Vishwa Guru Bharat: ବିଶ୍ୱ ଗୁରୁ ହେବା ପଥରେ ଆଉ ପାଦେ ଆଗେଇଛି ଭାରତ। ଆର୍ଥିକ କାରବାର ପାଇଁ ବିଦେଶରେ ପ୍ରବାସୀ ଭାରତୀୟଙ୍କୁ ମିଳିବ ଏକ ବିଶେଷ ସୁବିଧା। ଏଣିକି ବିଦେଶରେ ରହୁଥିବା ପ୍ରବାସୀ 
ଭାରତୀୟ ଖୁବ୍ ଶୀଘ୍ର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବ୍ୟବସ୍ଥାକୁ ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ପ୍ରବେଶ କରି ବ୍ୟବହାର କରିପାରିବେ। ବିଶ୍ୱର ୧୦ ଦେଶରେ ରହୁଥିବା ପ୍ରବାସୀ ଭାରତୀୟ ସେମାନଙ୍କର ଭାରତୀୟ ଫୋନ୍ ନମ୍ବର ଉପରେ ନିର୍ଭର ନ କରି ଆର୍ଥିକ କାରବାର ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ସେବା ପାଇପାରିବେ।


COMMERCIAL BREAK
SCROLL TO CONTINUE READING

ଖୁବଶୀଘ୍ର ଭାରତ ବ୍ୟତୀତ ସିଙ୍ଗାପୁର, ଯୁକ୍ତରାଷ୍ଟ୍ର ଆମେରିକା, ଅଷ୍ଟ୍ରେଲିଆ, କାନାଡା, ହଂକଂ, ଓମାନ, କାତାର, ସାଉଦି ଆରବ, ସଂଯୁକ୍ତ ଆରବ ଅମିରାତ ଏବଂ ବ୍ରିଟେନ ଆଦି ଦେଶରେ ଆରମ୍ଭ ହେବ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (Unified Payments Interface) ୟୁପିଆଇ (UPI)। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (National Payments Corporation of Indi) ଏନପିସିଆଇ (NPCI), ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ସହିତ ନନ୍ ରେସିଡ଼େଣ୍ଟ ଏକ୍ସଟରନାଲ (Non Resident External) ଏବଂ ନନ୍ ରେସିଡ଼େଣ୍ଟ ଓର୍ଡିନାରୀ (Non resident Ordinary) ଭଳି ବ୍ୟାଙ୍କ ଆକାଉଣ୍ଟ (Bank Account) ରଖିଥିବା ପ୍ରବାସୀ ଭାରତୀୟ (Non Resident Indian) ସେମାନଙ୍କ ଆନ୍ତର୍ଜାତୀୟ ମୋବାଇଲ୍ ନମ୍ବର ବ୍ୟବହାର କରି ୟୁପିଆଇ କାରବାର (UPI Transaction) କରିପାରିବ। ଏହି କାରବାର ସହ ଜଡ଼ିତ ନିର୍ଦ୍ଦେଶନାମା ପାଳନ କରିବାକୁ ଏନପିସିଆଇ ଅଂଶୀଦାର ବ୍ୟାଙ୍କିଂ ସଂସ୍ଥାକୁ ୩୦ ଅପ୍ରେଲ୍ ପର୍ଯ୍ୟନ୍ତ ସମୟ ଦେଇଛି।


ଆଗକୁ ନନ୍ ରେସିଡ଼େଣ୍ଟ ଏକ୍ସଟରନାଲ ଆକାଉଣ୍ଟ ରଖିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ୱଦେଶକୁ ବିଦେଶୀ ଆୟ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିବ। ଅନ୍ୟପଟେ ନନ୍ ରେସିଡ଼େଣ୍ଟ ଓର୍ଡିନାରୀ ଆକାଉଣ୍ଟ୍ ସେମାନଙ୍କୁ ଭାରତରେ ଅର୍ଜିତ ଆୟ ପରିଚାଳନା କରିବାରେ ସାହଯୋଗ କରିବ। ଏନେଇ କେବଳ ସର୍ତ୍ତ ହେଉଛି ଏହି ବ୍ୟାଙ୍କ ସଂସ୍ଥାକୁ ଏହା ନିଶ୍ଚିତ କରିବାକୁ ପଡ଼ିବ ଯେ ବୈଦେଶିକ ବିନିମୟ ପରିଚାଳନା ଆଇନ (Foreign Exchange Management Act) ନିୟମାବଳୀ ଅନୁଯାୟୀ ଏଭଳି ଆକାଉଣ୍ଟ କାରବାର ଅନୁମତି ପାଇଛି। ଏହା ସହିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ନିର୍ଦ୍ଦେଶାବଳୀ ଅନୁସରଣ କରିବା ସହ ବେଆଇନ ଅର୍ଥ କାରବାର କିମ୍ବା ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ରହିଥିବା ନିର୍ଦ୍ଦେଶାବଳୀ ପାଳନ କରିବାକୁ ହେବ। 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ କ୍ୟାବିନେଟ କମିଟି  ରୁପେ ଡେବିଟ୍ କାର୍ଡ (Rupay Debit Card) ଏବଂ  ଭାରତ ଇଣ୍ଟରଫେସ ଫର୍ ମନି (Bharat Interface for Money) ଭୀମ-ୟୁପିଆଇ (BHIM-UPI) ଜରିଆରେ ହେଉଥିବା ସ୍ୱଳ୍ପ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ୨୬୦୦ କୋଟି ଯୋଜନାକୁ ଅନୁମୋଦନ କରିଛନ୍ତି। ୟୁପିଆଇ ସମ୍ପର୍କରେ ନିଆଯାଇଥିବା ଏହି ବଡ ପଦକ୍ଷେପ 
ଆନ୍ତର୍ଜାତୀୟ ଛାତ୍ର, ବିଦେଶରେ ରହୁଥିବା ପରିବାର ଏବଂ ସ୍ଥାନୀୟ ବ୍ୟବସାୟରେ ସହାୟକ ହେବ। ଏହି ଯୋଜନା ଅଧୀନରେ ରୁପେ ଏବଂ ୟୁପିଆଇ ବ୍ୟବହାର କରି କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟାଙ୍କିଂ ସଂସ୍ଥାକୁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।


ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି କହିଛନ୍ତି ଯେ ଡିଜିଟାଲ୍ କାରବାର (Digital Transaction) କ୍ଷେତ୍ରରେ ଭାରତ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ରୁପେ ଡେବିଟ୍ କାର୍ଡ ଏବଂ ଭୀମ ୟୁପିଆଇ କାରବାରକୁ ପ୍ରୋତ୍ସାହନ ଦେବା ନେଇ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଗତ ୬ ବର୍ଷ ମଧ୍ୟରେ ୟୁପିଆଇ କାରବାର ଏକ ବଡ଼ ଧରଣର ସଫଳତା ପାଇଛି। ଡିସେମ୍ବରରେ ୟୁପିଆଇ ଜରିଆରେ ୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି।