ନୂଆଦିଲ୍ଲୀ: India Slams on US Report: ଭାରତର ଉପାସନା ସ୍ଥଳ ଉପରେ ଆକ୍ରମଣର ବୃଦ୍ଧିକୁ ନେଇ ଆମେରିକାର ବୟାନର ଭାରତ କଡ଼ା ଜବାବ ଦେଇଛି । ଗୁରୁବାର ଦିନ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଥିଲେ ଯେ ଗତ କିଛି ବର୍ଷଧରି ଭାରତରେ ଉପାସନା ସ୍ଥଳ ତଥା ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଜାରି ରହିଛି ଏବଂ ବୃଦ୍ଧି ପାଇଛି । ଏହାର ଉପଯୁକ୍ତ ଜବାବ ବର୍ତ୍ତମାନ ଭାରତ ଆମେରିକାକୁ ଦେଇଛି ଏବଂ ଆମେରିକାକୁ ନିଜକୁ ଦେଖିବା ପାଇଁ ପରାମର୍ଶ ଦେଇଛି । ଗନ କଲ୍ଚର, ଜାତି ଏବଂ କଳାଗୋରା ଭେଦଭାବ ଭିତ୍ତିରେ ଆମେରିକାରେ ହେଉଥିବ ହିଂସା ଉପରେ ଲଗାମ ଲଗାଇବାକୁ ଭାରତ କହିଛି ।


COMMERCIAL BREAK
SCROLL TO CONTINUE READING

ବୈଦେଶିକ ବିଭାଗର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ ଆମେରିକାର ବରିଷ୍ଠ ଅଧିକାରୀଙ୍କ ଭୁଲ ସୂଚନା ଉପରେ ଆମେରିକାର ବୈଦେଶିକ ବିଭାଗ ୨୦୨୧ ରିପୋର୍ଟ ପ୍ରକାଶ ପାଇଥିବା ଆମେ ଲକ୍ଷ୍ୟ କରିଛୁ । ଆନ୍ତର୍ଜାତୀୟ ସଂପର୍କରେ ଭୋଟ୍ ବ୍ୟାଙ୍କ ରାଜନୀତି ଅଭ୍ୟାସ କରିବା ଦୁର୍ଭାଗ୍ୟଜନକ । ଆମେ ଅନୁରୋଧ କରିବୁ ଯେ ପ୍ରେରିତ ଇନପୁଟ୍ ଏବଂ ପକ୍ଷପାତିତ ଦୃଶ୍ୟ ଉପରେ ଆଧାରିତ ମୂଲ୍ୟାଙ୍କନରୁ ଦୂରେଇ ରହିବା ଉଚିତ ।


ବାଗଚି ଆହୁରି କହିଛନ୍ତି ଯେ ଭାରତ ଏକ ଅନ୍ତର୍ନିହିତ ବହୁମୁଖୀ ସମାଜ ଭାବରେ ଧାର୍ମିକ ସ୍ୱାଧୀନତା ଏବଂ ମାନବିକ ଅଧିକାରକୁ ଗୁରୁତ୍ୱ ଦେଇଥାଏ । ଆମେରିକା ସହିତ ଆମର ଆଲୋଚନାରେ, ଆମେ ସେଠାରେ ନିୟମିତ ଭାବରେ ଜାତିଗତ ତଥା ବର୍ଣ୍ଣଗତ ଭାବରେ ଆକ୍ରମଣ, ଘୃଣା ଅପରାଧ ସମେତ ବନ୍ଧୁକ ଦ୍ୱାରା ହେଉଥିବା ହିଂସା ଆଦି ଚିନ୍ତାର ବିଷୟଗୁଡିକୁ ହାଇଲାଇଟ୍ କରିଛୁ ।


ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଚିନ୍ତା ପ୍ରକଟ କରିଛନ୍ତି ଯେ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି । ବ୍ଲିଙ୍କେନ୍ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର, ଯେଉଁଠାରେ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି । ସାଂପ୍ରତିକ ସମୟରେ ଲୋକଙ୍କ ଉପରେ ତଥା ପୂଜାସ୍ଥଳି ଉପରେ ଆକ୍ରମଣ ମାମଲାରେ ବୃଦ୍ଧି ଘଟିଛି ।


ଏହା ବି ପଢ଼ନ୍ତୁ: Ukraine War: ୧୦୦ ଦିନ ଯୁଦ୍ଧରେ ମାତ୍ର ଏତିକି ପ୍ରତିଶତ ୟୁକ୍ରେନ ଅଞ୍ଚଳକୁ କବ୍ଜା କରିଛି ଋଷ


ଏହା ବି ପଢ଼ନ୍ତୁ: ଜାତୀୟ ଗଣମାଧ୍ୟମରେ ଅନୁଭବ-ବର୍ଷାଙ୍କ 'ବେଡରୁମ ଷ୍ଟୋରୀ'ର ପୋଷ୍ଟମର୍ଟମ


ଏହା ବି ପଢ଼ନ୍ତୁ: ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରିଜୱାନ୍ ଦେଲେ ଏକ ବଡ଼ ବୟାନ; ଜାଣନ୍ତୁ କ’ଣ କହିଲେ