Indian Currency Note News:  ଭାରତରେ ପ୍ରଚଳିତ ହେଉଥିବା କାଗଜ ନୋଟ ଉପରେ କୌଣସି କଥା ଲେଖା ହୋଇଥିବାର ଅନେକ ସମୟରେ ଦେଖିବାକୁ ମିଳିଥିବା। ହେଲେ ଯେଉଁ କାଗଜ ଟଙ୍କା ଯାହା ଉପରେ ଲେଖାଯାଇଥାଏ ତାହା ଗ୍ରହଣ ଯୋଗ୍ୟ ନୁହେଁ ତାହାକୁ ନେଇ ଅନେକ ଲୋକ ବିଭିନ୍ନ ସମୟରେ ସନ୍ଦେହରେ ପଡ଼ିଯାଇଥାନ୍ତି। ଏହାର ଅନେକ ଉଦାହରଣ ଅଛି ଯେତେବେଳେ ଲୋକେ ଏପରି ଲେଖା ହୋଇଥିବା କାଗଜ ନୋଟ୍ ଗ୍ରହଣ କରିବାକୁ ମନା କରି ଦେଇଥାନ୍ତି। କାରଣ ଲେଖା ହୋଇଥିବା କାଗଜ ନୋଟ ବ୍ୟବହାର କରିହେବ ନାଁ ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିଥାଏ। ଏପରିକି ବେଳେ ସ୍ଥିତି ଏପରି ହୋଇଥାଏ ଯେତେବେଳେ ଅନେକ ଲୋକ ଏପରିକି ବ୍ୟବସାୟୀ ମଧ୍ୟ କାଗଜ ନୋଟ ନେବାକୁ ମନା କରି ଦେଇଥାନ୍ତି। 


COMMERCIAL BREAK
SCROLL TO CONTINUE READING

ହେଲେ ଏବେ କାଗଜ ନୋଟ ସମ୍ପର୍କରେ ଗୋଟିଏ କଥା ବେଶ ଭାଇରାଲ ହେଉଛି। ତାହା ହେଉଛି ଯେ ନୂତନ ନୋଟ ଉପରେ କୌଣସି ଲେଖିବା ଦ୍ୱାରା ଏହା ଅବୈଧ ହୋଇଯିବ। ଅର୍ଥାତ କେହି କୌଣସି ପ୍ରକାର ଆର୍ଥିକ କାରବାର ଲାଗି ବ୍ୟବହାର କରିପାରିବେ ନାହିଁ।


ଏ ସମ୍ପର୍କରେ ଭାଇରାଲ ହେଉଥିବା ବାର୍ତ୍ତାରେ ଦାବି କରାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏଭଳି ପରିସ୍ଥିତିରେ ଲୋକେ ବର୍ତ୍ତମାନ ପଚାରୁଛନ୍ତି ନୋଟ ଉପରେ କିଛି ଲେଖିବା ଦ୍ୱାରା ଏହା ଅବୈଧ ହୋଇଯିବ କି? ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ (PIB Factcheck) ଦେଇଛି। ଏନେଇ ପିଆଇବି ଫ୍ୟାକ୍ଟ ଚେକ ପକ୍ଷରୁ ଟ୍ୱିଟ୍ କରାଯାଇଛି ଯେ, ଲେଖା ହୋଇଥିବା ବ୍ୟାଙ୍କ ନୋଟ୍ ଅବୈଧ ନୁହେଁ ଏବଂ ଏହା ବୈଧ ମୁଦ୍ରା ଭାବେ ଜାରି ରହିବ। ପିଆଇବି ଆହୁରି ମଧ୍ୟ କହିଛି ଯେ 'କ୍ଲିନ୍ ନୋଟ୍ ପଲିସି' (Clean Note Policy) ଅଧୀନରେ ଲୋକଙ୍କୁ ମୁଦ୍ରା କିମ୍ବା କାଗଜ ନୋଟ ଉପରେ କିଛି ନ ଲେଖିବାକୁ କୁହାଯାଇଛି। କାରଣ ଏପରି କରିବା ଦ୍ୱାରା କାଗଜ ନୋଟ ନଷ୍ଟ ହୋଇଯାଏ ଏବଂ ଏହାର ବ୍ୟବହାର ହ୍ରାସ ପାଇଥାଏ।


Also Read: 500 Rupee Note: ଆପଣଙ୍କ ପାଖରେ ରହିଛି କି ୫୦୦ ଟଙ୍କିଆ ନୋଟ? ଜାଣିନିଅନ୍ତୁ ଆରବିଆଇ ନୂଆ ନିୟମ


କାଗଜ ନୋଟ ଉପରେ ଲେଖା ରହିବାକୁ ନେଇ ଆପଣଙ୍କ ମନରେ ରହିଥିବା ସନ୍ଦେହ ଏବେ ଦୂର ହୋଇଯାଇଥିବା। ବର୍ତ୍ତମାନ ଆପଣ ଆଉ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ।  କାରଣ ପ୍ରେସ୍ ସୂଚନା ବ୍ୟୁରୋ ଫ୍ୟାକ୍ଟ ଚେକ୍ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛି। ଏନେଇ ପିଆଇବି ଫ୍ୟାକ୍ଟ ଚେକ କରାଯାଇଥିବା ଟ୍ୱିଟ୍ ୧୦ ହଜାରରୁ ଅଧିକ ଭ୍ୟୁ ପାଇସାରିଛି। ଅନେକ ଲୋକ ପିଆଇବି ଟ୍ୱିଟ ଉପରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି। ଏନେଇ ଜଣେ ସୋସିଆଲ ମିଡ଼ିଆ ୟୁଜର କହିଛନ୍ତି ଯେ, ଧନ୍ୟବାଦ ସାର୍, ଆମେ ଅନେକ ଥର ଏହି ବିଷୟ ଉପରେ ଆଲୋଚନା କରିଥାଉ।