Ragging Case: ରାଗିଂର ସବୁ ସୀମା ପାର! ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ଟୁଥ୍ ବ୍ରଶ୍ ଓ ପେନସିଲ୍ ଭର୍ତ୍ତି କଲେ ସିନିୟର
Advertisement
Article Detail0/zeeodisha/odisha1406498

Ragging Case: ରାଗିଂର ସବୁ ସୀମା ପାର! ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ଟୁଥ୍ ବ୍ରଶ୍ ଓ ପେନସିଲ୍ ଭର୍ତ୍ତି କଲେ ସିନିୟର

Gujarat Ragging Case: ପୀଡିତ ଛାତ୍ର କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ତିନୋଟି ବିକଳ୍ପ ଦେଇଥିଲେ । ଅଭିଯୁକ୍ତ ତାଙ୍କୁ କହିଥିଲେ ଯେ ସେ ତାଙ୍କର ପ୍ରାଇଭେଟ୍ ପାର୍ଟ କାଟି ଦିଅନ୍ତୁ, କାନ କାଟି ଦିଅନ୍ତୁ, କିମ୍ବା ହଷ୍ଟେଲ ଛାତରୁ ଡେଇଁପଡନ୍ତୁ ।

ସୌ: ସୋସିଆଲ ମିଡିଆ

Ragging Case: ଗୁଜୁରାଟର ରାଜକୋଟରୁ ଏକ ଯନ୍ତ୍ରଣାଦାୟକ ରାଗିଂ ମାମଲା ସାମ୍ନାକୁ ଆସିଛି । ଏଠାରେ ଥିବା ଏକ ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ଗାଧୋଇବାର ଏକ ନଗ୍ନ ଭିଡିଓ ସହିତ ବ୍ଲାକମେଲ କରାଯାଇଥିଲା । ତା’ପରେ ପାଞ୍ଚ ଜଣ ଅଭିଯୁକ୍ତ ଛାତ୍ରଙ୍କ ସହ ବ୍ଲାକମେଲ କରି ଅପ୍ରାକୃତିକ ଯୌନ ଶୋଷଣ କରିଛନ୍ତି । ସେ ଛାତ୍ରଙ୍କ ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର ଓ ମହୁ ଢାଳିଥିଲେ । କେବଳ ଏତିକି ନୁହେଁ, ଏହା ପରେ ସେମାନେ ଏକ ଟୁଥ୍ ବ୍ରଶ୍ ଓ ପେନସିଲ୍ ମଧ୍ୟ ଛାତ୍ରଙ୍କ ପ୍ରାଇଭେଟ୍ ପାର୍ଟରେ ପୂରାଇଥିଲେ । ଏହା ବ୍ୟତୀତ ଛାତ୍ର ଜଣକୁ ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେବାକୁ ଧମକାଇ ଥିଲେ । କୁହାଯାଉଛି ଯେ ଅଭିଯୁକ୍ତ ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ ନାବାଳକ । ବର୍ତ୍ତମାନ ପୋଲିସ ଏହାର ଏକ ମାମଲା ରୁଜୁ କରିଛି ।

ଏହି ପାଞ୍ଚ ଜଣ ଛାତ୍ରଙ୍କ ମଧ୍ୟରୁ ତିନିଜଣଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ଓ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୦ ରେ ପୀଡିତଙ୍କ ପିତା ସେତବେଳେ କୁୱାଡ଼ୱା ରୋଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେତବେଳେ ତାଙ୍କ ପୁଅ ତାଙ୍କ ପରିବାରକୁ ତାଙ୍କ ଦୁଃଖଦ ଘଟଣା ବିଷୟରେ କହିଥିଲେ । ପୋଲିସ କହିଛି ଯେ ଦୁଇ ଦିନ ପୂର୍ବେ ପୀଡିତ ଛାତ୍ର ନିଜ ବଡ ଭଉଣୀକୁ କହିଥିଲେ ଯେ ସେ ହଷ୍ଟେଲରେ ରହିବେ ନାହିଁ । ଏହାକହି ସେ ନିଜ ଭଉଣୀ ଆଗରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ତା’ପରେ ତାଙ୍କ ଭଉଣୀ ଭାଇ ସହ କିଛି ଘଟିଥିବା ଅନୁଭବ କରିଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କ ପିତାଙ୍କୁ ଫୋନ କରି ଏ ବିଷୟରେ ସୂଚନା ଦେଇଥିଲେ ।

