ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଜାରି ରହିଛି କୋରୋନା ଆତଙ୍କ | ଏହା କବଳରୁ ବର୍ତ୍ତି ପାରିନାହାଁନ୍ତି ଛୋଟଠୁ ଆରମ୍ଭ କରି ବଡ ଦେଶ | ସ୍ଥିତି ଏପରି ହୋଇଛି ଚଳିତ ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଅନେକ କାର୍ଯ୍ୟକ୍ରମ ଏହାର ପ୍ରକୋପ କାରଣରୁ ସ୍ଥଗିତ ହୋଇପଡିଛି | ଯାହା ମଧ୍ୟରେ ରହିଛି ଚଳିତ ବର୍ଷର ହଜ ଯାତ୍ରା |


COMMERCIAL BREAK
SCROLL TO CONTINUE READING

ମୁସଲିମ ସମ୍ପ୍ରଦାୟର ବାର୍ଷିକ ଧାର୍ମିକ ଯାତ୍ରା ହଜକୁ ଏ ବର୍ଷ ସାଉଦି ଆରବ ପକ୍ଷରୁ ସ୍ଥଗିତ ରଖାଯାଇଛି | ଯାହା ଫଳରେ ଭାରତୀୟ ମୁସଲମାନ ଏଥର ହଜ ପାଇଁ ସାଉଦି ଆରବ ଆରବ ଅଭିମୁଖେ ଯାତ୍ରା କରିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ ମୁଖତାର ଆବାସ ନକଭୀ |                


ଏନେଇ ମଙ୍ଗଳବାର ଟ୍ୱିଟ କରି କହିଛନ୍ତି, "କୋରୋନା ମହାମାରୀର ଗୁରୁତ୍ୱପୂର୍ଣ୍ଣ ଆହ୍ୱାନକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି | ଚଳିତଥର   କୌଣସି ଭାରତୀୟ ମୁସଲମାନ ହଜ ପାଇଁ ସାଉଦି ଗସ୍ତରେ ଯାଇପାରିବେ ନାହିଁ | 


ଚଳିତ ବର୍ଷର ହଜ ଯାତ୍ରା ଉପରେ ପ୍ରତିକ୍ରିୟା ରଖି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରୀ କହିଛନ୍ତି ଏ ପ୍ରସଙ୍ଗରେ ସାଉଦି ଆରବ ସରକାରଙ୍କ ହଜ୍ ଏବଂ ଉମରାହା ମନ୍ତ୍ରୀ ମହମ୍ମଦ ସାଲେହ ବିନ୍ ତାହେର ବେଣ୍ଟେନଙ୍କ ସହ ଟେଲିଫୋନ ମାଧ୍ୟମରେ ଆଲୋଚନା ହୋଇଛି | କରୋନା ମହାମାରୀ କାରଣରୁ କୌଣସି ଭାରତୀୟ ତୀର୍ଥଯାତ୍ରାଙ୍କୁ ହଜ ଯାତ୍ରାରେ ନ ପଠାଇବାକୁ ତାଙ୍କ ପକ୍ଷରୁ କୁହାଯାଇଛି | 


ଏନେଇ ଭାରତ ପକ୍ଷରୁ କୁହାଯାଇ ଆମେ ସାଉଦି ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ | ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି କୌଣସି ଭାରତୀୟ ମୁସଲମାନଙ୍କୁ ହଜରେ ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି |


ବର୍ଷ ୨୦୨୦ ପାଇଁ ୨,୧୩,୦୦୦ ହଜ ଆବେଦନ କରାଯାଇଥିବା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କହିଛନ୍ତି | ଏଥିପାଇଁ ଆବେଦନକାରୀଙ୍କ ଦ୍ୱାରା ଜମା ହୋଇଥିବା ଅର୍ଥକୁ କୌଣସି ରିହାତି ବିନା ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି |


ଏ ବର୍ଷ ହଜ ପାଇଁ ୨୩୦୦ରୁ ଅଧିକ ମହିଳା ମହିଳା ମେହରାମ (ପୁରୁଷ ସମ୍ପର୍କୀୟ) ବିନା ଆବେଦନ କରିଥିଲେ | ସେମାନଙ୍କୁ କେବଳ ହଜ ୨୦୨୦ ପାଇଁ ଆବେଦନ ଆଧାରରେ ୨୦୨୧ ବର୍ଷରେ ହଜ ଯିବାକୁ ଅନୁମତି ଦିଆଯିବ | ଏହା ବ୍ୟତୀତ  ମହିଳାଙ୍କ ବ୍ୟତୀତ ଯେଉଁ ମେହେରାମ ଆସନ୍ତାବର୍ଷ ହଜ ପାଇଁ ନୂତନ ଆବେଦନ କରନ୍ତି, ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ମିଳିବ | 


ଚଳିତ ବର୍ଷର ହଜ ପାଇଁ ୨,୧୩, ୦୦୦ ଆବେଦନ କରାଯାଇଥିଲା | କୌଣସି ରିହାତି ବିନା ଆବେଦନକାରୀଙ୍କ ପକ୍ଷରୁ ଜମା ହୋଇଥିବା ଅର୍ଥକୁ ତୁରନ୍ତ ଫେରସ୍ତ କରିବା ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି | ଏହି ଟଙ୍କାଙ୍କୁ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅନଲାଇନ ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରଣ-ଡିବିଟି(Direct BeneFit Transfer-DBT) ମାଧ୍ୟମରେ ଫେରସ୍ତ କରାଯିବ | 


ଏଥରର ହଜ୍ ତୀର୍ଥଯାତ୍ରା ପାଇଁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ଏଥିପାଇଁ ଏୟାର ଇଣ୍ଡିଆକୁ ୧୬୦ କୋଟି ଟଙ୍କା ଦିଆଯାଇଥିଲା | ଏହା ସହିତ ୩ଟି ଏୟାରଲାଇନ୍ସ ଏୟାର ଇଣ୍ଡିଆ, ସାଉଦି ଆରବ ଇଣ୍ଡିଆନ୍ ଏବଂ ଫ୍ଲାଏନାସକୁ ଯାତ୍ରା ପାଇଁ ଚୟନ କରାଯାଇଥିଲା | ଗତବର୍ଷ ଡିସେମ୍ବର ପହିଲାରେ ହଜ ୨୦୨୦ ହଜ ଚୁକ୍ତି ଭାରତ ଏବଂ ସାଉଦି ଆରବ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା |