ନୂଆଦିଲ୍ଲୀ: IRCTC Indian Railway News: ଦେଶରେ କୋରୋନା ମାମଲାରେ ଲଗାତର ହ୍ରାସ ରେକର୍ଡ କରାଯାଉଛି । ଏହା ମଧ୍ୟରେ ଭାରତୀୟ ରେଲୱେ ପୁଣିଥରେ ଟ୍ରେନ ପରିଚାଳନାକୁ ସ୍ୱାଭାବିକକ କରିବାକୁ  ଲାଗିଛି । ଏହି କ୍ରମରେ ପୂର୍ବତଟ ରେଳ (East Coast Railway) ପରିସୀମା ମଧ୍ୟଦେଇ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳବାଇ ନିଷ୍ପତ୍ତି ନେଇଥିବା ବେଳେ ଗୋଟିଏ ସ୍ୱତନ୍ତ୍ର ଟ୍ରେନର ଚଳାଚଳ ଦିବସକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି ...


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ କ'ଣ ରହିଛି ଆଜିର ରେଟ୍


୧. ଶାଲିମାର-ସିକନ୍ଦରାବାଦ୍-ଶାଲିମାର ବିଶେଷ ଟ୍ରେନ


02449/02450 ଶାଲିମାର-ସିକନ୍ଦରାବାଦ୍-ଶାଲିମାର ସ୍ପେଶାଲ ଶାଲିମାରରୁ  ଜୁନ୍ ୯ରୁ ଜୁନ୍ ୩୦ ମଧ୍ୟରେ ବୁଧବାର ଦିନ ଅପରାହ୍ନ ୧୨ ଘ. ୨୦ମି.ରେ ଛାଡିବ । ଏହି ଟ୍ରେନ ସିକନ୍ଦରାବାଦରୁ ଜୁନ୍ ୧୧ରୁ ଜୁଲାଇ ୨, ୨୦୨୧ ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ସକାଳ ୪ ଘଟିକାରେ ଛାଡିବ ।   


ଏହି ଟ୍ରେନ ଉଭୟ ଦିଗରୁ ଶାଲିମାର ଓ ସିକନ୍ଦରାବାଦ୍ ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ସୋମପେଟା, ପାଲାସା, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ ।


ଅଧିକ ପଢ଼ନ୍ତୁ:-ଏହି କେନ୍ଦ୍ର କର୍ମଚାରୀଙ୍କ ହୋଇସାରିଛି ୨.୮୮ ଲକ୍ଷ ଟଙ୍କାର କ୍ଷତି! ଜାଣନ୍ତୁ କେବେ ଫେରସ୍ତ ମିଳିବ ଏହି ଟଙ୍କା


୨. ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ବିଶେଷ ଟ୍ରେନ 


02469/02470 ହାୱଡ଼ା-ଯଶୋବନ୍ତପୁର-ହାୱଡ଼ା ବିଶେଷ ଟ୍ରେନ ହାୱଡ଼ା ଠାରୁ ଜୁନ ୧୦ରୁ ଜୁନ ୨୪ ମଧ୍ୟରେ ପ୍ରତି ଗୁରୁବାର ଅପରାହ୍ନ ୧୨ଘ.୪୦ମି.ରେ ଛାଡିବ । ଫେରିବା ପଥରେ ଏହି ଟ୍ରେନ ଯଶୋବନ୍ତପୁର ଠାରୁ ଜୁନ ୧୩ରୁ ୨୭ ମଧ୍ୟରେ ପ୍ରତି ରବିବାର ସକାଳ ୫ଘ. ୧୫ମି.ରେ ଛାଡିବ ।    


ଏହି ଟ୍ରେନ ଉଭୟ ଦିଗରୁ ହାୱଡ଼ା ଓ ଯଶୋବନ୍ତପୁର ମଧ୍ୟରେ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପାଲାସା, ଶ୍ରୀକାକୁଲମ ରୋଡ଼, ବିଜୟନଗରାମ, ବିଶାଖାପାଟନମ୍ ଠାରେ ରହଣି କରିବ ।


ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ହାତରେ ଆସିବ କମ୍ ଟଙ୍କା, କିନ୍ତୁ ବଢ଼ିବ PF! ମୋଦି ସରକାର ଲାଗୁ କରିବାକୁ ଯାଉଛନ୍ତି ଏସବୁ ନିୟମ
  
୩. ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ବୃଦ୍ଧି 


ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ଚଳାଚଳ ଦିବସ ଅବଧିକୁ ସାପ୍ତାହିକରୁ ଦ୍ୱି-ସାପ୍ତାହିକ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଅଛି । 02835/02836 ହାଟିଆ-ଯଶୋବନ୍ତପୁର-ହାଟିଆ ବିଶେଷ ଟ୍ରେନ ହାଟିଆ ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ରବିବାର ଦିନ ଜୁନ୍ ୬ରୁ ଜୁନ ୨୭ ମଧ୍ୟରେ ଛାଡିବ । ପ୍ରତ୍ୟାବର୍ତ୍ତନ ଦିଗରେ, ଏହି ଟ୍ରେନ ଯଶୋବନ୍ତପୁର ଠାରୁ ପ୍ରତ୍ୟକ ଗୁରୁବାର ଏବଂ ମଙ୍ଗଳବାର ଜୁନ୍ ୮ରୁ ଜୁନ୍ ୨୯ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ଏବଂ ରହଣି ସ୍ଥାନ ଅପରିବର୍ତ୍ତିତ ରହିବ ।