ରେଲୱେ ବାତିଲ କଲା ଆହୁରି ୨୧ଟି ପ୍ରମୁଖ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ପୂର୍ବ କେନ୍ଦ୍ରୀୟ ରେଳ ପକ୍ଷ (East Central Railway) ରୁ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଏହି ଟ୍ରେନ୍ ଗୁଡିକ ପାଟନା, ଭଭଆ, ରାଜେନ୍ଦ୍ର ନଗର ଟର୍ମିନାଲ୍, ସିଆଲଦାର, ଦାନାପୁର, ସିକନ୍ଦରାବାଦ, ସହରହାରା ଭଳି ଅନେକ ରୁଟରେ ଚାଲୁଛି ।
ନୂଆଦିଲ୍ଲୀ: Indian Railway: ଯଦି ଆପଣଙ୍କୁ ଆସନ୍ତା ଦିନ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନରେ ଯାତ୍ରା କରିବାର ଯୋଜନା ଅଛି, ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ରେଳ (Indian Railway) ୨୧ଟି ଟ୍ରେନକୁ ବାତିଲ କରିଦେଇଛି । ଏହି ଟ୍ରେନ୍ ବିହାର ରୁଟରେ ଚାଲୁଥିଲା । ଏହି ଟ୍ରେନ୍ ଗୁଡିକ ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ତେଣୁ ଯାତ୍ରା କରିବା ପୂର୍ବରୁ ଆପଣ ଟ୍ରେନର ସ୍ଥିତିକୁ ଭଲଭାବେ ଯାଞ୍ଚ କରନ୍ତୁ, ଯାହାଫଳରେ ଷ୍ଟେସନରେ ପହଞ୍ଚିବା ପରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ ।
ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ଏହି ସ୍କିମରେ ମିଳୁଛି ଶସ୍ତା ସୁନା, ମେ ୨୮ ଯାଏ କିଣିବାର ସୁଯୋଗ
ପୂର୍ବ କେନ୍ଦ୍ରୀୟ ରେଳ ପକ୍ଷ (East Central Railway) ରୁ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଏହି ଟ୍ରେନ୍ ଗୁଡିକ ପାଟନା, ଭଭଆ, ରାଜେନ୍ଦ୍ର ନଗର ଟର୍ମିନାଲ୍, ସିଆଲଦାର, ଦାନାପୁର, ସିକନ୍ଦରାବାଦ, ସହରହାରା ଭଳି ଅନେକ ରୁଟରେ ଚାଲୁଛି ।
ଅଧିକ ପଢ଼ନ୍ତୁ:-କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି
ରେଲୱେ କରିଛି ଟ୍ୱିଟ୍
ପୂର୍ବ କେନ୍ଦ୍ରୀୟ ରେଳବାଇ (East Central Railway) ନିଜ ଟ୍ୱିଟରେ ଲେଖିଛି ଯେ, ଯାତ୍ରୀ ସଂଖ୍ୟାରେ କ୍ରମାଗତ ହ୍ରାସ ଏବଂ କୋରୋନା ସଂକ୍ରମଣ ବିସ୍ତାରକୁ ରୋକିବା ଉଦ୍ଦେଶ୍ୟରେ କିଛି ସ୍ପେଶାଲ ଟ୍ରେନର ପରିଚାଳନା ରଦ୍ଦ କରାଯାଇଛି । ଯାତ୍ରା କରିବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଏହି ଟ୍ରେନର ତାଲିକା ଥରେ ଯାଞ୍ଚ କରନ୍ତୁ ।
ମେ ୨୫ରୁ ଏହି ସମସ୍ତ ଟ୍ରେନ୍ ଗୁଡିକ କରାଯାଇଛି ବାତିଲ (Train cancel list from 25 may)
୧. ଟ୍ରେନ ନମ୍ୱର 03249- ପାଟନା-ଭଭୁଆ ରୋଡ୍ ଇଣ୍ଟରସିଟି ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୨. ଟ୍ରେନ ନମ୍ୱର 03250-ଭଭୁଆ ରୋଡ୍-ପାଟନା ଇଣ୍ଟରସିଟି ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୩. ଟ୍ରେନ ନମ୍ୱର 03259- ପାଟନା-ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ ଏକ୍ସପ୍ରେସ ସ୍ପେଶାଲ- ମେ ୨୬ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୪. ଟ୍ରେନ ନମ୍ୱର 03260- ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ୍ - ପାଟନା ଏକ୍ସପ୍ରେସ ସ୍ପେଶାଲ - ମେ ୨୮ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୫. ଟ୍ରେନ ନମ୍ୱର 