Social Progress Index 2022: ଦେଶରେ ବିଭିନ୍ନ ସମୟରେ ଅନେକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥାଏ। ଯାହା ଦ୍ୱାରା ଉନ୍ନତି ଏବଂ ବିକାଶ ପାଇଁ ରାଜ୍ୟ ଆଉ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ପ୍ରତିଯୋଗିତା କରାଯାଇ ପାରିବ। ଏହି କ୍ରମରେ ଏବେ ପ୍ରକାଶ ପାଇଛି ସାମାଜିକ ପ୍ରଗତି ସୂଚକାଙ୍କ। ଏହି ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ପକ୍ଷରୁ ଜାରି କରାଯାଇଛି। ଚଳିତ ବର୍ଷ ପାଇଁ ଏସପିଆଇ ରିପୋର୍ଟ ୨୦ ଡିସେମ୍ବରରେ ପ୍ରକାଶ ପାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ରିପୋର୍ଟ ପ୍ରକାଶ କରାଯିବା ବେଳେ ଅନେକ ମାନଦଣ୍ଡକୁ ଧ୍ୟାନରେ ରଖାଯାଇଛି ଏବଂ ଏହା ସ୍ଥିର ହୋଇଛି ଯେ ସାମାଜିକ ପ୍ରଗତି ଦୃଷ୍ଟିରୁ କେଉଁ ରାଜ୍ୟ କେଉଁ ସ୍ତରରେ ରହିଛି। ଏନେଇ ପ୍ରକାଶିତ ହୋଇଥିବା ତାଲିକାରେ ପୁଡୁଚେରୀ, ଲକ୍ଷ୍ମୀଦ୍ୱୀପ ଏବଂ ଗୋଆକୁ ସର୍ବୋତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ବର୍ଣ୍ଣନା କରାଯାଇଛି। ସେହିପରି ବିହାର ଏବଂ ଝାଡଖଣ୍ଡ ସର୍ବନିମ୍ନ ପ୍ରଦର୍ଶନକାରୀ ରାଜ୍ୟ ତାଲିକାରେ ରହିଛି। 


ସାମାଜିକ ପ୍ରଗତି ସୂଚକାଙ୍କ ହେଉଛି ଏକ ରିପୋର୍ଟ। ଯେଉଁଥିରେ ଦେଶର ସମସ୍ତ ରାଜ୍ୟର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରାଯାଇଥାଏ। ଏହି ଆକଳନ ତିନୋଟି ମାନଦଣ୍ଡ ମୌଳିକ ମାନବ ଆବଶ୍ୟକତା, ଉନ୍ନତ ଜୀବନ ଶୈଳୀ ଏବଂ ସୁଯୋଗ ଆଧାରରେ କରାଯାଏ। ଏହି ସୂଚକାଙ୍କ ପ୍ରସ୍ତୁତ କରିବାବେଳେ କେଉଁ ରାଜ୍ୟରେ ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟ ସେବା, ଜଳ ଏବଂ ପରିମଳ, ବ୍ୟକ୍ତିଗତ ନିରାପତ୍ତା ଏବଂ ଜୀବନ ଅବସ୍ଥା ଅଛି ତାହା ଜାଣିବା ପାଇଁ ଏକ ସର୍ଭେ ହୋଇଥାଏ। 


ଏହି ରିପୋର୍ଟ ଜାରି ହେବା ବେଳେ ଦେଶର ୩୬ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୭୦୭ ଜିଲ୍ଲାକୁ ସାମାଜିକ ପ୍ରଗତିର ବିଭିନ୍ନ ମାନକ ଉପରେ ସେମାନଙ୍କର ପ୍ରଦର୍ଶନ ଆଧାରରେ ଅଙ୍କନ କରାଯାଏ। ଏସପିଆଇ ସ୍କୋର ଆଧାରରେ  ଦେଶର ସମସ୍ତ ରାଜ୍ୟ ତଥା ଜିଲ୍ଲାକୁ ସାମାଜିକ ପ୍ରଗତିର ଛଅଟି ସ୍ତରରେ ସ୍ଥାନିତ କରାଯାଏ। ଏହି ଛଅଟି ସ୍ତର ବହୁତ ଉଚ୍ଚ ସାମାଜିକ ପ୍ରଗତି, ଉଚ୍ଚ ସାମାଜିକ ପ୍ରଗତି, ଉଚ୍ଚ ମଧ୍ୟମ ସାମାଜିକ ପ୍ରଗତି, ନିମ୍ନ ମଧ୍ୟମ ସାମାଜିକ ପ୍ରଗତି, ନିମ୍ନ ସାମାଜିକ ପ୍ରଗତି ଏବଂ ବହୁତ କମ୍ ସାମାଜିକ ପ୍ରଗତି ଆଦି ବର୍ଗରେ ବିଭକ୍ତ ହୋଇଛି।


