କର୍ମଚାରୀଙ୍କ ହାତରେ ଆସିବ କମ୍ ଟଙ୍କା, କିନ୍ତୁ ବଢ଼ିବ PF! ମୋଦି ସରକାର ଲାଗୁ କରିବାକୁ ଯାଉଛନ୍ତି ଏସବୁ ନିୟମ
Advertisement
Article Detail0/zeeodisha/odisha915514

କର୍ମଚାରୀଙ୍କ ହାତରେ ଆସିବ କମ୍ ଟଙ୍କା, କିନ୍ତୁ ବଢ଼ିବ PF! ମୋଦି ସରକାର ଲାଗୁ କରିବାକୁ ଯାଉଛନ୍ତି ଏସବୁ ନିୟମ

ଶ୍ରମ ମନ୍ତ୍ରଣାଳୟ ଏହି ଚାରୋଟି କୋଡ କାର୍ଯ୍ୟକାରୀ କରିବ...

କର୍ମଚାରୀଙ୍କ ହାତରେ ଆସିବ କମ୍ ଟଙ୍କା, କିନ୍ତୁ ବଢ଼ିବ PF! ମୋଦି ସରକାର ଲାଗୁ କରିବାକୁ ଯାଉଛନ୍ତି ଏସବୁ ନିୟମ

ନୂଆଦିଲ୍ଲୀ: 7th Pay Commission: ଖୁବ୍ ଶୀଘ୍ର ଆପଣଙ୍କର ଗ୍ରାଚ୍ୟୁଇଟି, ପିଏଫ (PF) ଏବଂ କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ହୋଇପାରେ । କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ପ୍ରୋଭିଡେଣ୍ଟ ଫଣ୍ଡ (PF) ରେ ବୃଦ୍ଧି ପାଇବ । ଏଥି ସହିତ ହାତରେ ଆସୁଥିବା ଟଙ୍କା (Take Home Salary) ହ୍ରାସ ପାଇବ । ଏପରିକି କମ୍ପାନୀର ବାଲାନ୍ସ ସିଟ୍ ମଧ୍ୟ ପ୍ରଭାବିତ ହେବେ । ଏହାର କାରଣ ହେଉଛି ଗତ ବର୍ଷ ସଂସଦରେ ପାରିତ ହୋଇଥିବା ତିନୋଟି ମଜୁରୀ କୋଡ୍ ବିଧେୟକ (Code on wages bill) । ଏହି ବିଧେୟକ ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବାର ଥିଲା । ସରକାର ଏପ୍ରିଲ ୧ରୁ ନୂତନ ଶ୍ରମ ବିଧେୟକର ଏହି ନିୟମ ଲାଗୁ କରିବାକୁ ଚାହୁଁଥିଲେ, କିନ୍ତୁ ରାଜ୍ୟଗୁଡ଼ିକ ପ୍ରସ୍ତୁତ ନ ହେବା କାରଣରୁ ଓ କମ୍ପାନୀଗୁଡିକର HR ନୀତି ବଦଳାଇବା ପାଇଁ ଅଧିକ ସମୟ ଦେବା ପାଇଁ ବର୍ତ୍ତମାନ ଏହାକୁ ସ୍ଥଗିତ କରିଦିଆଯାଇଥିଲା । ବର୍ତ୍ତମାନ ଖବର ଆସୁଛି ଯେ, ମୋଦି ସରକାର ଆଗାମୀ କିଛି ମାସ ମଧ୍ୟରେ ଏହି ଶ୍ରମ ସଂହିତାକୁ ଲାଗୁ କରିବାକୁ ଯାଉଛନ୍ତି । 

ଅଧିକ ପଢ଼ନ୍ତୁ:-ସରକାର ଏମାନଙ୍କ ପାଇଁ ପେନସନରେ କରିଛନ୍ତି ବଡ଼ ବୃଦ୍ଧି, ଜାଣନ୍ତୁ କେତେ ମିଳିବ ଲାଭ

ଶ୍ରମ ମନ୍ତ୍ରଣାଳୟ ଏହି ଚାରୋଟି କୋଡ କାର୍ଯ୍ୟକାରୀ କରିବ

1. Code on Wages
2. Industrial Relations
3. Occupational Safety
4. Health and Working Conditions and Social Security Codes