03253- ପାଟନା-ବାନସବାଡି ହମସଫର ସୁପରଫାଷ୍ଟ ସ୍ପେଶାଲ- ମେ ୨୭ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୬. ଟ୍ରେନ ନମ୍ୱର 03254- ବାନସବାଡି-ପାଟନା ହମସଫର ସୁପରଫାଷ୍ଟ ଏକ୍ସପ୍ରେସ- ମେ ୩୦ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୭. ଟ୍ରେନ ନମ୍ୱର 03242- ରାଜେନ୍ଦ୍ର ନଗର ଟର୍ମିନାଲ୍- ବଙ୍କା ଏକ୍ସପ୍ରେସ୍ ସ୍ପେଶାଲ୍ - ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୮. ଟ୍ରେନ ନମ୍ୱର 03241- ବାଙ୍କା-ରାଜେନ୍ଦ୍ର ନଗର ଟର୍ମିନାଲ୍ ଏକ୍ସପ୍ରେସ ସ୍ପେଶାଲ୍ - ମେ ୨୬ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୯. ଟ୍ରେନ ନମ୍ୱର 03224- ଫତୁହା-ରାଜଗିର୍ ମେମୁ ପାସେଞ୍ଜର ସ୍ପେଶାଲ୍ - ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୦. ଟ୍ରେନ ନମ୍ୱର 03223- ରାଜଗିର-ଫତୁହା ମେମୁ ପାସେଞ୍ଜର ସ୍ପେଶାଲ୍ - ମେ ୨୬ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି
୧୧. ଟ୍ରେନ ନମ୍ୱର 03642 - ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ-ଦିଲଦାର ନଗର ପାସେଞ୍ଜର ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୨. ଟ୍ରେନ ନମ୍ୱର 03641 - ଦିଲଦାର ନଗର - ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପାସେଞ୍ଜର- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୩. ଟ୍ରେନ ନମ୍ୱର 03643 - ଦିଲଦାର ନଗର-ତାରିଘାଟ ପାସେଞ୍ଜର ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୪. ଟ୍ରେନ ନମ୍ୱର 03644 - ତାରିଘାଟ-ଦିଲଦାର ନଗର ପାସେଞ୍ଜର ସ୍ପେଶାଲ - ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୫. ଟ୍ରେନ ନମ୍ୱର 03647-ଦିଲଦାର ନଗର-ତାରିଘାଟ ପାସେଞ୍ଜର ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୧୬. ଟ୍ରେନ ନମ୍ୱର 03648- ତାରିଘାଟ-ଦିଲଦାର ନଗର ପାସେଞ୍ଜର ପାସେଞ୍ଜର ସ୍ପେଶାଲ- ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
ଅଧିକ ପଢ଼ନ୍ତୁ:-ପୁଣି ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ!
ଏହି ଟ୍ରେନ୍ ଗୁଡିକ ମଧ୍ୟ କରାଯାଇଛି ବାତିଲ
୧. ଟ୍ରେନ ନମ୍ୱର 03163 - ସିଆଲଦାର-ସହରସା ସ୍ପେଶାଲ୍ - ମେ ୨୩ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୨. ଟ୍ରେନ ନମ୍ୱର 03164 - ସହରସା-ସିଆଲଦାର ସ୍ପେଶାଲ୍ - ମେ ୨୪ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୩. ଟ୍ରେନ ନମ୍ୱର 03169- ସିଆଲଦାର-ସହରସା ସ୍ପେଶାଲ୍ (ଭାୟା ପୂର୍ଣ୍ଣିୟା) - ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୪. ଟ୍ରେନ ନମ୍ୱର 03160- ସହରସା-ସିଆଲଦାର ସ୍ପେଶାଲ୍ (ଭାୟା ପୂର୍ଣ୍ଣିଆ) - ମେ ୨୬ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।
୫. ଟ୍ରେନ ନମ୍ୱର 07052 - ଦାନାପୁର ସିକନ୍ଦରାବାଦ - ମେ ୨୫ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ ରହିବ ।