Religious Identity of American Hindu: ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବ ନିଜର ହିନ୍ଦୁ ଧର୍ମର ପରିଚୟକୁ ଦୃଢ ଭାବେ ବଜାୟ ରଖିବାକୁ ଚାହାଁନ୍ତି। ଯାହା ଚଳିତ ବର୍ଷ ସର୍ବାଧିକ ଥର ଦେଖିବାକୁ ମିଳିଛି। ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମର ଆୟୋଜକ ତଥା ଏଥିରେ ଯୋଗ ଦେଇଥିବା ଲୋକ ଜୟ ଶ୍ରୀରାମ ଜପ କରି ଏହାକୁ ଏକ ହିନ୍ଦୁ ଉତ୍ସବରେ ପରିଣତ କରି ଦେଇଥିଲେ। ଏହି କାର୍ଯ୍ୟକ୍ରମ ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ଠାରେ  ଆୟୋଜିତ କରାଯାଇଥିଲା। ଯେଉଁଠାରେ ମଦ୍ୟପାନ କରାଯାଇନଥିଲା।
 
ସେହିପରି  ନ୍ୟୁଜର୍ସି ଠାରେ ଅନ୍ୟ ଏକ ପୃଥକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ଭାରତୀୟ-ଆମେରିକୀୟ ବଂଶୋଦ୍ଭବଙ୍କ ଏକ ପୃଥକ ଗୋଷ୍ଠୀ ଏକ ପରେଡ ଅବସରରେ ବୁଲଡୋଜର ନେଇଥିଲେ। ଯାହା ବର୍ତ୍ତମାନ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନାର ପ୍ରତୀକ ଭାବେ ଦୃଶ୍ୟମାନ ହେଉଛି। ବୁଲଡୋଜର ଚଲାଇବା ଉପରେ ମୁସଲିମ, ଆଫ୍ରିକୀୟ-ଆମେରିକୀୟ ଏବଂ ନାଗରିକ ଅଧିକାର ସମୂହ ପ୍ରତିକ୍ରିୟା ରଖିଥିଲେ। ଏହା ଉପରେ ମୁସଲମାନ, ଆଫ୍ରିକୀୟ ଆମେରିକୀୟ ଏବଂ ନାଗରିକ ଅଧିକାର ଗୋଷ୍ଠୀ ଏହାର ଜବାବ ଦେଇଛନ୍ତି। ସେମାନେ ଆମେରିକୀୟ କର୍ତ୍ତୃପକ୍ଷଙ୍କୁ ଓଭରସିଜ୍ ଫ୍ରେଣ୍ଡସ୍ ଅଫ୍ ବିଜେପି ସମେତ ଆୟୋଜକଙ୍କ ବାବଦରେ ଅନୁସନ୍ଧାନ କରିବାକୁ କହିଥିଲେ।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଏପରିସ୍ଥିତି ଅନ୍ୟ ଦେଶରେ ମଧ୍ୟ ଦେଖା ଯାଇଥିଲା। ସେପ୍ଟେମ୍ବରରେ, ଭାରତୀୟ ମୂଳ ବ୍ରିଟିଶ ନାଗରିକ ବ୍ରିଟେନର ଲିସେଷ୍ଟର ରାସ୍ତାରେ ଯାଇ ଜୟ ଶ୍ରୀରାମ ଜପ କରିଥିଲେ। ଯାହା ବ୍ରିଟିଶ ଅଧିକାରୀ ତଥା ସ୍ଥାନୀୟ ଗଣମାଧ୍ୟମ ଲାଗି ଚିନ୍ତା ବଢାଇ ଦେଇଥିଲା। ଅନ୍ୟ ଦେଶରେ ବସବାସ କରୁଥିବା କିଛି ଆମେରିକୀୟ ହିନ୍ଦୁ ଦଶନ୍ଧି ଧରି ଚୁପଚାପ୍ ସେମାନଙ୍କର ବିଶ୍ୱାସ ଏବଂ ସଂସ୍କୃତିର ପ୍ରଚାର କରୁଛନ୍ତି। ଉଦାହରଣ ସ୍ୱରୂପ, ବିଶ୍ୱ ହିନ୍ଦୁ ପରିଷଦ ଦ୍ୱାରା ୧୯୭୦ ମସିହାରେ ବିଶ୍ୱ ହିନ୍ଦୁ ପରିଷଧ ଆମେରିକା ଗଠନ କରାଯାଇଥିଲା। ସେହି ମହାନ ସାର୍ବଭୌମ୍ୟ  ଏବଂ ଅନନ୍ତ ମୂଲ୍ୟବୋଧକୁ ପ୍ରୋତ୍ସାହନ ଏବଂ ଅଭ୍ୟାସ କରିବା ଲକ୍ଷ୍ୟ ଏହାର ପ୍ରତିଷ୍ଠା କରାଯାଇଥିଲା। ଯାହା ଭାରତର ସାଧୁଙ୍କ ଦ୍ୱାରା ଆବିଷ୍କୃତ ଏବଂ ଅଭ୍ୟାସ କରାଯାଇଥିଲା। 