ଏନେଇ ହେଉଥିବା ସର୍ବେକ୍ଷଣ ସମୟରେ ସମସ୍ତ ରାଜ୍ୟରେ ରହୁଥିବା ଲୋକଙ୍କ ଜୀବନ ଶୈଳୀ ଦୃଷ୍ଟିରୁ ମୌଳିକ ଜ୍ଞାନ, ସୂଚନା, ଯୋଗାଯୋଗ, ସ୍ୱାସ୍ଥ୍ୟ ଏବଂ ପରିବେଶର ଗୁଣବତ୍ତା ମଧ୍ୟ ଦେଖାଯାଏ। ଏହି ସର୍ବେକ୍ଷଣରେ ବ୍ୟକ୍ତିଗତ ସ୍ୱାଧୀନତାର ସ୍ଥିତି, ବ୍ୟକ୍ତିଗତ ଅଧିକାର ଏବଂ ପସନ୍ଦ, ସୁଯୋଗ ଦୃଷ୍ଟିରୁ ଆଧୁନିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରିବା ଏବଂ ପ୍ରବେଶ ମାପ ଯାଇଥାଏ।


ଦେଶର ସମସ୍ତ ସମସ୍ତ ରାଜ୍ୟ ମଧ୍ୟରେ ପୁଦୁଚେରୀର ସର୍ବାଧିକ ଏସପିଆଇ ସ୍କୋର ୬୫.୯୯ ରହିଛି। ଲକ୍ଷ୍ମୀଦୀପ ୬୫.୮୯ ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ଏବଂ ଗୋଆ ୬୫.୮୯ ସ୍କୋର ସହିତ ତୃତୀୟ ସ୍ଥାନରେ ରହିଛି। ସେହିପରି ମିଜୋରାମ ରାଜଧାନୀ ଆଇଜଲ ଏବଂ ହିମାଚଳ ପ୍ରଦେଶର ସୋଲାନ୍ ଏବଂ ଶିମଲା ହେଉଛି ତିନୋଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା।


ଏସଆଇପି ସ୍କୋର ୪୩.୯୫ ସହିତ ତାଲିକାରେ ସର୍ବନିମ୍ନ ପ୍ରଗତିଶୀଳ ରାଜ୍ୟ ଭାବରେ ଝଡଖଣ୍ଡ ନାମ ରେକର୍ଡ କରାଯାଇଛି। ଏହା ସହିତ ସର୍ବନିମ୍ନ ଅଗ୍ରଗତି ତାଲିକାରେ ବିହାର ରହିଥିବା ରେକର୍ଡ କରାଯାଇଛି। ବିହାରର ଏସଆଇପି ସ୍କୋର ୪୪.୪୭ ରହିଛି।


ସାମାଜିକ ପ୍ରଗତି ସୂଚକାଙ୍କ ଅନୁଯାୟୀ ପୁଦୁଚେରୀ, ଲାକ୍ଷାଦୀପ, ଗୋଆ, ସିକ୍କିମ୍, ମିଜୋରାମ, ତାମିଲନାଡୁ, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, କେରଳ ଏବଂ ଜାମୁ କାଶ୍ମୀରକୁ ପ୍ରଗତି କ୍ଷେତ୍ରରେ ଅନ୍ୟ ରାଜ୍ୟ ଅପେକ୍ଷା ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟ ଭାବରେ ବର୍ଣ୍ଣନା କରାଯାଇଛି। ଏହି ରାଜ୍ୟ ତାଲିକାର ଶ୍ରେଷ୍ଠ ୧୦ ରାଜ୍ୟରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ଉତ୍ତରପ୍ରଦେଶ, ଓଡିଶା, ମଧ୍ୟପ୍ରଦେଶ, ଆସାମ, ବିହାର, ଝଡଖଣ୍ଡ ନାମ ତାଲିକାରେ ସର୍ବନିମ୍ନ ସ୍ତରରେ ରହିଛି।


