Aadhar Card: ବ୍ୟାଙ୍କିଂ ଏବଂ ଅଣ ବ୍ୟାଙ୍କିଂ କ୍ଷେତ୍ରରେ `ଆଧାର` ଉପରେ ବଢିଛି ବିଶ୍ୱାସ, ସେପ୍ଟେମ୍ବରରେ ଏତିକି କୋଟି ଲୋକ କରିଛନ୍ତି e-KYC
Utilization of Aadhar Card: ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ପାସପୋର୍ଟ ପାଇବା, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା କିମ୍ବା ସିମ୍ କାର୍ଡ କିଣିବା ହେଉ, ଆଧାର କାର୍ଡ ସବୁବେଳେ ଆବଶ୍ୟକ।
Importance of Aadhar Card: ଦେଶରେ ଆଧାର କାର୍ଡର ଗୁରୁତ୍ତ୍ୱ କ'ଣ ତାହା ଆପଣ ନିଶ୍ଚୟ ଜାଣିଥିବେ। ଏହି କାର୍ଡ ହେଉଛି ଭାରତ ନାଗରିକଙ୍କୁ ଭାରତ ସରକାର ଦେଇଥିବା ଏକ ପରିଚୟ ପତ୍ର। ବର୍ତ୍ତମାନ ସମୟରେ ଆଧାର କାର୍ଡ କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ ବରଂ ଛୋଟ ପିଲାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରରେ ପରିଣତ ହୋଇସାରିଛି। ଏହି କାର୍ଡ ବିନା ଆପଣ କୌଣସି ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଅନ୍ୟ ପଟେ ଏହାର ଅନୁପସ୍ଥିତି ହେତୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ରହିଯାଏ।
ଅକ୍ଟୋବର ୨୫ ତାରିଖରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଆଧାର କାର୍ଡ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶବାସୀଙ୍କ ମଧ୍ୟରେ ଆଧାର ଗ୍ରହଣ ଏବଂ ବ୍ୟବହାରରେ ଭଲ ଅଗ୍ରଗତି ହୋଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ସେପ୍ଟେମ୍ବର ମାସରେ ଆଧାର କାର୍ଡ ବ୍ୟବହାର କରି ୨୫.୨୫ କୋଟି e-KYC କାରବାର କରାଯାଇଛି। ସେପ୍ଟେମ୍ବରର ଏହି ସଂଖ୍ୟା ଅଗଷ୍ଟ ମାସ ତୁଳନାରେ ୭.୭ ପ୍ରତିଶତ ଅଧିକ। ଏହି ପରିସଂଖ୍ୟାନ ଦର୍ଶାଏ ଯେ ଆଧାର କାର୍ଡ ବ୍ୟବହାର ଜୀବନକୁ ସହଜ କରିବାରେ ବହୁତ ସହାୟକ ହେଉଛି। ସରକାରୀ ତଥ୍ୟ ଦର୍ଶାଉଛି ଯେ ଆଧାର ମାଧ୍ୟମରେ ଏପର୍ଯ୍ୟନ୍ତ e-KYC କାରବାର ସଂଖ୍ୟା ୧୨୯୭.୯୩ କୋଟିକୁ ବୃଦ୍ଧି ପାଇଛି। ଏହି ଆକଳନରୁ ଏହା ସ୍ପଷ୍ଟ ଯେ ଆମ ଦେଶର ବ୍ୟାଙ୍କିଂ ଏବଂ ଅଣ ବ୍ୟାଙ୍କିଂ କ୍ଷେତ୍ରରେ ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଏହି ଇ- KYC କାରବାର ଆଧାର କାର୍ଡ ଧାରକଙ୍କ ସହମତିରେ କରାଯାଇଥାଏ। ଏହାର ଲାଭ ଲୋକଙ୍କୁ ମିଳିଥାଏ। ବର୍ତ୍ତମାନ ସେମାନଙ୍କୁ KYC (Know Your Customer) କରିବାକୁ ବ୍ୟାଙ୍କ ଯିବାକୁ ପଡିବ ନାହିଁ। ଗତ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ AEPS ଏବଂ ମାଇକ୍ରୋ ଏଟିଏମ୍ ନେଟୱାର୍କ ମାଧ୍ୟମରେ ମୋଟ ୧୫୪୯.୮୪ କୋଟି ଚୂଡ଼ାନ୍ତ ବ୍ୟାଙ୍କିଂ କାରବାର ହୋଇଛି। କେବଳ ସେପ୍ଟେମ୍ବର ମାସରେ ୨୧.୦୩ କୋଟି AEPS କାରବାର କରାଯାଇଛି।
Also Read: Modi Government: ଆଧାର କାର୍ଡ଼କୁ ନେଇ ଆସିଲା ବଡ଼ ଅପଡେଟ
