Indian Railway: ଅମଡ଼ା ବାଟରେ ଗଲା ୧୧ ଟ୍ରେନ, ଓଡ଼ିଶା ଆସୁଥିବା ଏହି ଟ୍ରେନର ଦିଗରେ ମଧ୍ୟ ପରିବର୍ତ୍ତନ
Indian Railway: ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଜାରି ରହିବ। ଏହାର ପ୍ରଭାବରେ ଅଧିକାଂଶ ରାଜ୍ୟରେ ଘନ କୁହୁଡ଼ି ମଧ୍ୟ ଦେଖାଯିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହାର ପ୍ରଭାବ ମଧ୍ୟ ରେଳ ଚଳାଚଳ ଉପରେ ଗୁରୁତର ଭାବେ ପଡ଼ିଛି। ଫଳରେ ୨୬୦ ଯୋଡ଼ା ଟ୍ରେନ ବାତିଲ ହୋଇଚି।
Indian Railway: ନୂଆଦିଲ୍ଲୀ: ଦେଶରେ ଏବେ ପ୍ରବଳ ଶୀତ ଲହରୀ (cold wave) ଜାରି ରହିଛି। ପ୍ରବଳ ଥଣ୍ଡା କାରଣରୁ ଦେଶରେ ଘନ କୁହୁଡ଼ି (Heavy Fog) ମଧ୍ୟ ହେଉଛି। ଯାହାର ପ୍ରଭାବ ରେଳ (Indian Railway) ଚଳାଚଳ ଉପରେ ମଧ୍ୟ ପଡ଼ିଛି। ଆପଣ ଯଦି କୌଣସି ଦୂର ସ୍ଥାନକୁ ଟ୍ରେନ (Railway) ଯୋଗେ ଯିବାକୁ ଯୋଜନା କରୁଛନ୍ତି ତେବେ ଆପଣ ପ୍ରଥମେ ଟ୍ରେନର (Railway) ଗତିବିଧି ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିନିଅନ୍ତୁ। ରେଳବାଇ ପକ୍ଷରୁ ୬ଟି ରାଜ୍ୟକୁ ଯାଉଥିବା ପ୍ରାୟ ୨୬୦ଟି ଟ୍ରେନର ଚଳାଚଳ ଉପରେ କଟକଣା ଲାଗୁ କରିଛି। ସେହିପରି ୧୧ଟି ଟ୍ରେନର ରୁଟରେ (Train Route) ପରିବର୍ତ୍ତନ କରିଛି ଭାରତୀୟ ରେଳ ବିଭାଗ।
ଭାରତୀୟ ରେଳ ମନ୍ତ୍ରଣାଳୟର ଓ୍ୱେବସାଇଟ ଅନୁଯାୟୀ ରେଳବାଇ ୬ଟି ରାଜ୍ୟକୁ ଯାତାୟତ କରୁଥିବା ୨୬୦ଟି ଟ୍ରେନକୁ ବାତିଲ କରିଛି। ରେଳବାଇର ଜଣେ ଅଧିକାରୀ କହିଛନ୍ତି ଦିଲ୍ଲୀ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ପଞ୍ଜାବ ଓ ପଶ୍ଚିମବଙ୍ଗକୁ ଯାଉଥିବା ୨୬୦ଟି ଟ୍ରେନକୁ ବାତିଲ କରିଦିଆଯାଇଛି। ଏହା ପଛର ମୂଳ କାରଣ ରହିଛି ଘନକୁହୁଡ଼ି। ଏହା ସହିତ ଅଧିକାଂଶ ସ୍ଥାନରେ ମରାମତି କାର୍ଯ୍ୟ ଜାରି ରହୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ। ସେହିପରି ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଓ ରାଜସ୍ଥାନରୁ ଆସୁଥିବା ୨୫ଟି ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ବ୍ୟତୀତୟ ଜମ୍ମୁ, ପଞ୍ଜାବ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ରୁଟ ଦେଇ ଚଳାଚଳ କରୁଥିବା ୧୧ଟି ଟ୍ରେନର ରୁଟରେ ପରିବର୍ତ୍ତନ କରାଯାଇଛି।
