ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ
ଆଫଗାନିସ୍ତାନ (Afghanistan) ରେ ଭାରତୀୟ ଫଟୋ ସାମ୍ୱାଦିକ (Indian photojournalist) ଦାନିଶ ସିଦ୍ଦିକି (Danish Siddiqui) ଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ କଭର କରିବା ପାଇଁ ରଏଟର୍ସ ଫଟୋ ସାମ୍ବାଦିକ (Reuters photojournalist) ଭାବେ ଦାନିଶ ସିଦ୍ଦିକି ଗତ କିଛି ଦିନ ଧରି ସେଠାରେ କାର୍ଯ୍ୟରତ ଥିଲେ ।
କାବୁଲ: ଆଫଗାନିସ୍ତାନ (Afghanistan) ରେ ଭାରତୀୟ ଫଟୋ ସାମ୍ୱାଦିକ (Indian photojournalist) ଦାନିଶ ସିଦ୍ଦିକି (Danish Siddiqui) ଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ କଭର କରିବା ପାଇଁ ରଏଟର୍ସ ଫଟୋ ସାମ୍ବାଦିକ (Reuters photojournalist) ଭାବେ ଦାନିଶ ସିଦ୍ଦିକି ଗତ କିଛି ଦିନ ଧରି ସେଠାରେ କାର୍ଯ୍ୟରତ ଥିଲେ । ଦାନିଶ ସିଦ୍ଦିକି ଦିଲ୍ଲୀର ବାସିନ୍ଦା ଥିଲେ । ଆଫଗାନିସ୍ତାନର ନ୍ୟୁଜ୍ ଚ୍ୟାନେଲ ଟୋଲୋ ନ୍ୟୁଜ୍ ସୂତ୍ରରୁ ଏହି ସୂଚନା ମିଳିଛି । ଦାନିଶ ସିଦ୍ଦିକିଙ୍କ ମୃତ୍ୟୁ କାନ୍ଦାହାର ପ୍ରଦେଶର ସ୍ପିନ୍ ବୋଲଡକ୍ ଅଞ୍ଚଳରେ ଘଟିଛି, ଯେଉଁଠାରେ ସେ ବର୍ତ୍ତମାନର ପରିସ୍ଥିତିକୁ କଭର୍ କରୁଥିଲେ ।
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଆମେରିକୀୟ ସୈନିକଙ୍କ ପ୍ରତ୍ୟାହାର ପରଠାରୁ ଏଠାରେ ଭୟଙ୍କର ହିଂସା ଜାରି ରହିଛି । ଗତ କିଛି ଦିନ ହେବ କାନ୍ଦାହାର ସ୍ଥିତିର କଭରେଜ୍ ପାଇଁ ସିଦ୍ଦିକି ସେଠାକୁ ଯାଇଥିଲେ । ସିଦ୍ଦିକି ଟିଭି ସାମ୍ବାଦିକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରେ ଫଟୋଗ୍ରାଫ୍ ସାମ୍ବାଦିକ ହୋଇଥିଲେ ।
ଅଧିକ ପଢ଼ନ୍ତୁ:-ଚେତାବନୀ: ଟିକା ଲଗାଇଥିବା ଲୋକମାନେ ହୋଇପାରନ୍ତି ଡେଲଟା ଭାରିଆଣ୍ଟର ବାହକ, ଯାହା ଅନ୍ୟମାନଙ୍କ ପାଇଁ ବିପଦ
ଦାନିଶ ସିଦ୍ଦିକି ତାଙ୍କ ସହକର୍ମୀ ଅଦନାନ୍ ଆବିଦିଙ୍କ ସହ ୨୦୧୮ରେ ପୁଲିତଜର ପୁରସ୍କାର (Pulitzer Prize) ଜିତିଥିଲେ । ସେତେବେଳେ ସେ ପୁଲିତଜର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟକୁ ଦାନିଶ୍ ମଧ୍ୟ କଭର୍ କରିଥିଲେ ।
