ଟିମ୍ ଇଣ୍ଡିଆ ବ୍ରିସବେନରେ `ବନ୍ଦୀ`, ଖେଳାଳିଙ୍କୁ ସଫା କରିବାକୁ ପଡିବ ଶୌଚାଳୟ; ହସ୍ତକ୍ଷେପ କଲା ବିସିସିଆଇ
ବୋର୍ଡର ଜଣେ ବରିଷ୍ଠ ସୂତ୍ର କହିଛନ୍ତି ଯେ, `ହୋଟେଲରେ ରୁମ୍ ସର୍ଭିସ କିମ୍ବା ହାଉସକିପିଂ ନାହିଁ । ଜିମ୍ ମଧ୍ୟ ଆନ୍ତର୍ଜାତୀୟ ମାନର ନୁହେଁ ଏବଂ ସୁଇମିଂ ପୁଲକୁ ଯାଇପାରିବେ ନାହିଁ । ଚେକ୍ ଇନ୍ ସମୟରେ ସେମାନଙ୍କୁ ଏହି ସମସ୍ତ ସୁବିଧାର ପ୍ରତିଶୃତି ଦିଆଯାଇଥିଲା ।`
ନୂଆଦିଲ୍ଲୀ: India vs australia 4th test: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ବ୍ରିସବେନରେ ପହଞ୍ଚିଥିବା ଭାରତୀୟ କ୍ରିକେଟ୍ ଦଳ (Indian Cricket Team) କୁ ଏପରି ଏକ ହୋଟେଲରେ ରଖାଯାଇଛି, ଯେଉଁଠାରେ ମୂଳ ସୁବିଧା ମଧ୍ୟ ନଥିଲା । ଏହା ପରେ ଭାରତୀୟ କ୍ରିକେଟ୍ ବୋର୍ଡର ବରିଷ୍ଠ ଅଧିକାରୀମାନଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି । ଅଭିଯୋଗ ପାଇବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି (Sourav Ganguly), ସଚିବ ଜୟ ଶାହ (Jai Shah) ଏବଂ ସିଇଓ ହେମାଙ୍ଗ ଆମିନ କ୍ରିକେଟ୍ ଅଷ୍ଟ୍ରେଲିଆ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିବା ଜଣାପଡିଛି । ସେମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ ଭାରତୀୟ ଦଳ ସେଠାରେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ।
ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏହି କାମ
ବୋର୍ଡର ଜଣେ ବରିଷ୍ଠ ସୂତ୍ର କହିଛନ୍ତି ଯେ, "ହୋଟେଲରେ ରୁମ୍ ସର୍ଭିସ କିମ୍ବା ହାଉସକିପିଂ ନାହିଁ । ଜିମ୍ ମଧ୍ୟ ଆନ୍ତର୍ଜାତୀୟ ମାନର ନୁହେଁ ଏବଂ ସୁଇମିଂ ପୁଲକୁ ଯାଇପାରିବେ ନାହିଁ । ଚେକ୍ ଇନ୍ ସମୟରେ ସେମାନଙ୍କୁ ଏହି ସମସ୍ତ ସୁବିଧାର ପ୍ରତିଶୃତି ଦିଆଯାଇଥିଲା ।"
ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ମହଙ୍ଗା ଭତ୍ତା!
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ । କୋରୋନା ମାମଲା ବୃଦ୍ଧି କାରଣରୁ ନ୍ୟୁ ସାଉଥ ୱେଲ୍ସ ସୀମାରେ ଲକଡାଉନ୍ ଯୋଗୁଁ ହୋଟେଲରେ ପୃଥକବାସର କଠୋର ନିୟମ ରହିଛି । ଖେଳାଳିଙ୍କୁ ପରସ୍ପର ସହ ଭେଟିବାକୁ ଅନୁମତି ଦିଆଯାଇଛି କି ନାହିଁ ପଚରାଯିବାରୁ ସେ କହିଛନ୍ତି, ହଁ, ସେମାନଙ୍କୁ ଏକ ଟିମ୍ ରୁମ୍ ଦିଆଯାଇଛି ଏବଂ ସେମାନେ ହୋଟେଲ ମଧ୍ୟରେ ପରସ୍ପରକୁ ଭେଟିପାରିବେ ।
ଅଧିକ ପଢ଼ନ୍ତୁ:-କୋରୋନା ଅପେକ୍ଷା ଏହି ୬ଟି ରୋଗ ଅଧିକ ବିପଜ୍ଜନକ, କାହିଁକି ଏହାକୁ ନେଇ ଚେତାବନୀ ଦେଉଛନ୍ତି ବୈଜ୍ଞାନିକ?
ଦୈନିକ ଜାଗରଣର ଖବର ଅନୁଯାୟୀ, ଭାରତୀୟ ଦଳର ସଦସ୍ୟ ହୋଟେଲ ବିଷୟରେ କହିଛନ୍ତି ଯେ ଆମକୁ ରୁମରେ ବନ୍ଦ କରିଦିଆଯାଇଛି । ଆମକୁ ନିଜ ଶଯ୍ୟାକୁ ଠିକ୍ ରଖିବାକୁ ପଡିବ । ଏହା ସହିତ ନିଜ ଶୌଚାଳୟକୁ ମଧ୍ୟ ସଫା କରିବାକୁ ପଡିବ । ଆମ ପାଇଁ ଖାଦ୍ୟ ଭାରତୀୟ ରେଷ୍ଟୁରାଣ୍ଟରୁ ଆସିବ । ଆମକୁ ଯେଉଁ ଫ୍ଲୋର ଦିଆଯାଇଛି ଆମେ ସେହି ଫ୍ଲୋରରୁ ବାହାରକୁ ଯାଇପାରିବୁ ନାହିଁ ।