Dhoni Fake Finance: ଦିନକୁ ଦିନ ସାଇବର ଅପରାଧ ବଢିବାରେ ଲାଗିଛି । ପୋଲିସ ଏହି ଘଟଣାରେ ଯେତେ ସଜାଗ ରହୁଛି ସାଇବର କ୍ରିମିନାଲ ମାନେ ମଧ୍ୟ ତାଙ୍କ ଠାରୁ ଦୁଇ ପାଦ ଆଗରେ ରହୁଛନ୍ତି । ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଏବେ ସାମ୍ନାକୁ ଆସିଛି। ବିହାରର ଏଭଳି କିଛି ଲୋକ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଏକ ଫାଇନାନ୍ସ କମ୍ପାନୀ ଖୋଲିଥିଲେ। ଲୋକଙ୍କୁ ଅସୁବିଧା ସମୟରେ ଋଣ ଦେବା ନାମରେ ସୃଷ୍ଟି ହୋଇଥିବା ଏହି ନକଲି ଫାଇନାନ୍ସ କମ୍ପାନୀରେ ଧୋନିଙ୍କ ଫଟୋ ରଖି ଅନେକ ଲୋକଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିବା ପରେ ପୋଲିସ ଏହା ଜାଣିବାକୁ ପାଇଛି ଯେ ଏହି ଲୋକମାନେ ୫କୋଟିରୁ ଅଧିକ ଟଙ୍କା ଠକିଛନ୍ତି। ଶସ୍ତା ଋଣ ଦେବା ନାମରେ, ଏହି ଲୋକମାନେ ଲୋକଙ୍କଠାରୁ ୫୦ ହଜାର ଟଙ୍କା ପ୍ରୋସେସିଂ ଫି କହି ଟଙ୍କା ଠକି ନେଇ ପଳାଉଥିଲେ।


COMMERCIAL BREAK
SCROLL TO CONTINUE READING

ବିହାର ପୋଲିସର ଜଣେ ଅଧିକାରୀ ଏହି ଘଟଣାକୁ ନେଇ କହିଛନ୍ତି ଯେ, ଏହି ଠକ ସଂସ୍ଥାରେ (Fraud Loan Organisation) ଅନ୍ତର୍ଭୁକ୍ତ ଥିବା ଲୋକମାନେ ଦେଶର ବିଭିନ୍ନ ସ୍ଥାନରୁ ଦଶହଜାର ଲୋକଙ୍କୁ ସେମାନଙ୍କର ଶିକାର କରିଛନ୍ତି। ଏହି ଲୋକମାନଙ୍କର ନାମ, ଠିକଣା ଏବଂ ଶହ ଶହ ଲୋକଙ୍କ ଫୋନ୍ ନମ୍ବର ଥିଲା । ଏହି ନକଲି କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଲୋକଙ୍କୁ ଫୋନ କରି ଡ଼ାକିବା ପରେ ସେମାନଙ୍କୁ ଋଣ ଦେବାକୁ ପ୍ରତିଜ୍ଞା କରୁଥିଲେ । ଏହା ପରେ ସେ ପ୍ରକ୍ରିୟାକରଣ ଫି ବା ପ୍ରୋସେସିଂ ଫି ବାବଦକୁ ଲୋକଙ୍କଠାରୁ ୫୦ ହଜାର ଟଙ୍କା ନେଉଥିଲେ । ସହଜ କିସ୍ତି ଏବଂ କମ୍ ଇଣ୍ଟ୍ରେଷ୍ଟ ଯୋଗୁଁ ୧୨ ରୁ ଅଧିକ ଲୋକ ଏଥିରେ ଶିକାର ହୋଇଥିଲେ ।


Also Read: Gobinda Sahu Death Investigation: କେମିତି ହେଲା ଗୋବିନ୍ଦଙ୍କ ମୃତ୍ୟୁ, ତଦନ୍ତ କରିବ କ୍ରାଇମବ୍ରାଞ୍ଚ


ଆଶ୍ଚର୍ଯ୍ୟଜନକ କଥା ହେଉଛି ପପୁଲାର ଭାରତୀୟ କ୍ରିକେଟର ଧୋନିଙ୍କ (Indian Cricketer Dhoni) ଛବି ଲଗାଇ ଏହି ଲୋକମାନେ ଦର୍ଶାଇଛନ୍ତି ଯେ ଏହି କମ୍ପାନୀ କେବଳ ଧୋନିଙ୍କର ଅଟେ । ରବିବାର ବିଳମ୍ବିତ ରାତିରେ ପତ୍ରକାର ନାଗର ପୋଲିସ ଏହି ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଥମ ଦୁଇ ଠକ ଗୌତମ କୁମାର ଏବଂ ଭରତ କୁମାର କଙ୍କାରବାଗ ଦକ୍ଷିଣ ଗୋଲାମବର୍ ନିକଟରେ ଅବସ୍ଥିତ ଏକ ରାସ୍ତାରୁ ସନ୍ଦେହଜନକ ଅବସ୍ଥାରେ ଧରାପଡିଥିଲେ। ତାଙ୍କୁ ପଚରାଉଚରା ପରେ ଲୋନ କାରବାର କରୁଥିବା ଏକ ବେଆଇନ ଅଫିସକୁ ନେଇ ଆଉ ତିନିଜଣଙ୍କୁ ଗିରଫ କରିଥିଲା ପୋଲିସ। 


Also Read:  Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !


ପୋଲିସର କହିବାନୁସାରେ, ଠକେଇ ମାମଲାରେ (Fraud Case) ଆକାଶ ସିହ୍ନା ଏବଂ ଆକାଶ କୁମାର ଜେଲ ଯାଇଛନ୍ତି। ପାଟଣାର ଏସଏସପି ଡକ୍ଟର ମନଭଜିତ୍ ସିଂ ଧିଲନ୍ କହିଛନ୍ତି ଯେ ଏହି ଗ୍ୟାଙ୍ଗ (Fraud Gang) ବ୍ୟକ୍ତିଗତ ଋଣ, ଘର ଋଣ, ବ୍ୟବସାୟ ଋଣ, ବୀମା ଏବଂ ଜିଏସଟି ନାମରେ ଲୋକଙ୍କୁ ପ୍ରଲୋଭିତ କରି ଲୁଟୁଥିଲେ । ଏହି ଗ୍ୟାଙ୍ଗ ଦୁଇ କୋଠରୀ ଫ୍ଲାଟ ନେଇ ଏକ କାର୍ଯ୍ୟାଳୟ ଖୋଲିଥିଲା। ପୋଲିସ ଏହି ଗ୍ୟାଙ୍ଗଙ୍କ ପାଖରୁ ୧.୪୫ ଲକ୍ଷ ଟଙ୍କା, ଲାପଟପ୍, ମହେନ୍ଦ୍ର ସିଂ ଧୋନିଙ୍କ ଛବି, ରେଜିଷ୍ଟର, ୧୦ଟି ମୋବାଇଲ୍ ଫୋନ୍, ବାଇକ୍ ଏବଂ ୩୦ ଟି ଏଟିଏମ୍ କାର୍ଡ ଜବତ କରିଛି।