ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରିଜୱାନ୍ ଦେଲେ ଏକ ବଡ଼ ବୟାନ; ଜାଣନ୍ତୁ କ’ଣ କହିଲେ
Advertisement
Article Detail0/zeeodisha/odisha1206647

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ରିଜୱାନ୍ ଦେଲେ ଏକ ବଡ଼ ବୟାନ; ଜାଣନ୍ତୁ କ’ଣ କହିଲେ

India Vs Pakistan: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତ ପାକିସ୍ତାନ ଗସ୍ତ କରିନାହିଁ । ରିଜୱାନ୍ ବିଶ୍ୱାସ କରନ୍ତି ଯେ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ ପରସ୍ପର ବିପକ୍ଷରେ ଖେଳିବାକୁ ଚାହୁଁଛନ୍ତି ।

ସାଙ୍କେତିକ ଫଟୋ

India vs Pakistan: ଭାରତ ଓ ପାକିସ୍ତାନ (India vs Pakistan) ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ସମ୍ପର୍କରେ ପାକିସ୍ତାନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜୱାନ୍ (Mohammad Rizwan) ଏକ ବଡ଼ ବୟାନ ଦେଇଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ୨୦୨୧ ରେ ରିଜୱାନ ଭାରତ ବିପକ୍ଷରେ ଏକ ଚମତ୍କାର ଇନିଂସ ଖେଳିଥିଲେ । ନିକଟରେ ସେ କାଉଣ୍ଟି ଚାମ୍ପିଅନସିପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କ (Cheteshwar Pujara) ସହ ସସେକ୍ସ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା । ଦୁଇ ଖେଳାଳିଙ୍କ ମଧ୍ୟରେ ଏକ ବହୁତ ଭଲ ବନ୍ଧୁତା ନଜର ଆସିଥିଲା ଓ ପରେ ଉଭୟ ପରସ୍ପରର ଖେଳକୁ ପ୍ରଶଂସା କରିଥିଲେ । 

ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ପର୍କରେ ରିଜୱାନ୍ ବର୍ତ୍ତମାନ ନିଜର ମତ ରଖିଛନ୍ତି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଦ୍ୱିପାକ୍ଷିକ ସିରିଜ୍ ପାଇଁ ଭାରତ ପାକିସ୍ତାନ ଗସ୍ତ କରିନାହିଁ । ତେବେ ଭାରତ ଏବଂ ପାକିସ୍ତାନର ଖେଳାଳିମାନେ ପରସ୍ପର ବିପକ୍ଷରେ ଖେଳିବାକୁ ଚାହୁଁଛନ୍ତି ବୋଲି ରିଜୱାନ ବିଶ୍ୱାସ କରନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜ୍ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ସମୟରେ ରିଜୱାନ୍ ଏହା କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଏବଂ ଭାରତର କ୍ରିକେଟରମାନେ ପରସ୍ପର ବିପକ୍ଷରେ ଖେଳିବାକୁ ଚାହାଁନ୍ତି, କିନ୍ତୁ ରାଜ୍ୟ ସ୍ତରୀୟ ବିଷୟ ଖେଳାଳିଙ୍କ ନିୟନ୍ତ୍ରଣରେ ନାହିଁ । ଏହା ବ୍ୟତୀତ ସେ ଚେତେଶ୍ୱର ପୂଜାରା ବିଷୟରେ ଏକ ବୟାନ ମଧ୍ୟ ଦେଇଛନ୍ତି । କାଉଣ୍ଟି କ୍ରିକେଟ୍ ରେ ସମାନ ଦଳରୁ ଆସିବା ପରେ ପୂଜାରାଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ପ୍ରକାଶ କରି ରିଜୱାନ୍ କହିଛନ୍ତି ଯେ ମୁଁ ପୂଜାରାଙ୍କ ସହ କ୍ରିକେଟ୍ ବିଷୟରେ ଆଲୋଚନା କରିଥିଲି ଏବଂ ତାଙ୍କଠାରୁ ବହୁତ କିଛି ଶିଖିଲି । ଖେଳାଳି ଭାବରେ ଆମେ ଭିନ୍ନ ନୁହଁ, ଆମେ କ୍ରିକେଟ୍ ପରିବାର ।

ଏହାପୂର୍ବରୁ ରିଜୱାନ୍ ପୂଜାରା ବିଷୟରେ ମଧ୍ୟ କହିଥିଲେ ଯେ ପୂଜାରା ଜଣେ ବହୁତ ଭଲ ବ୍ୟକ୍ତି । ସେ କହିଥିଲେ, 'ମୁଁ ତାଙ୍କର ଏକାଗ୍ରତା ଏବଂ ଧ୍ୟାନକୁ ପ୍ରକୃତରେ ପ୍ରଶଂସା କରେ । ମୁଁ ଭାବୁଛି ୟୁନିସ୍ ଖାନ୍, ଫୱାଦ୍ ଆଲାମ ଏବଂ ଚେତେଶ୍ୱର ପୂଜାରା ହେଉଛନ୍ତି ତିନିଜଣ ଖେଳାଳୀ ଯାହାଙ୍କୁ ମୁଁ ଏହି ବିଷୟରେ ଗୁରୁତ୍ୱ ଦେଉଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ ପୂଜାରା ରିଜୱାନଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ: ମର୍ସିଡିଜ୍ କାରରେ ନାବାଳିକାକୁ ଗଣଦୁଷ୍କର୍ମ, MLA ପୁଅ ନାମ ମଧ୍ୟ ସାମିଲ!

ଏହା ବି ପଢ଼ନ୍ତୁ: ଫେସବୁକ୍ ମେସେଞ୍ଜର ୟୁଜର୍ସଙ୍କ ପାଇଁ ଆଲର୍ଟ! 'ବିପଦ'ରେ ଆପଣଙ୍କର ସମସ୍ତ ଚାଟ୍

ଏହା ବି ପଢ଼ନ୍ତୁ: ବଦଳାଇଛନ୍ତି କି ଚାକିରି? ଘରେ ବସି ଏପରି ଚୁଟକିରେ କରନ୍ତୁ PF ଟଙ୍କା ଟ୍ରାନ୍ସଫର