ଦାନିଶ MCRC ଜାମିଆ ମିଲିଆ ଇସଲାମିଆ ନୂଆଦିଲ୍ଲୀରୁ ମାସ କମ୍ୟୁନିକେସନ୍ କୋର୍ସ କରିଥିଲେ । ଏହା ପରେ ସେ ଏକ ଟିଭି ସାମ୍ବାଦିକ ଭାବରେ ବିଭିନ୍ନ ଟିଭି ଚ୍ୟାନେଲ ସହ ଯୋଡ଼ିଥିଲେ । ଏହା ପରେ ସେ ଫଟୋଗ୍ରାଫି କ୍ଷେତ୍ରରେ ପ୍ରବେଶ କଲେ । ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଦାନିଶଙ୍କ ପରିବାର ଜାମିଆ ବିଶ୍ୱବିଦ୍ୟାଳୟ ନିକଟ ଗଫର ମଞ୍ଜିଲରେ ରୁହନ୍ତି । ତାଙ୍କ ପତ୍ନୀ ଜର୍ମାନ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।
ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜାଇ ଦାନିଶ ବିଷୟରେ ଲେଖିଛନ୍ତି, ଗତକାଲି ରାତିରେ କାନ୍ଦାହାରରେ ଜଣେ ବନ୍ଧୁ ଦାନିଶ ସିଦ୍ଦିକିଙ୍କ ହତ୍ୟାର ଦୁଃଖଦ ଖବରରୁ ଅତ୍ୟନ୍ତ ଦୁଃଖିତ ଅଛି । ଭାରତୀୟ ସାମ୍ବାଦିକ ତଥା ପୁଲିତଜର ପୁରସ୍କାର ବିଜେତା ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହିତ ଥିଲେ ଯେତେବେଳେ ସେମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । କାବୁଲ ଯିବା ପୂର୍ବରୁ ମୁଁ ତାଙ୍କୁ ୨ ସପ୍ତାହ ପୂର୍ବରୁ ଭେଟିଥିଲି । ଫଟୋ ସାମ୍ବାଦିକତା ପ୍ରତି ତାଙ୍କର ଆଗ୍ରହ ଏବଂ ଆଫଗାନିସ୍ତାନ ପ୍ରତି ତାଙ୍କର ପ୍ରେମ ବିଷୟରେ ସେ କହିଥିଲେ । ତାଙ୍କୁ ସ୍ମରଣ କରାଯିବ । ମୁଁ ତାଙ୍କ ପରିବାର ଓ ରଏଟର୍ସ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ।
ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୫୪୨ ସଂକ୍ରମିତ
ଏହାପୂର୍ବରୁ, ଜୁନ୍ ୧୩ରେ ଦାନିଶ୍ ସିଦ୍ଦିକି ଟ୍ୱିଟ୍ କରି ସୂଚନା ଦେଇଥିଲେ ଯେ ସେ ଯେଉଁ ଗାଡିରେ ଯାଉଥିଲେ ସେହି ଗାଡି ଉପରେ ଆକ୍ରମଣ କରାଯାଇଥିଲା । ସେ ଲେଖିଛନ୍ତି, ମୁଁ ଭାଗ୍ୟବାନ ଯେ ମୁଁ ନିରାପଦରେ ବଞ୍ଚିଛି ।
ଆଫଗାନିସ୍ତାନରେ ଚାଲିଥିବା ସଙ୍କଟକୁ କଭର୍ କରିବାକୁ ଯାଇଥିବା ଦାନିଶ ଲଗାତାର ସେଠାରେ ସ୍ଥିତିକୁ କ୍ୟାମେରାରେ କଏଦ କରି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରୁଥିଲେ । ତାଙ୍କ ହ୍ୟାଣ୍ଡେଲ ମାଧ୍ୟମରେ ଦାନିଶ ଆଫଗାନିସ୍ତାନରୁ ଅନେକ ପ୍ରକାରର ଜୀବନ ଦେଖାଇବାକୁ ଚେଷ୍ଟା କରୁଥିଲେ ।