ଏଠାରେ କହି ରଖୁଛୁ ଯେ, ଶ୍ରମ ମନ୍ତ୍ରଣାଳୟ ୪୪ କେନ୍ଦ୍ରୀୟ ଶ୍ରମ ଆଇନକୁ ମିଶ୍ରଣ କରି ୪ଟି ନୂତନ ଶ୍ରମ ସଂହିତା (କୋଡ୍) ପ୍ରସ୍ତୁତ କରିଛି । ଏହି ଶ୍ରମ ସଂହିତା ଶିଳ୍ପ ସମ୍ପର୍କ, ବେତନ, ସାମାଜିକ ସୁରକ୍ଷା, ବୃତ୍ତିଗତ, ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କାର୍ଯ୍ୟ ପରିସ୍ଥିତି ସହିତ ଜଡିତ । ଚଳିତ ବର୍ଷ ଏପ୍ରିଲ ୧ରୁ କେନ୍ଦ୍ର ସରକାର ଏହି ଆଇନଗୁଡ଼ିକୁ ଲାଗୁ କରିବାକୁ ଚାହୁଁଥିଲେ ।

ଏଥିପାଇଁ ମନ୍ତ୍ରଣାଳୟ ଚାରୋଟି ସଂହିତା ସହ ଜଡିତ ନିୟମକୁ ମଧ୍ୟ ଚୂଡାନ୍ତ କରିସାରିଛି । ଏହା ସତ୍ତ୍ୱେ ଏହି ଆଇନ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏହାର କାରଣ ହେଉଛି ଯେ ଅନେକ ରାଜ୍ୟ ନିଜ ନିଜ ସଂହିତା ଅନୁଯାୟୀ ଏହି ନିୟମାବଳୀକୁ ଲାଗୁ କରିବା ସ୍ଥିତିରେ ନାହାଁନ୍ତି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର!

ରାଜ୍ୟଠାରୁ ମଧ୍ୟ ନେବାକୁ ପଡ଼ିବ ଅନୁମତି

ସାମ୍ବିଧାନିକ ବିଶେଷଜ୍ଞଙ୍କ ଅନୁଯାୟୀ ଶ୍ରମ ହେଉଛି ଭାରତର ସମ୍ବିଧାନ ଅନୁଯାୟୀ ଏକକାଳୀନ ବିଷୟ । ଏଭଳି ପରିସ୍ଥିତିରେ ଏହି ଚାରୋଟି ସଂହିତାର ନିୟମକୁ  ଉଭୟ କେନ୍ଦ୍ର ଓ ରାଜ୍ୟକୁ ଅଧିସୂଚିତ କରିବାକୁ ପଡ଼ିବ । କେବଳ ସେତେବେଳେ ଏହି ଆଇନଗୁଡ଼ିକ ସମ୍ପୃକ୍ତ ରାଜ୍ୟରେ ଅସ୍ତିତ୍ୱରେ ଆସିପାରିବ ।

ଏହି ପ୍ରକ୍ରିୟା ସହିତ ଜଡିତ ଅଧିକାରୀମାନେ କହିଛନ୍ତି, "ଅନେକ ପ୍ରମୁଖ ରାଜ୍ୟ ଏହି ଚାରୋଟି ଶ୍ରମ ସଂହିତା (Labour Codes) ଅନୁଯାୟୀ ନିୟମକୁ ଅନ୍ତିମ ରୂପ ପ୍ରଦାନ କରିନାହାଁନ୍ତି । କେତେକ ରାଜ୍ୟ ଏହି ନିୟମର କାର୍ଯ୍ୟକାରିତା ପାଇଁ ନିୟମ ଚୂଡ଼ାନ୍ତ ପ୍ରକ୍ରିୟାରେ ଅଛନ୍ତି । କେନ୍ଦ୍ର ସରକାର ସର୍ବଦା ଏହି ବିଷୟର ଅପେକ୍ଷା କରିପାରିବେ ନାହିଁ ଯେ ରାଜ୍ୟଗୁଡିକ ଏହି ନିୟମଗୁଡିକ ଅନ୍ତିମ ରୂପ ପ୍ରଦାନ କରୁ । ଏଭଳି ପରିସ୍ଥିତିରେ ସରକାରଙ୍କ ଯୋଜନା ହେଉଛି ଏକ କିମ୍ବା ଦୁଇ ମାସ ମଧ୍ୟରେ ଏହି ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବା । ଏଥିପାଇଁ କମ୍ପାନୀ ଓ ପ୍ରତିଷ୍ଠାନଗୁଡ଼ିକୁ ନୂତନ ନିୟମକୁ ବୁଝିବା ପାଇଁ କିଛି ସମୟ ଦେବାକୁ ପଡିବ ।"

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ୧,୨,୫ ଓ ୧୦ ଟଙ୍କାର ଏହି କଏନ ବା ନୋଟ୍ ତ ହୋଇପାରିବେ ଲକ୍ଷପତି! ଜାଣନ୍ତୁ କିପରି...

