ନୂଆଦିଲ୍ଲୀ: ଭାରତୀୟ ସେନା (Indian Army) ପରାକ୍ରମକୁ ନେଇ ନେଇ ଏବେ ଥରି ଉଠିଲେଣୀ ପାକିସ୍ତାନ ସରକାର। ପ୍ରଥମେ ସେନାବାହିନୀ ଆଉ ଏବେ ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ଭାରତୀୟ ସୈନିକଙ୍କ ବୀରତ୍ୱକୁ ଦେଖି କମ୍ପିଉଠିଲେଣୀ। ପ୍ରତିଦ୍ୱଦ୍ୱୀ ଦେଶର ସୈନ୍ୟବାହିନୀ କେତେ କ୍ଷମତାଶାଳୀ ତାହା ଏବେ ନିଜ ମୁହଁରେ କହିବାକୁ ଲାଗିଲେଣୀ ପାକିସ୍ତାନ ସରକାରଙ୍କ ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ଏ ପ୍ରସଙ୍ଗରେ ମତ ରଖି ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ (Pakistan Foreign Minister) ଶାହା ମହମ୍ମଦ କ୍ୟୁରେଶୀ (Shah Mahmood Qureshi) ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି, "ପାକିସ୍ତାନ ବିରୁଦ୍ଧରେ ଭାରତ ପୁନଃର୍ବାର ସର୍ଜିକାଲ ଷ୍ଟ୍ରାଇକ କରିପାରେ। ଏନେଇ ଦେଶର ଗୁଇନ୍ଦା ବିଭାଗକୁ ଖବର ମିଳିସାରିଛି।"  


ପାକିସ୍ତାନ ବିଦେଶ ମନ୍ତ୍ରୀ କ୍ୟୁରେଶୀ କହିଛନ୍ତି ଏନେଇ ଆମକୁ ବିଶ୍ୱସନୀୟ ସୂତ୍ରରୁ ଖବର ମିଳିସାରିଛି। ଦେଶର ଆଭ୍ୟନ୍ତରୀଣ ମାମଲାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଭାରତ ପାକିସ୍ତାନ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ। ଶତ୍ରୁ ଦେଶର ବିଦେଶ ମନ୍ତ୍ରୀଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। 


Also Read: ଭାରତୀୟ ସେନା ପାଇଁ ୮୯ଟି ଆପ୍ସ ବ୍ୟାନ


 


ଆତଙ୍କୀ ସଙ୍ଗଠନକୁ (Terrorist Organisation) ଧ୍ୱଂସ କରିବାକୁ ଭାରତ ସରକାରଙ୍କ (India) କଠୋର ଆଭିମୁଖ୍ୟକୁ ଦେଖି ଭୟଭୀତ ହୋଇଉଠିଲାଣି ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ (Pakistan)। ଏପରିକି ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାକୁ ଭାରତୀୟ ସେନା ପକ୍ଷରୁ ଚାଲିଥିବା ନିର୍ଘାତ ପ୍ରହାରକୁ ଦେଖିବା ପରେ ଆତଙ୍କୀ ସଙ୍ଗଠନକୁ ସମର୍ଥନ ଯୋଗାଉଥିବା ପାକିସ୍ତାନ ସରକାର, ସେନା, ଗୁଇନ୍ଦା ଏଜେନ୍ସି ଏବେ ଭୟରେ କମ୍ପିବାକୁ ଲାଗିଛନ୍ତି। 


ଦୁଇ ଦିନିଆ ୟୁନାଇଟେଡ ଆରବ ଏମିରେଟ୍ସ-ୟୁଏଇ (United Arab Emirates-UAE) ଗସ୍ତରେ ଅଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶୀ। ୟୁଏଇ ରାଜଧାନୀ ଆବୁଧାବି ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାକିସ୍ତାନୀ ମନ୍ତ୍ରୀ କ୍ୟୁରେଶୀ କହିଛନ୍ତି ଆମେ ବିଶ୍ୱ ସମୁଦାୟ ଉଦ୍ଦେଶ୍ୟରେ କହିରଖୁଛୁ ଶାନ୍ତି ଏକ ସାମୂହିକ ଦାୟୀତ୍ୱ। ଭାରତ ଏହାର ଘରୋଇ ସମସ୍ୟାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛି ଏବଂ ଆମକୁ ଅସ୍ଥିର କରିବାକୁ ଚାହୁଁଛି। ଆମେ ନିବେଦନ କରୁଛୁ ଭାରତର ଏପରି କାର୍ଯ୍ୟକୁ ରୋକାଯାଉ। 


Also Read:  ଚୀନ-ପାକ୍ ଛାତିରେ ଛନକା! ୧୫ ଦିନ ପାଇଁ ଗୋଳାବାରୁଦ ରଖିବ ଭାରତୀୟ ସେନା


 


ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ଏକ ବିବୃତ୍ତି ଦେଇଛି।  ନିକଟରେ ଏକ ପାକିସ୍ତାନୀ ଖବରକାଗଜ ଦେଶର ସେନା ମାଧ୍ୟମରେ ଏକ ଖବର ପ୍ରସାରଣ କରିଥିଲା ଯେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରୁ ଲୋକଙ୍କ ନଜର ହଟାଇବା ପାଇଁ ଭାରତ ପାକିସ୍ତାନ ବିରୁଦ୍ଧରେ ଷଡଯନ୍ତ୍ର କରୁଛି। ଏଥିଲାଗି ପାକିସ୍ତାନ ସେନା ସତର୍କ ରହିଛି। କିନ୍ତୁ ସତକଥା ହେଉଛି ଖଲିସ୍ତାନୀ ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା ଯୋଗାଇ ହେଉଥିବା ଆମର ପଡୋଶୀ ରାଷ୍ଟ୍ର କୃଷକ ଆନ୍ଦୋଳନକୁ ଭିନ୍ନ ଏକ ଦିଗ ଦେବାକୁ ଚେଷ୍ଟା କରୁଛି। 


