ୱାଶିଂଟନ: America Ban Indian Company: ଆମେରିକାର ଜୋ ବାଇଡେନ ସରକାର (Joe Biden Govt) ଇରାନ (Iran) ବିରୋଧରେ କଠୋରତା ପ୍ରଦର୍ଶନ କରି ତା' ସହ ବ୍ୟବସାୟ କରୁଥିବା ଭାରତ (India) ସମେତ ଅନ୍ୟ ଦେଶକୁ କଡ଼ା ବାର୍ତ୍ତା ଦେଇଛନ୍ତି ।  ବାସ୍ତବରେ, ଆମେରିକା ଇରାନର ହଜାର ହଜାର କୋଟିର ପେଟ୍ରୋଲିୟମ-ପେଟ୍ରୋଲ କେମିକାଲକୁ ଦକ୍ଷିଣ ଓ ପୂର୍ବ ଏସିଆରେ ବିକ୍ରୟ କରୁଥିବା କମ୍ପାନୀର ଅନ୍ତର୍ଜାତୀୟ ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି କମ୍ପାନୀଗୁଡିକରେ ଏକ ଭାରତୀୟ କମ୍ପାନୀ ମଧ୍ୟ ସାମିଲ ଥିବା କୁହାଯାଉଛି । ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ଭାରତ ବିରୁଦ୍ଧରେ ଏପରି ପଦକ୍ଷେପ ଗ୍ରହଣ କରିଛି । ଭାରତରେ ଇରାନର ତେଲ ବିକ୍ରିକୁ ନେଇ ଆମେରିକା ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେଇଛି । 


COMMERCIAL BREAK
SCROLL TO CONTINUE READING

ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ତେଲ କିଣିବା ନେଇ ଆମେରିକା ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛି । ତଥାପି ଭାରତ ବିରୁଦ୍ଧ ଆମେରିକା କିଛି କଡ଼ା ପଦକ୍ଷେପ ଗ୍ରହଣ କରିନାହିଁ । ଆମେରିକାର ଟ୍ରେଜେରୀ ବିଭାଗ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଇରାନର ସେହି ଦଲାଲ ଓ ୟୁଏଇ, ହଂକଂ ଏବଂ ଭାରତର କିଛି କମ୍ପାନୀକୁ ଟାର୍ଗେଟ କରାଯାଇଛି, ଯିଏ ଇରାନର ତୈଳ ଓ ପେଟ୍ରୋକେମିକାଲ୍ ଉତ୍ପାଦର ଯୋଗାଣ ତଥା ଆର୍ଥିକ କାରବାରକୁ ସୁଗମ କରୁଛନ୍ତି । ଆମେରିକା କହିଛି ଯେ ଯେଉଁ କମ୍ପାନୀଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି, ସେମାନା ନା କେବଳ ଇରାନୀ ଶିପମେଣ୍ଟର ଉତ୍ସ ଲୁଚାଇବାକୁ ପ୍ରୟାସ କରିଛନ୍ତି ବରଂ ଦୁଇ ପ୍ରତିବନ୍ଧକ ଇରାନୀ ଦଲାଲ କମ୍ପାନୀ Triliance Petrochemical ଓ Persian Gulf Petrochemical Industry Commercial (PGPICC) କୁ ଏସିଆରେ ବିକ୍ରେତାଙ୍କ ପାଇଁ ପୁଣି ଥରେ ସକ୍ରିୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।


Treasury for Terrorism and Financial Intelligence ର ଅଣ୍ଡର ସେକ୍ରେଟେରୀ ବ୍ରାଏନ୍ ଇ ନେଲସନ ଏହା ବିଷୟରେ କହିଛନ୍ତି ଯେ, ଇରାନର ବେଆଇନ ତୈଳ ଓ ପେଟ୍ରୋକେମିକାଲ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପ୍ରତିବଦ୍ଧ । ଆମେରିକା ପ୍ରତିବନ୍ଧକ ସେହି ସମୟ ପର୍ଯ୍ୟନ୍ତ ଜାରି ରଖିବ, ଯେତେ ପର୍ଯ୍ୟନ୍ତ ଇରାନ ପରମାଣୁ ଚୁକ୍ତି (Joint Comprehensive Plan of Action) କାର୍ଯ୍ୟକାରୀ କରିବାକୁ ମିଳିତ ଭାବେ କାର୍ଯ୍ୟ ନକରିବ । ନେଲସନ କହିଛନ୍ତି ଯେ, ପରମାଣୁ ଚୁକ୍ତିନାମାକୁ ଉଲ୍ଲଂଘନ କରି ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଛି । ତୈଳ ଓ ପେଟ୍ରୋକେମିକାଲ୍ ବିକ୍ରୟ ପାଇଁ ଇରାନ ଉପରେ ମଧ୍ୟ କଟକଣା ଜାରି ରଖିବୁ ।


ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!


ଅଧିକ ପଢ଼ନ୍ତୁ:-ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar


ଯୁକ୍ତରାଷ୍ଟ୍ର ରାଷ୍ଟ୍ର ଆମେରିକା ତରଫରୁ ନିଷିଦ୍ଧ ହୋଇଥିବା କମ୍ପାନୀଗୁଡିକ ମଧ୍ୟରେ ଭାରତର ଟିବାଲାଜୀ ପେଟ୍ରୋକେମ୍ ପ୍ରାଇଭେଟ ଲିମିଟେଡ୍ (Tibalaji Petrochem Pvt Ltd) ସାମିଲ ରହିଛି । ଏହି ଭାରତୀୟ କମ୍ପାନୀ ଟ୍ରାଇଲିଏନ୍ସ ନାମକ ଏକ କମ୍ପାନୀ ଜରିଆରେ ହଜାର ହଜାର କୋଟି ମୂଲ୍ୟର ପେଟ୍ରୋକେମିକାଲ୍ ଉତ୍ପାଦ କ୍ରୟ କରି ଚାଇନାକୁ ପଠାଇଥାଏ । ଆପଣଙ୍କୁ କହି ରଖୁଛୁ ଯେ ଟ୍ରାଇଲିଏନ୍ସ (Triliance) ହେଉଛି ଏକ ଦଲାଲ କମ୍ପାନୀ ଯାହାକି ଇରାନର ସାମଗ୍ରୀ ବିକ୍ରୟ ପାଇଁ ଅନ୍ୟ ଦେଶର କମ୍ପାନୀଗୁଡିକ ସହିତ କାରବାର କରେ ।