Platform Ticket: ପାର୍ବଣ ସିଜିନରେ ପାଞ୍ଚ ଗୁଣ ବୃଦ୍ଧି ପାଇଲା ପ୍ଲାଟଫର୍ମ ଟିକେଟ୍, ଏସବୁ ଷ୍ଟେସନରେ ଦେବାକୁ ହେବ ଅଧିକ ଟଙ୍କା
Railway Platform Ticket Price Hike: ପାର୍ବଣ ସିଜିନ ପାଇଁ ରେଳ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ପାର୍ବଣ ସିଜିନ୍ ସମୟରେ ରେଳ ଷ୍ଟେସନରେ ଭିଡ଼ ଜମିଥାଏ । ଏହାକୁ ଦୂର କରିବା ପାଇଁ ରେଳବାଇ ଏହି ପଦକ୍ଷେପ ନେଇଛି ।
Railway Platform Ticket Price Hike: ଦୀପାବଳି ଓ ଛଟ୍ ପର୍ବ ମଧ୍ୟରେ ରେଲୱେ ପ୍ଲାଟଫର୍ମ ଟିକେଟ୍ (Railway platform tickets) ମହଙ୍ଗା ହୋଇଛି । ପାର୍ବଣ ଯୋଗୁଁ ବର୍ତ୍ତମାନ ରେଳ ଷ୍ଟେସନରେ ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ରଖି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଛି । ପଶ୍ଚିମ ରେଳବାଇ (Western Railway) ଆଜି ଅର୍ଥାତ ଶନିବାର ଦିନ କହିଛି ଯେ ପାର୍ବଣ ସିଜିନରେ (Festive season) ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ମୁମ୍ବାଇ ଡିଭିଜନର ପ୍ରମୁଖ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ମୁମ୍ବାଇ ଡିଭିଜନର ମୁମ୍ବାଇ ସେଣ୍ଟ୍ରାଲ, ଦାଦର, ବୋରିଭାଲୀ, ବାନ୍ଦ୍ରା ଟର୍ମିନାସ, ଭାପି, ଭାଲସାଦ, ଉଦନା ଓ ସୁରଟ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଦର ବୃଦ୍ଧି କରାଯାଇଛି । ରେଳ ଷ୍ଟେସନରେ ପାର୍ବଣ ସିଜିନରେ ଭିଡକୁ ଦୃଷ୍ଟିରେ ରଖି ପ୍ଲାଟଫର୍ମ ଓ ଫୁଟ୍ ବ୍ରିଜ୍ ସମେତ ରେଳ ପରିସରରେ ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏହିପରି ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ରୀୟ ରେଳବାଇ ଶୁକ୍ରବାର ଦିନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ, ଦାଦର, ଲୋକମାନିଆ ତିଲକ ଟର୍ମିନାସ, ଥାନେ, କଲ୍ୟାଣ ଓ ପାନଭେଲ ଷ୍ଟେସନ ପରି ମନୋନୀତ ରେଳ ଷ୍ଟେସନରେ ଅଧିକ ଭିଡ ନହେବା ପାଇଁ ୨୨ ରୁ ୩୧ ଅକ୍ଟୋବରରେ ପ୍ଲାଟଫର୍ମ ଟିକେଟ୍ ହାରକୁ ୧୦ ରୁ ୫୦ ଟଙ୍କାକୁ ବୃଦ୍ଧି କରିଛି ।
ଉଲ୍ଲେଖନୀୟ କଥା ହେଉଛି, ଅଧିକାଂଶ ଲୋକ ପର୍ବ ସମୟରେ ଘରକୁ ଯାଆନ୍ତି । ଏଥି ସହିତ ସବୁଠାରୁ କମ୍ ଭଡ଼ା ଓ ଆରାମଦାୟକ ଯାତ୍ରା ରେଳବାଇ ଦ୍ୱାରା ମିଳିଥାଏ । ତେଣୁ ଦୀପାବଳି ଓ ଛଟ୍ ଅବସରରେ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ଯୋଗେ ନିଜ ଘରକୁ ଯାଆନ୍ତି । ଏଭଳି ପରିସ୍ଥିତିରେ ଟ୍ରେନରେ ଭିଡ଼ ସହିତ ପ୍ଲାଟଫର୍ମରେ ବିରାଟ ଭିଡ଼ ହେବାର ସମ୍ଭାବନା ରହିଛି । ଯାତ୍ରୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ରେଳବାଇ ପ୍ଲାଟଫର୍ମ ଟିକେଟର ମୂଲ୍ୟ ବୃଦ୍ଧି କରିଛି ।
ଏଥି ସହିତ ଦୀପାବଳି ଓ ଛଟ୍ ପୂଜାରେ ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ଭାରତୀୟ ରେଳ ୨୧୧ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି, ଯାହା ୨୫୬୧ ଟି ଥର ଯାତ୍ରା କରିବ । ଏହି ଟ୍ରେନ୍ ଗୁଡିକ ରେଳ ମାର୍ଗରେ ଦେଶର ପ୍ରମୁଖ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବ । ଦରଭଙ୍ଗା, ଆଜମଗଡ, ସାହାରା, ଭାଗଲପୁର, ମୁଜାଫରପୁର, ଫେରୋଜପୁର, ପାଟନା, କାଟିହର ଓ ଅମୃତସର ଇତ୍ୟାଦି ରେଳ ମାର୍ଗରେ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରାଯାଇଛି ।
ଏହା ବି ପଢ଼ନ୍ତୁ: HP Assembly Election: ବିଜେପି ନା କଂଗ୍ରେସ; ହିମାଚଳ ପ୍ରଦେଶରେ କିଏ କରିବ ସରକାର? ସର୍ଭେରୁ ହେଲା ବଡ ଖୁଲାସା
ଏହା ବି ପଢ଼ନ୍ତୁ: Ragging Case: ରାଗିଂର ସବୁ ସୀମା ପାର! ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ଟୁଥ୍ ବ୍ରଶ୍ ଓ ପେନସିଲ୍ ଭର୍ତ୍ତି କଲେ ସିନିୟର