ବାତିଲ ହୋଇଥିବା ଟ୍ରେନ
ଦେଓ୍ୱେଲିରୁ ମୁଜାଫରପୁର, ପଠାନକୋଟ ରୁ ଜ୍ୱାଲାମୁଖୀ, ସାମୋଲୀ ରୁ ଦିଲ୍ଲୀ (ଉଭୟ ପଟରୁ), ଲକ୍ଷ୍ନୌରୁ ବିରଙ୍ଗନା, ଦାର୍ଜିଲିଂ, ବାରାଣସସୀ, ବୋକାରୋରୁ ଆସାନସୋଲ, ଦିଲ୍ଲୀରୁ ରେଓ୍ୱାଡ଼ି ଯାତାୟତ କରୁଥିବା ପ୍ରାୟ ୨୬ଟି ଟ୍ରେନକୁ ମଙ୍ଗଳବାର ପାଇଁ ବାତିଲ କରିଦିଆଯାଇଛି। ରେଳବାଇ ପକ୍ଷରୁ କୁହାଯାଇଛି କି ବିହାରର ସମସ୍ତପୁର ମଣ୍ଡଳରୁ ଚଳାଚଳ କରୁଥିବା ପ୍ରାୟ ୮ଟି ଟ୍ରେନର ମରାମତି କାର୍ଯ୍ୟ ଚାଲୁଥିବା କାରଣରୁ ୨୮ ତାରିଖ ପର୍ଯ୍ୟନ୍ତ ରଦ୍ଦ କରିଦିଆଯାଇଛି। ସେହିପରି ଏହି ରୁଟରେ ଚଳାଚଳ କରୁଥିବା ୩୦ ଯୋଡ଼ା ଗାଡ଼ିର ରୁଟରେ ପରିବର୍ତ୍ତନ କରାଯାଇଛି।
ଏକାଧିକ ଟ୍ରେନର ବଦଳିଲା ରୁଟ
୧୧ ଯୋଡ଼ା ଗାଡ଼ିର ରୁଟରେ ପରିବର୍ତ୍ତନ କରିଛି ରେଳ ବିଭାଗ। ଏହା ମଧ୍ୟରେ ଆଗ୍ରାରୁ ଟୁଣ୍ଡଲା, ଦୁର୍ଗରୁ ଜମ୍ମୁ, ଫିରୋଜପୁରରୁ ଛିନ୍ଦଓ୍ୱାଡ଼ା, ଜମ୍ମୁରୁ ସମ୍ବଲପୁର, ରାଞ୍ଚିରୁ ବନାରସ ଟ୍ରେନ ମଧ୍ୟ ସାମିଲ ରହିଛି। ଫିରୋଜପୁରରୁ ଲୁଧିଆନା, ଗୋରଖପୁରରୁ ନାରକଟିକଗଞ୍ଜ (ଉଭୟ ଦିଗରୁ), ରାମେଶ୍ୱରମରୁ ମଦୁରାଇ, ଦିଲ୍ଲୀରୁ ହାଓଡ଼ା, ଦିଲ୍ଲୀରୁ ବିରାଙ୍ଗନା, ଅମୃତସର ରୁ ଦିଲ୍ଲୀ ଓ ଦିଲ୍ଲୀରୁ ଅହମ୍ମଦାବାର ଟ୍ରେନର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି।
ସେହିପରି ଦିଲ୍ଲୀ, ଉତ୍ତରପର୍ଦେଶ, ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ହିମାଚଳପ୍ରଦେଶରେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଏହାର ପ୍ରଭାବରେ ଉତ୍ତର ଭାରତରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଏଭଳି ପାଗ ଆଗାମୀ ଦୁଇରୁ ଚାରି ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଉତ୍ତର ଭାରତରେ ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହିପରି ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।