ନୂଆଦିଲ୍ଲୀ: Indian Railways News Latest: ଭାରତୀୟ ରେଲୱେ (Indian Railways) କୋରୋନା କାଳରେ ୟୁପି ଓ ବିହାରର ଯାତ୍ରୀମାନଙ୍କୁ ବହୁତ ସୁବିଧା ଦେଇଛି । ଉତ୍ତରପ୍ରଦେଶ ଓ ବିହାର ଯାଉଥିବା ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ଘୋଷଣାରୁ ଘରକୁ ଯାଉଥିବା ହଜାର ହଜାର ଲୋକଙ୍କୁ ଖୁବ୍ ରିହାତି ମିଳିବ । ଉତ୍ତରପ୍ରଦେଶ ଓ ବିହାରର ଯାତ୍ରୀମାନଙ୍କ ସୁବିଧା ପାଇଁ ଉତ୍ତର ରେଳବାଇ (Northern Railway) ଦରଦଙ୍ଗା ଓ ସୀତାମଢୀ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ତିନିଟି ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ୍ ୨୪ରୁ୨୫ ପର୍ଯ୍ୟନ୍ତ ଉଭୟ ସହରକୁ ଯିବ । ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଛି ।

 


 

ରେଳ ଅଧିକାରୀ କହିଛନ୍ତି ଯେ, ବିଭିନ୍ନ ମାର୍ଗର ଚାହିଦା ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରାଯାଉଛି । କେବଳ ସଂରକ୍ଷିତ ଏବଂ RAC ଟିକେଟ୍ ଥିବା ଯାତ୍ରୀମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯାଉଛି । ଯାତ୍ରା ସମୟରେ ମାସ୍କ ପିନ୍ଧିବା ଆବଶ୍ୟକ । ଯେଉଁମାନେ ମାସ୍କ ଲଗାଇବେ ନାହିଁ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

 


 

ଦିଲ୍ଲୀ-ଦାରବଙ୍ଗା ମଧ୍ୟରେ ଚାଲିବାକୁ ଯାଉଥିବା ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍

 

ଟ୍ରେନ ନମ୍ୱର 04492 ଏପ୍ରିଲ୍ ୨୪ରେ, ଟ୍ରେନ ନମ୍ୱର 04496 ଏପ୍ରିଲ ୨୫ରେ ଓ 04068 ଏପ୍ରିଲ ୨୬ରେ ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନରୁ ରାତି ୧୧ଟାରେ ପ୍ରସ୍ଥାନ କରିବ ଏବଂ ପର ଦିନ ରାତି ୧୧ଟା ସମୟରେ ଦରଭଙ୍ଗା ପହଞ୍ଚିବ । ଏହି ଟ୍ରେନ୍ ଗୁଡିକ ମୁରାଦାବାଦ, ରାମପୁର, ବରେଲି, ଶାହାଜାହାନପୁର, ଲକ୍ଷ୍ନୌ, ବାରାବଙ୍କି, ଗୋଣ୍ଡା, ମାନକପୁର, ବଭନାନ, ବସ୍ତି, ଖାଲିଲାବାଦ, ଗୋରଖପୁର, ଦେଓରିଆ ସଦର, ଭଟନୀ, ଭାଟପର ରାନୀ, ମୌ ରୱା, ସିୱାନ, ଛାପରା, ହାଜିପୁର, ମୁଜାଫରପୁର, ଢୋଲି, ସମସ୍ତିପୁର, ହାୟାଘାଟ ଏବଂ ଲହରିଆ ସରାୟ ଷ୍ଟେସନରେ ରହିବ ।

 


 

ନୂଆଦିଲ୍ଲୀରୁ ସୀତାମଢ଼ୀ ପର୍ଯ୍ୟନ୍ତ ଚାଲିବାକୁ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍ 

 

ଟ୍ରେନ ନମ୍ୱର 04494 ଏପ୍ରିଲ୍ ୨୪ରେ, ଟ୍ରେନ ନମ୍ୱର 04498 ଏପ୍ରିଲ ୨୫ରେ ଓ 0407 ଏପ୍ରିଲ ୨୬ରେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ରାତି ୧୧.୫୫ ମିନିଟରେ ପ୍ରସ୍ଥାନ କରି ତୃତୀୟ ଦିନ ରାତି ୦୨.୧୦ ମିନିଟରେ ସୀତାମଢୀ ପହଞ୍ଚିବ । ଏହା ମୁରାଦାବାଦ, ବରେଲି, ଶାହାଜାହାନପୁର, ହରଦୋଇ, ଆଲାମ ନଗର, ଲକ୍ଷ୍ନୌ, ବାରାବଙ୍କି, ରୁଦୌଲି, ଫୈଜାବାଦ, ଅଯୋଧ୍ୟା, ଗୋଶୌଙ୍ଗଞ୍ଜ, ଆକବରପୁର, ଶାହଗଞ୍ଜ, ଜୈନପୁର, ବାରାଣାସୀ, ବାରାଣାସୀ ସିଟି, ଔଡ଼ିହାର, ଗାଜୀପୁର ସିଟି, ୟୁସୁଫପୁର, ବଲିଆ, ସୁରେମନପୁର, ଛପରା, ଦିଘୱାରା, ହାଜିପୁର ଏବଂ ମୁଜାଫରପୁର ଷ୍ଟେସନରେ ଅଟକିବ ।