କେନ୍ଦ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂହଙ୍କ କହିବା ଅନୁଯାୟୀ - ବିହାରର ୩୩.୭୪ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ଅଛନ୍ତି ଏବଂ ଯଦି ଆମେ ବୈଶ୍ୱିକ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ବାବଦରେ ଆଲୋଚନା କରିବା, ତାହେଲେ ଏହି ହାର ୫୨.୫ ପ୍ରତିଶତକୁ ବୃଦ୍ଧି ପାଇବ। ବିହାରରେ ୫ ବର୍ଷରୁ କମ୍ ୪୨ ପ୍ରତିଶତ ପିଲା ହେଉଛନ୍ତି ପୁଷ୍ଟିହୀନ। ୧୫ ବର୍ଷରୁ ଅଧିକ ଲୋକଙ୍କ ସାକ୍ଷରତା ହାର ହେଉଛି ୬୪.୭%। ଏହା ମଧ୍ୟ ଏକ ବଡ କାରଣ।


ସାମାଜିକ ପ୍ରଗତି ସୂଚକାଙ୍କ: କେତେ ନମ୍ବର ସ୍ଥାନରେ ଅଛନ୍ତି କେଉଁ ରାଜ୍ୟ? 
-------------------------------------------


  • ୧. ପୁଦୁଚେରୀ

  • ୨.ଲାକ୍ଷାଦ୍ୱୀପ

  • ୩. ଗୋଆ

  • ୪. ସିକ୍କିମ

  • ୫. ମିଜୋରାମ

  • ୬. ତାମିଲନାଡୁ

  • ୭. ହିମାଚଳ ପ୍ରଦେଶ

  • ୮. ଚଣ୍ଡିଗଡ଼

  • ୯. କେରଳ

  • ୧୦. ଜାମୁ କାଶ୍ନୀର

  • ୧୧. ପଞ୍ଜାବ

  • ୧୨.  ଦାଦରା ନଗର ହାଭେଳୀ ଏବଂ ଡାମନ ଡିଉ

  • ୧୩. ଲଦାଖ

  • ୧୪. ନାଗାଲ୍ୟାଣ୍ଡ

  • ୧୫.  ଆଣ୍ଡାମାନ ନିକୋବର

  • ୧୬.ଉତ୍ତରାଖଣ୍ଡ

  • ୧୭.କର୍ଣ୍ଣାଟକ

  • ୧୮.ଅରୁଣାଚଳ ପ୍ରଦେଶ

  • ୧୯.ଦିଲ୍ଲୀ 

  • ୨୦.ମଣିପୁର

  • ୨୧. ହରିୟାଣା

  • ୨୨. ଗୁଜୁରାତ

  • ୨୩. ଆନ୍ଧ୍ର ପ୍ରଦେଶ

  • ୨୪. ମେଘାଳୟ

  • ୨୫. ପଶ୍ଚିମବଙ୍ଗ

  • ୨୬. ତେଲେଙ୍ଗାନା

  • ୨୭. ତ୍ରିପୁରା

  • ୨୮. ଛତିଶଗଡ଼

  • ୨୯. ମହାରାଷ୍ଟ୍ର

  • ୩୦.ରାଜସ୍ଥାନ

  • ୩୧. ଉତ୍ତର ପ୍ରଦେଶ

  • ୩୨. ଓଡ଼ିଶା

  • ୩୩. ମଧ୍ୟ ପ୍ରଦେଶ

  • ୩୪. ଆସାମ

  • ୩୫.ବିହାର

  • ୩୬.ଝାଡଖଣ୍ଡ