ଆଧାର ଏନାବେଲ୍ଡ ପେମେଣ୍ଟ ସିଷ୍ଟମ (Aadhaar Enabled Payment System) ଏଇପିସି (AEPS) ହେଉଛି ଏକ ବ୍ୟବସ୍ଥା ଯାହାକୁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ (National Payments Corporation of India) ଏନପିସିଆଇ (NPCI)। ଏହି ବ୍ୟବସ୍ଥା ଲୋକଙ୍କୁ ମାଇକ୍ରୋ-ଏଟିଏମ୍ (Micro ATM) ମାଧ୍ୟମରେ ଆଧାର ନମ୍ବର (Aadhar Number) ଏବଂ ସେମାନଙ୍କର ଫିଙ୍ଗର ପ୍ରିଣ୍ଟ / ଆଇରିସ୍ ସ୍କାନ୍ (Fingerprint and IRIS Scan) ସାହାଯ୍ୟରେ ଯାଞ୍ଚ କରି ଆର୍ଥିକ କାରବାର କରିବାକୁ ଅନୁମତି ଦେଇଥାଏ। ସରଳ ଭାଷାରେ କହିବାକୁ ଗଲେ ଏହି ବ୍ୟବସ୍ଥା ସାହାଯ୍ୟରେ ଲୋକେ କାରବାର କରିବାକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବାବଦରେ ସୂଚନା ଦେବା ଆବଶ୍ୟକ କରନ୍ତି ନାହିଁ। ଲୋକେ ଗୋଟିଏ ବ୍ୟାଙ୍କ ଖାତାରୁ ଅନ୍ୟ ବ୍ୟାଙ୍କ ଖାତାକୁ କେବଳ ଆଧାର ନମ୍ବର ମାଧ୍ୟମରେ ଟଙ୍କା ପଠାଇ ପାରିବେ। ଟଙ୍କା ସ୍ଥାନାନ୍ତର ପାଇଁ AEPS କାରବାର ଅତ୍ୟନ୍ତ ସୁରକ୍ଷିତ, ଯେହେତୁ ଗ୍ରାହକ କାରବାର ସମୟରେ ବ୍ୟାଙ୍କ ବିବରଣୀ ପ୍ରଦାନ କରିବା ଆବଶ୍ୟକ କରନ୍ତି ନାହିଁ।
ସରକାରୀ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ମାସରେ ପ୍ରାୟ ୧.୬୨ କୋଟି ଲୋକଙ୍କ ଆଧାର କାର୍ଡ ସଫଳତାର ସହ ଅପଡେଟ୍ (Aadhaar Card Update) ହୋଇଥିଲା। ସେହିପରି ଅଗଷ୍ଟରେ ୧.୪୬ କୋଟି ଆଧାର ଅପଡେଟ୍ ହୋଇଥିଲା। ମୋଟ ଉପରେ ୬୬.୬୩ କୋଟିରୁ ଅଧିକ ଆଧାର ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବାସିନ୍ଦାଙ୍କ ଅନୁରୋଧ କ୍ରମେ ସଫଳତାର ସହିତ ଅପଡେଟ ପର୍ଯ୍ୟନ୍ତ କରାଯାଇଛି।
ଆଧାର କାର୍ଡ ସେବାର ଆରମ୍ଭ ୨୦୦୯, ୨୮ ଜାନୁୟାରୀରେ ଆରମ୍ଭ ହୋଇଥିଲା। ଏହା ପଛରେ ଇନଫୋସିସ ସହ-ପ୍ରତିଷ୍ଠାତା ନନ୍ଦନ ନୀଲେକାନି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (Unique Identification Authority of India) ୟୁଆଇଡିଏଆଇ (UIDAI) ୱେବସାଇଟ୍ ଅନୁଯାୟୀ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ୧.୨୫୩ ବିଲିୟନ ଲୋକଙ୍କୁ ଆଧାର କାର୍ଡ ପ୍ରଦାନ କରାଯାଇଛି। ସେହିପରି ୨୦୧୯ ଅଗଷ୍ଟ ପର୍ଯ୍ୟନ୍ତ ସରକାର ଏଥିପାଇଁ ୧୧ ହଜାର ୩୬୬ କୋଟି ଟଙ୍କା ମୁକ୍ତ କରିଛନ୍ତି।
ଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା କିମ୍ବା ପାସପୋର୍ଟ ପାଇବା, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା କିମ୍ବା ସିମ୍ କାର୍ଡ କିଣିବା ହେଉ, ଆଧାର କାର୍ଡ ସବୁବେଳେ ଆବଶ୍ୟକ। ସାଧାରଣ ଲୋକଙ୍କ ଆବଶ୍ୟକତା ବ୍ୟତୀତ ପରିଚୟ ଏବଂ ଘର ଠିକଣାର ପ୍ରମାଣ ହେଉଛି ଆଧାର କାର୍ଡ। ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଆଧାର କାର୍ଡ ପରେ ବାସିନ୍ଦାଙ୍କୁ ମଧ୍ୟ ଅନେକ ସୁବିଧା ଯୋଗାଇ ଦିଆଯାଇଛି। ଏହି କାର୍ଡ ସାହାଯ୍ୟରେ କାର୍ଡଧାରୀ ଇ-ହସ୍ପିଟାଲ ସେବା ପାଇପାରିବେ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ଆଧାର କାର୍ଡ ବହୁତ ଜରୁରୀ।