ହେଲେ ଏହଗା ଉଦାର ହିନ୍ଦୁଙ୍କୁ  ହୃଦୟକୁ ଆଘାତ ଦେଇଛି। ସେଠାରେ ଉପସ୍ଥିତ ରହିଥିବା ଜଣେ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆମେରିକା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୁ ଦାବି ପ୍ରଦର୍ଶନ କରିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଉପସ୍ଥିତ ଲୋକ ଜୟ ଶ୍ରୀରାମ ଜପ କରୁଥିବାବେଳେ ଗୋଷ୍ଠୀ ଫଟୋଗ୍ରାଫ୍ ପାଇଁ ପୋଜ୍ ଦେଇଥିଲେ। ଏହି ସମୟରେ ଆମେରିକା କଂଗ୍ରେସ ସଦସ୍ୟ ପହଞ୍ଚି ଭାରତ ବିଷୟରେ କଥାବାର୍ତ୍ତା ହୋଇଥିଲେ ଏବଂ ସେମାନେ ସେମାନଙ୍କ ସହଯୋଗୀଙ୍କ ସହ ଚାଲି ଯାଇଥିଲେ। ଭାରତ ମାତା କି ଜୟ ମଧ୍ୟ ଦିଆଯାଇଥିଲା। ଯାହା ଭାରତୀୟ ସ୍ୱାଧୀନତାର ୭୫ ତମ ବାର୍ଷିକୀ ଅବସରରେ ହୋଇଥିବା କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ହୋଇପାରେ।


ଅନ୍ୟ ଏକ ଭାରତୀୟ-ଆମେରିକୀୟ ଗୋଷ୍ଠୀ ଚଳିତ ବର୍ଷ କ୍ୟାପିଟାଲ ଠାରେ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ଆମେରିକୀୟ ନାମ ପରିବର୍ତ୍ତନ କରି ହିନ୍ଦୁ ଆମେରିକୀୟ ନାମରେ ନାମିତ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ପ୍ରଦାୟ ଦୀର୍ଘ ସମୟ ଧରି ଓକିଲାତି କରିଆସୁଥିଲା ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। 


ବିଶିଷ୍ଟ ଭାରତୀୟ ଆମେରିକୀୟଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କୁହାଯାଇଛି ଯେ ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣକୁ କଡ଼ା ସମାଲୋଚନା କରିବାକୁ ସେମାନେ ମନା କରିଦେଇ ଥିବାରୁ ସେମାନେ ନିରାଶ ହୋଇଛନ୍ତି। ସେମାନେ ଏହା ମଧ୍ୟ ଯୁକ୍ତି କରିଛନ୍ତି ଯେ ସେମାନେ ଭାରତ ସରକାରଙ୍କ ପ୍ରତିକ୍ରିୟାରୁ ଉତ୍ପନ୍ନ ପ୍ରତିକୂଳ ପ୍ରଭାବ ବହନ କରିବାକୁ ଚାହାଁନ୍ତିନାହିଁ। ଏହି ଘଟଣା ଆମେରିକା ରାଜନୀତିରେ ଏକ ରାଜନୈତିକ ଶକ୍ତି ଭାବେ ଭାରତୀୟ ଆମେରିକୀୟ ଅପେକ୍ଷା ହିନ୍ଦୁ ଆମେରିକୀୟ ଭାବେ ଉପସ୍ଥାପନ କରିବାର ଇଚ୍ଛାରୁ ଉତ୍ସାହିତ ହୋଇଥିଲା। ଯାହା ଆମେରିକୀୟ ସାଂସଦଙ୍କୁ ପ୍ରତ୍ୟକ୍ଷ ବାର୍ତ୍ତା ପହଞ୍ଚାଇବା ପାଇଁ ଆୟୋଜକଙ୍କ ଦ୍ୱାରା ଆମେରିକା କ୍ୟାପିଟାଲ ଠାରେ ଆୟୋଜନ କରିବାର କାରଣ ବୋଲି ଦର୍ଶାଯାଇଥିଲା। 


ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ କିଛି ସମୟ ଧରି ଏହି ନାମ ପରିବର୍ତ୍ତନ ଉପରେ ବିତର୍କ କରୁଛନ୍ତି। ଯେଉଁମାନେ ଉଭୟ ରିପବ୍ଲିକାନ୍ ପାର୍ଟି ଏହି ଡେମୋକ୍ରାଟିକ୍ ପାର୍ଟି ଦଳକୁ ସମର୍ଥନ କରୁଛନ୍ତି। ଭାରତୀୟ ଜନ୍ମିତ ପ୍ରବାସୀ ସେମାନଙ୍କର ଉତ୍ପତ୍ତି ଦେଶ ସହିତ ଏକ ଦୃଢ ସଂଯୋଗ ଅନୁଭବ ଜାରି ରଖିଛନ୍ତି। ହେଲେ ଦ୍ୱିତୀୟ ପିଢିର ଭାରତୀୟ-ଆମେରିକୀୟ ସେମାନଙ୍କର ଐତିହ୍ୟର ଏହି ରାଜନୈତିକ ଅଂଶ ପ୍ରତି କମ୍ ପ୍ରତିବଦ୍ଧତା ଅନୁଭବ କରୁଛନ୍ତି। ସେମାନେ ଅନୁଭବ କରନ୍ତି ଯେ ସେମାନେ ଆମେରିକୀୟ, ସେମାନଙ୍କର ପିତାମାତା, ସମ୍ପର୍କୀୟଙ୍କ ପରି ସେମାନେ ଆମେରିକାରେ ଜନ୍ମଗ୍ରହଣ କରିଛନ୍ତି। ପ୍ରବାସୀଙ୍କ ମଧ୍ୟରେ ହିନ୍ଦୁ ଆମେରିକୀୟ ନାମର ଅଧିକ ଅର୍ଥ ରହିଛି।