ରିୟାରୁ ବାଦ ପଡିଛି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଶତ୍ରୁ ଦେଶ ପାକିସ୍ତାନ। ଯେଉଁ କାରଣରୁ କୋଭିଡ୧୯ ଟିକାର ଲାଭ ଉଠାଇବାରୁ ବାଦ ପଡିଛି ପାକିସ୍ତାନ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଆସନ୍ତା ମାସରେ ପର୍ଯ୍ୟାୟ କ୍ରମେ ସହଯୋଗୀ ଦେଶମାନଙ୍କୁ କୋଭିଡ୧୯ ଟିକା ଯୋଗାଇବ। ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମରିସସରୁ ଟିକା ଯୋଗାଣ ପାଇଁ ଭାରତ ଆବଶ୍ୟକୀୟ ନିୟାମକ ଅନୁମୋଦନକୁ ଅପେକ୍ଷା କରିଛି।
Also Read: ଔକାତକୁ ଆସିଗଲା ପାକିସ୍ତାନ; ଭାରତରୁ ମାଗଣାରେ ନେବ କୋରୋନା ଟିକା!
ପ୍ରଥମେ ଭୁଟାନ, ମାଲଦ୍ୱୀପକୁ ଟିକା ମିଳିଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର, ସେକେଲ୍ସକୁ କୋଭିଡ୧୯ ଟିକା ଯୋଗାଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ବିଶ୍ୱ ସମୁଦାୟର ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ହୋଇଥିବାରୁ ନିଜକୁ ଅତ୍ୟନ୍ତ ଗୌରବାନ୍ୱିତ୍ୱ ମନେକରୁଛି। ଟିକା ଯୋଗାଣ ବୁଧବାର ଠାରୁ ଆରମ୍ଭ ହେବ। ଆଗାମୀ ଦିନରେ ଆହୁରି ଅନେକ କିଛି ହେବାକୁ ଯାଉଛି।