India-Russia Bank Meeting: ଭାରତ ଓ ଋଷ ପୁରୁଣା ବନ୍ଧୁ ଏବଂ ଅସୁବିଧା ସମୟରେ ପରସ୍ପରକୁ ସାହାଯ୍ୟ କରିଥାନ୍ତି । ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ (Russia Ukraine War) ଋଷ ସମଗ୍ର ବିଶ୍ୱଠାରୁ ସମାଲୋଚନାର ସମ୍ମୁଖୀନ ହେଉଛି, କିନ୍ତୁ ଭାରତ ନିଜର ପୁରୁଣା ବନ୍ଧୁଙ୍କ ସହ ଛିଡା ହୋଇଛି । ଜାତିସଂଘ ବୈଠକରେ ଋଷ ବିରୋଧରେ ମଧ୍ୟ ଭାରତ ଭୋଟ୍ ଦେଇ ନାହିଁ । ସଙ୍କଟ ସମୟରେ ଋଷ ମଧ୍ୟ ଭାରତ ସହ ଆସିଛି ଓ ଭାରତକୁ ଅସ୍ତ୍ର ସାହାଯ୍ୟରେ କୂଟନୈତିକ ସହଯୋଗ ମଧ୍ୟ ଦେଇଛି । ଏଭଳି ପରିସ୍ଥିତିରେ ଏବେ ଦୁଇ ଦେଶ ମଧ୍ୟରେ ଏକ ବଡ ଡିଲ୍ ହେବାକୁ ଯାଉଛି । ଏହି ନିଷ୍ପତ୍ତି ପରେ ଦୁଇ ଦେଶ ପେମେଣ୍ଟ କରିବା ସହଜ ହେବ । ଉଭୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କର ବୈଠକ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ଦ୍ୱିପାକ୍ଷିକ ପେମେଣ୍ଟ ବ୍ୟବସ୍ଥାକୁ ନେଇ ହେବ । କେନ୍ଦ୍ରୀୟ ବ୍ୟାଙ୍କ ବ୍ୟତୀତ ଉଭୟ ଦେଶର ମନ୍ତ୍ରଣାଳୟ, ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନର ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ ।


COMMERCIAL BREAK
SCROLL TO CONTINUE READING

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରଠାରୁ, ଯେଉଁଠାରେ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ଋଷ ଠାରୁ ଦୂରତା ବଜାୟ ରଖିଛନ୍ତି, କିନ୍ତୁ ଭାରତ ଓ ଋଷର ଘନିଷ୍ଠତା ବୃଦ୍ଧି ପାଉଛି ।ମିଡିଆ ରିପୋର୍ଟ ଅନୁଯାୟୀ, ଉଭୟ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଯଥା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଓ ବ୍ୟାଙ୍କ ଅଫ୍ ଋଷ ଆସନ୍ତା ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଯଦି ପେମେଣ୍ଟ କାରବାରର ଏହି ସହଜ ବ୍ୟବସ୍ଥା ଉପରେ ସହମତ ହୁଏ, ତେବେ ଦୁଇ ଦେଶ ମଧ୍ୟରେ ପେମେଣ୍ଟ କରିବା ସହଜ ହେବ ଓ ଅନ୍ତର୍ଜାତୀୟ ନିୟମର କୌଣସି ଉଲ୍ଲଂଘନ ହେବ ନାହିଁ । ଋଷ ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ମଧ୍ୟରେ ଏହି ଚୁକ୍ତି ଋଷ ପାଇଁ ମଧ୍ୟ ଲାଭଦାୟକ ହେବ ଓ ଋଷରୁ କିଣାଯାଇଥିବା ଅସ୍ତ୍ରଶସ୍ତ୍ର ଓ ଅଶୋଧିତ ତୈଳ ପାଇଁ ଏହି ପେମେଣ୍ଟ ସିଷ୍ଟମରୁ ମଧ୍ୟ ଭାରତ ଉପକୃତ ହେବ ।


ଜାଣନ୍ତୁ କ’ଣ ରହିବ ବିଶେଷ?
ଉଭୟ କେନ୍ଦ୍ରୀୟ ବ୍ୟାଙ୍କର ଅଧିକାରୀମାନେ ଆସନ୍ତା ସପ୍ତାହରେ ଲୋରୋ (Loro) କିମ୍ବା ନୋଷ୍ଟ୍ରୋ (Nostro) ଆକାଉଣ୍ଟ ଖୋଲିବା ବିଷୟରେ ଆଲୋଚନା କରିବାର ସମ୍ଭାବନା ରହିଛି । ପୂର୍ବଟି ହେଉଛି ଏକ ତୃତୀୟ ପକ୍ଷ ଆକାଉଣ୍ଟ ଯେଉଁଠାରେ ଗୋଟିଏ ବ୍ୟାଙ୍କ ଦେଶର ଅନ୍ୟ ବ୍ୟାଙ୍କ ପାଇଁ ଏକ ଆକାଉଣ୍ଟ ଖୋଲିବ । ଦ୍ୱିତୀୟ ବିକଳ୍ପରେ, ଏକ ବ୍ୟାଙ୍କ ଅନ୍ୟ ଦେଶରେ ଏକ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲିଥାଏ । ଯଦିଓ ଆରବିଆଇ ଓ ବ୍ୟାଙ୍କ ଅଫ୍ ଋଷ ଏ ସମ୍ପର୍କରେ କୌଣସି ସୂଚନା ସେୟାର କରିନାହାଁନ୍ତି । ଏସବିଆଇ, ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ପରି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କର ପ୍ରତିନିଧୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ।


ଏହା ବି ପଢ଼ନ୍ତୁ: ED ପଚରାଉଚୁରାରେ କ୍ଳାନ୍ତ ହୋଇପଡିଛନ୍ତି ରାହୁଲ? ମାଗିଲେ ଗୋଟିଏ ଦିନ ପାଇଁ ବ୍ରେକ୍


ଏହା ବି ପଢ଼ନ୍ତୁ: Healthy Lifestyle: ସକାଳୁ ଉଠିବା ପରେ କରନ୍ତୁ ଏହି ଦୁଇଟି କାମ; ବଢ଼ିବ ଆୟୁ, ବିଶ୍ୱାସ ହେଲେ ଆପଣାଇ ଦେଖନ୍ତୁ