ନୂଆଦିଲ୍ଲୀ: କୋରୋନା ଅବଧିରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ (Indian Railways) ଦ୍ୱାରା କ୍ରମାଗତ ଭାବେ ନୂତନ ସ୍ୱତନ୍ତ୍ର ଟ୍ରେନ୍ ସଞ୍ଚାଳନ କରାଯାଉଛି । ବର୍ତ୍ତମାନ କେନ୍ଦ୍ରୀୟ ରେଳବାଇ ଓ ଉତ୍ତର ରେଳପଥ ଦ୍ୱାରା ଆହୁରି ଅନେକ ଟ୍ରେନ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀମାନେ ଆଗରୁ ସଂରକ୍ଷଣ କରିବା ଆବଶ୍ୟକ । ଏହାସହ ଯାତ୍ରା ସମୟରେ କୋଭିଡ-19 ପ୍ରୋଟୋକଲ ଅନୁସରଣ କରିବା ଆବଶ୍ୟକ । ଆସନ୍ତୁ ଜାଣିବା କେଉଁ ରୁଟରେ ସ୍ପେଶାଲ ଟ୍ରେନର ଘୋଷଣା କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏହି ଯୋଜନାରେ ମାଗଣାରେ ମିଳିବ LPG କନେକ୍ସନ ଓ ୧୬୦୦ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା


୧. 01151 ଦାଦରରୁ ମାଡଗାଓଁ ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ୫ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍  ୫ ଫେବୃଆରୀ ୨୦୨୧ରୁ ସପ୍ତାହରେ ୫ଦିନ ଏହାର ସେବା ଯୋଗାଇବ । ଦାଦରରୁ ମାଡଗାଓଁ ପର୍ଯ୍ୟନ୍ତ ଏହି ଟ୍ରେନ୍ ମଙ୍ଗଳବାର ଓ ଶୁକ୍ରବାର ଦିନ ଚାଲିବ ନାହିଁ । ଦାଦରରୁ ଏହି ଟ୍ରେନର ଚାଲିବା ସମୟ ସକାଳ ୫.୨୫ ମିନିଟ ଏବଂ ମାଡଗାଓଁରେ ପହଞ୍ଚିବାର ସମୟ ଅପରାହ୍ନ ୧୪.୧୦ ମିନିଟରେ ହେବ ।


୨. 01152 ମାଡଗାଓଁରୁ ଦାଦର ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ୫ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍ ୧୦ ଫେବୃଆରୀ ୨୦୨୧ରୁ ସପ୍ତାହରେ ୫ଦିନ ଏହାର ସେବା ଯୋଗାଇବ । ମାଡଗାଓଁରୁ ଦାଦର ପର୍ଯ୍ୟନ୍ତ ଏହି ଟ୍ରେନ୍ ମଙ୍ଗଳବାର ଓ ଶୁକ୍ରବାର ଦିନ ଚାଲିବ ନାହିଁ । ମାଡଗାଓଁରୁ ଏହି ଟ୍ରେନର ଚାଲିବା ସମୟ ଅପରାହ୍ନ  ୧୪.୪୦ ମିନିଟ ରହିବ । ଏହି ଟ୍ରେନ୍ ରାତି ୨୩.୧୫ ମିନିଟରେ ଦାଦାର ପହଞ୍ଚିବ ।


୩. 02035 ପୁଣେରୁ ନାଗପୁର ସ୍ପେଶାଲ ଟ୍ରେନ୍ (ସପ୍ତାହରେ ୩ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍ ପୁଣେରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଫେବୃଆରୀ ୭ରୁ ସନ୍ଧ୍ୟା ୧୭.୪୦ ମିନିଟରେ ଛାଡି ପରଦିନ ୯.୧୦ ମିନିଟରେ ନାଗପୁରରେ ପହଞ୍ଚିବ ।


ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର


୪. 02036 ନାଗପୁରରୁ ପୁଣେ ସ୍ୱତନ୍ତ୍ର ଟ୍ରେନ୍ (ସପ୍ତାହରେ ୩ ଦିନ) - ଏହି ସ୍ୱତନ୍ତ୍ର ଟ୍ରେନ୍ ଆଜି ଫେବୃଆରୀ ୬ରୁ ଆରମ୍ଭ ହେବ । ନାଗପୁର ରେଳ ଷ୍ଟେସନରୁ ଏହି ଟ୍ରେନ୍ ପ୍ରତ୍ୟେକ ସୋମବାର, ଗୁରୁବାର ଏବଂ ଶନିବାର ୧୮.୦୦ ମିନିଟରେ ଚାଲିବ ଏବଂ ପରଦିନ ସକାଳ ୯.୦୫ ମିନିଟରେ ପୁଣେରେ ପହଞ୍ଚିବ ।


୫. 04662 ଜାମ୍ମୁ ତବିରୁ ବାରମର୍ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ୍- ଏହି ଟ୍ରେନ୍ ସପ୍ତାହରେ ତିନି ଦିନ ଏହାର ସେବା ଦେବ । ଜାମ୍ମୁ ତବିରୁ ଏହି ଟ୍ରେନ୍ ପ୍ରତ୍ୟେକ ବୁଧବାର, ଶୁକ୍ରବାର ଏବଂ ରବିବାର ସକାଳ ୨୨.୪୫ ମିନିଟରେ ଚାଲିବ ଏବଂ ତୃତୀୟ ଦିନରେ ସକାଳ ୪.୦୦ ମିନିଟରେ ବାରମେରରେ ପହଞ୍ଚିବ ।


୬. 04661 ବାରମେରରୁ ଜାମ୍ମୁ ତବି ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ୍- ବାରମର୍ ଠାରୁ ଚାଲୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପ୍ରତ୍ୟେକ ଶୁକ୍ରବାର, ରବିବାର ଏବଂ ମଙ୍ଗଳବାର ଫେବୃଆରୀ  ୧୨ରୁ ୨୩.୫୫ ମିନିଟରେ ଚାଲିବ ଏବଂ ତୃତୀୟ ଦିନରେ ସକାଳ ୫.୪୦ ମିନିଟରେ ଜମ୍ମୁ ତବିରେ ପହଞ୍ଚିବ ।