ଏହା ପରେ ଉଭୟ ବାପା ଓ ଭଉଣୀ ଛାତ୍ରଙ୍କୁ ହଷ୍ଟେଲ ଭେଟିବାକୁ ଆସିଥିଲେ । ଏଭଳି ପରିସ୍ଥିତିରେ ଛାତ୍ର ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ଦେଖିବା ପରେ କାନ୍ଦିବାକୁ ଲାଗିଥିଲେ । ତା’ପରେ ସେ ନିଜ ସହ ଏହି ଘଟଣା ବିଷୟରେ କହିଥିଲେ । ଛାତ୍ର ଜଣକ କହିଛନ୍ତି ଯେ ଗତ ମାସରେ ଗାଧୋଇବା ସମୟରେ ତିନିଜଣ ଛାତ୍ର ତାଙ୍କ ନଗ୍ନ ଭିଡିଓ ସୁଟ୍ କରିଥିଲେ । ଏହାପରେ ସେମାନେ ଧମକ ଦେଇଥିଲେ ଯେ ଯଦି ସେ ତାଙ୍କ କଥା ନ ଶୁଣନ୍ତି ତେବେ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ।

ପୀଡିତା ଛାତ୍ର କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ତିନୋଟି ବିକଳ୍ପ ଦେଇଥିଲେ । ଅଭିଯୁକ୍ତ ତାଙ୍କୁ କହିଥିଲେ ଯେ ସେ ନିଜ ପ୍ରାଇଭେଟ୍ ପାର୍ଟ କାଟି ଦିଅନ୍ତୁ, କାନ କାଟି ଦିଅନ୍ତୁ, କିମ୍ବା ହଷ୍ଟେଲ ଛାତରୁ ଡେଇଁପଡନ୍ତୁ । ଏସବୁ ଶୁଣି ଛାତ୍ର ଭୟଭୀତ ହୋଇ ଗୁହାରି କରିବାକୁ ଲାଗିଲେ । ତା’ପରେ ଛାତ୍ରମାନେ ତାଙ୍କୁ ଅନ୍ୟ ଏକ ବିକଳ୍ପ ଦେଇ କହିଥିଲେ ଯେ ସେମାନେ ତାଙ୍କ ଅପ୍ରକୃତିକ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ । ଏହା ପରେ ସେମାନେ ତାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ଓ ଯୌନ ଶୋଷଣ ମଧ୍ୟ କରିଥିଲେ । ପୀଡିତ ଛାତ୍ର ଜଣକ କହିଛନ୍ତି ଯେ ତାଙ୍କ ପ୍ରାଇଭେଟ୍ ପାର୍ଟରେ ସାନିଟାଇଜର, ମହୁ, ଟୁଥ୍ ବ୍ରଶ୍ ଓ ପେନସିଲ୍ ବ୍ରଶ୍ ପୂରାଇଥିଲେ । ଓ ତିନି ଘଣ୍ଟା ପର୍ଯ୍ୟନ୍ତ ରାଗିଂ କରିଥିଲେ ।

ବର୍ତ୍ତମାନ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଛି ଓ ତିନିଜଣଙ୍କୁ ପଚରାଉଚରା ପାଇଁ ଗିରଫ କରାଯାଇଛି । ପୀଡିତଙ୍କ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି ।

ଏହା ବି ପଢ଼ନ୍ତୁ: Luggage Rules: ବିମାନବନ୍ଦରକୁ ଆପଣ ନେଇଯାଆନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଯାଇପାରନ୍ତି ଜେଲ୍