ପାକିସ୍ତାନର ସେନା ବାହିନୀ, ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ସେହି ଦେଶରେ ସକ୍ରିୟ ଥିବା ଅନ୍ୟ ଆତଙ୍କବାଦୀ ସଙ୍ଗଠନ ଗୁଡିକ ଗତ କିଛି ବର୍ଷ ଧରି ଖଲିସ୍ତାନ ଆନ୍ଦୋଳନକାରୀଙ୍କୁ ଭାରତ ବିରୁଦ୍ଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏକଥା ମଧ୍ୟ ଅଛପା ନାହିଁ ଯେ ପାକିସ୍ତାନ କିଭଳି ଓସାମା ବିନ ଲାଦେନକୁ ଆଶ୍ରୟ ଦେଇଥିଲା ଓ ତା'ର ପରିଣତି କ'ଣ ହେଲା। କିନ୍ତୁ ଏକଥା ସୂର୍ଯ୍ୟାଲୋକ ଭଳି ସତ୍ୟ ଯେ ଏଫଏଟିଏଫ (FATF) ଫାଶରୁ ମୁକ୍ତି ପାଇବା ପାଇଁ ଆମର ପାରମ୍ପରିକ ଶତ୍ରୁ ଏକ ଭାରତ ବିରୋଧି ଅଭିଯାନରେ ବାହାରିଛି। ୟୁଏଇ ସହିତ ନିଜର ସମ୍ନାନ ଓ ସମ୍ପର୍କ ହରାଇବା ପରେ, ପାକିସ୍ତାନ ଏହି ଅଭିଯାନର ପ୍ରଥମ ଚରଣ ସେହି ଦେଶରୁ ହିଁ ଆରମ୍ଭ କରିଛି।    


Also Read: ପିଏଲଏ ଉପରେ ନାହିଁ ଜିନପିଙ୍ଗଙ୍କ ବିଶ୍ୱାସ, ଏଲଏସିରେ ଚୀନ ସେନା କରୁଛି କବର୍ ମାର୍ଚ୍ଚ!


 


ହୁଏତ ଚୀନ ଓ ତୁର୍କୀ ପାକିସ୍ତାନକୁ ସହଯୋଗ କରିବା ପାଇଁ ଆଗେଇ ଆସିପାରନ୍ତି। ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି (Line of Actual Control-LAC) ଠାରେ ଚୀନ (China) ସହ ବିବାଦ ବଢିବା ପରେ ସାମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତି ଆରମ୍ଭ କରିସାରିଛି ଭାରତୀୟ ସେନା। ଏପରିକି ଯଦି ଯୁଦ୍ଧ ହୁଏ ତାହେଲେ ୧୫ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲଢିବାକୁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର, ହତିଆର, ଗୁଳିଗୋଳା ଗଚ୍ଛିତ କରିବା ଲାଗି ସେନାକୁ ନିର୍ଦ୍ଦେଶ ମିଳିସାରିଛି। ପୂର୍ବରୁ ଏହି ସମୟ ଅବଧି ୧୦ ଦିନ ରହିଥିଲା।


ଗଲୱାନି ଘାଟିରେ ଭାରତ-ଚୀନ ସେନା ସାମ୍ନାସାମ୍ନି ହେବାର ଦୀର୍ଘ ଦିନ ପରେ ଯେତେବେଳେ ଉଭୟ ରାଷ୍ଟ୍ର  LAC ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରି ଶାନ୍ତି ଫେରାଇ ଆଣିବା ଲାଗି ଚେଷ୍ଟା କରୁଛନ୍ତି, ସେହି ସମୟରେ ନୂଆଦିଲ୍ଲୀ ୧୫ ଦିନ ପାଇଁ ଯୁଦ୍ଧାସ୍ତ୍ର ସାଇତି ରଖିବା ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। 


Also Read:ପିଓକେରେ ସେନା ଠୁଳ କରୁଛି ଚୀନ, ଅଲବଦର ସହ ସମ୍ପର୍କ


 


ଭାରତର ଏପରି ଯୁଦ୍ଧ ପ୍ରସ୍ତୁତି ପଛରେ ଅନ୍ୟତମ କାରଣ ରହିଛି। କାରଣ ବର୍ତ୍ତମାନ ସ୍ଥିତିରେ ଯଦି ଯୁଦ୍ଧ ଆରମ୍ଭ ହୋଇଯାଏ ତାହେଲେ ଭାରତ ପକ୍ଷରୁ ଯେଉଁ ପାଲଟା ଆକ୍ରମଣ କରାଯିବ ତାହାକୁ କେବେହେଲେ ଚୀନର ପିପୁଲ୍ସ ଲିବରେସନ ଆର୍ମୀ-ପିଏଲଏ (Peoples Liberation Army-PLA) ଭୁଲି ପାରିବ ନାହିଁ। ଅନ୍ୟପଟେ ଭାରତ ବର୍ତ୍ତମାନ ସାମ୍ରାଜ୍ୟବାଦୀ ଚୀନ ସହିତ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ପାକିସ୍ତାନ ସହ ମିଳିତ ଭାବେ ଯୁଦ୍ଧ ଲଢିବା ଲାଗି ଭାରତୀୟ ସେନା ପ୍ରସ୍ତୁତି ଆରମ୍ଭ କରିସାରିଛି। ଏହାର ସୁରାକ ପାଇବା ପରେ କମ୍ପିଉଠିଲେଣି ପାକିସ୍ତାନ ସରକାର ଓ ସେନାବାହିନୀ।