ଅନେକ ରାଜ୍ୟ ଜାରି କରିଛନ୍ତି ଡ୍ରାଫ୍ଟ 

ସୂତ୍ରାନୁସାରେ, କେତେକ ରାଜ୍ୟ ନିୟମର ଡ୍ରାଫ୍ଟ ଜାରି କରିସାରିଛନ୍ତି । ଏହି ରାଜ୍ୟଗୁଡ଼ିକରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣା, ଓଡିଶା, ପଞ୍ଜାବ, ଗୁଜୁରାଟ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ ସାମିଲ ଅଛନ୍ତି । ନୂତନ ଡ୍ରାଫ୍ଟ ନିୟମ ଅନୁଯାୟୀ, ମୂଳ ଦରମା ମୋଟ ବେତନର ୫୦ କିମ୍ବା ଅଧିକ ହେବା ଆବଶ୍ୟକ । ଏହା ଅଧିକାଂଶ କର୍ମଚାରୀଙ୍କ ବେତନ ସଂରଚନାକୁ ବଦଳାଇବ, କାରଣ ବେତନର ଅଣ-ଭତ୍ତା ଅଂଶ ସାଧାରଣତଃ ମୋଟ ବେତନର ୫୦ ପ୍ରତିଶତରୁ କମ୍ ହୋଇଥାଏ । ସେପଟେ ମୋଟ ବେତନରେ ଭତ୍ତାର ଅଂଶ ଅଧିକ ହୋଇଯାଏ । ମୂଳ ଦରମା ବୃଦ୍ଧି ଆପଣଙ୍କ PF କୁ ମଧ୍ୟ ବୃଦ୍ଧି କରିବ । PF ମୂଳ ଦରମା ଉପରେ ଆଧାରିତ ହୋଇଥାଏ । ଯାହାର ଅର୍ଥ ଟେକ୍-ହୋମ୍ କିମ୍ବା ଅନ୍-ହ୍ୟାଣ୍ଡ୍ ପେରେ ହ୍ରାସ ଘଟିବ ।

ବର୍ତ୍ତମାନ, ନିଯୁକ୍ତିଦାତାମାନେ ବେତନକୁ ବିଭିନ୍ନ ପ୍ରକାରର ଭତ୍ତାରେ ଭାଗ କରନ୍ତି । ଏହି କାରଣରୁ ମୌଳିକ ଦରମା କମ୍ ରହିଥାଏ, ଯେଉଁଥିପାଇଁ ଭବିଷ୍ୟତ ନିଧି ପାଣ୍ଠି (PF) ଓ ଆୟକର ମଧ୍ୟ ଯୋଗଦାନ କମ୍ ରହିଥାଏ । ନୂତନ ବେତନ ସଂହିତାରେ, PF ର ଯୋଗଦାନ ମୋଟ ବେତନର ୫୦ ପ୍ରତିଶତ ଆଧାରରେ ସ୍ଥିର କରାଯିବ ।

ଗ୍ରାଚ୍ୟୁଇଟି ଏବଂ PF ରେ ଯୋଗଦାନ ବୃଦ୍ଧି ଅବସର ପରେ ପ୍ରାପ୍ତ ରାଶି ବୃଦ୍ଧି କରିବ । ଏହା ଅବସର ପରେ ଲୋକଙ୍କୁ ସୁଖମୟ ଜୀବନଯାପନ କରିବାରେ ସହଜ ହେବ । ଉଚ୍ଚ ବେତନ ପ୍ରାପ୍ତ ଅଧିକାରୀଙ୍କ ବେତନ ସଂରଚନା ସର୍ବାଧିକ ପରିବର୍ତ୍ତନ ହେବ ଏବଂ ଅଧିକ ପ୍ରଭାବିତ ହେବ । PF ଏବଂ ଗ୍ରାଚ୍ୟୁଇଟି ବୃଦ୍ଧି ଦ୍ୱାରା କମ୍ପାନୀଗୁଡ଼ିକର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । କାରଣ ସେମାନଙ୍କୁ ମଧ୍ୟ କର୍ମଚାରୀଙ୍କ ପାଇଁ PF ରେ ଅଧିକ ଯୋଗଦାନ ଦେବାକୁ ପଡିବ । କମ୍ପାନୀଗୁଡିକର ବାଲାନ୍ସ ସିଟ୍ ମଧ୍ୟ ଏହି ଜିନିଷ ଦ୍ୱାରା ପ୍ରଭାବିତ ହେବ ।