କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ୧୨ଟି ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ୧୨ଟି ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏଠାରେ କହି ରଖୁଛୁ ଯେ, ଆଜିକାଲି ସରକାର ଅଣସଂରକ୍ଷିତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ କିଛି ଟ୍ରେନ୍ ବ୍ୟତୀତ ସମସ୍ତ ଟ୍ରେନରେ ଯାତ୍ରା କରିବା ପାଇଁ ସଂରକ୍ଷିତ ଟିକେଟ୍ ଆବଶ୍ୟକ । 

କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ୧୨ଟି ଟ୍ରେନ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଆଜିକାଲି ସମଗ୍ର ଦେଶ କୋରୋନା (Coronavirus) ମହାମାରୀ ସହ ଲଢୁଛି । କୋରୋନା (COVID-19) ମହାମାରୀ ମଧ୍ୟରେ ପଶ୍ଚିମ ରେଳବାଇ (Western Railway) ଯାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ୧୨ଟି ଟ୍ରେନ୍ ବାତିଲ କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଟ୍ରେନ୍ ଗୁଡିକ ବାତିଲ୍ ହୋଇ ରହିବ । ରେଳବାଇ (Indian Railways) ରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରେନଗୁଡିକ ଏପ୍ରିଲ ୧୯, ୨୦୨୧ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନାର ଏହି ୫ଟି 'ମାରାତ୍ମକ' ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ ଯାଆନ୍ତୁ ଡାକ୍ତରଖାନା

ଏପ୍ରିଲ ୧୯ ଠାରୁ ଏହି ଟ୍ରେନ୍ ଗୁଡିକ ହେଲା ବାତିଲ

୧. ଟ୍ରେନ୍ ନମ୍ବର 09007 ସୁରଟ-ଭୁସାବଲ ସ୍ପେଶାଲ୍ 

୨. ଟ୍ରେନ୍ ନମ୍ବର 2959 ଭଡୋଦରା-ଜାମନଗର ସୁପରଫାଷ୍ଟ ସ୍ପେଶାଲ୍ 

୩. ଟ୍ରେନ୍ ନମ୍ବର 2960 ଜାମନଗର-ଭଡୋଦରା ସୁପରଫାଷ୍ଟ ସ୍ପେଶାଲ୍

୪. ଟ୍ରେନ୍ ନମ୍ବର 09258 ଭେରାଭାଲ୍-ଅହମ୍ମଦାବାଦ ସ୍ପେଶାଲ୍ 

୫. ଟ୍ରେନ୍ ନମ୍ବର 09323 ଡକ୍ଟର ଆମ୍ବେଦକର ନଗର-ଭୋପାଳ ସ୍ପେଶାଲ୍

୬. ଟ୍ରେନ୍ ନମ୍ବର 09340 ଭୋପାଳ-ଦାହୋଡ୍ ସ୍ପେଶାଲ୍ 

ଏହି ଟ୍ରେନ୍ ଗୁଡିକ ଏପ୍ରିଲ୍ ୨୦ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି

୧. ଟ୍ରେନ୍ ନମ୍ବର 09257 ଅହମ୍ମଦାବାଦ-ଭେରାଭାଲ୍ ସ୍ପେଶାଲ୍ 

୨. ଟ୍ରେନ୍ ନମ୍ବର 09008 ଭୁସାଭାଲ-ସୁରଟ ସ୍ପେଶାଲ୍ 

୩. ଟ୍ରେନ୍ ନମ୍ବର 09077 ନନ୍ଦୁରୱାର-ଭୁସାଭାଲ୍ ସ୍ପେଶାଲ୍ 

୪. ଟ୍ରେନ୍ ନମ୍ବର 09078 ଭୁସାଭାଲ-ନନ୍ଦୁରୱାର ସ୍ପେଶାଲ୍ 

୫. ଟ୍ରେନ୍ ନମ୍ବର 09339 ଦାହୋଦ-ଭୋପାଳ ସ୍ପେଶାଲ୍ 

୬. ଟ୍ରେନ୍ ନମ୍ବର 09324 ଭୋପାଳ-ଡକ୍ଟର ଆମ୍ବେଦକର ନଗର ସ୍ପେଶାଲ୍

ଅଧିକ ପଢ଼ନ୍ତୁ:-ଅନିୟନ୍ତ୍ରିତ କୋରୋନା: ଦେଶରେ ପ୍ରଥମ ଥର ପାଇଁ ୨.୭୩ ଲକ୍ଷ ନୂଆ ମାମଲା ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୯ ସଂକ୍ରମିତଙ୍କ ମୃତ୍ୟୁ

ଅଣସଂରକ୍ଷିତ ଯାତ୍ରା ସମ୍ପୂର୍ଣ୍ଣ ନିଷେଧ 

ଏଠାରେ କହି ରଖୁଛୁ ଯେ, ଆଜିକାଲି ସରକାର ଅଣସଂରକ୍ଷିତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ କିଛି ଟ୍ରେନ୍ ବ୍ୟତୀତ ସମସ୍ତ ଟ୍ରେନରେ ଯାତ୍ରା କରିବା ପାଇଁ ସଂରକ୍ଷିତ ଟିକେଟ୍ ଆବଶ୍ୟକ । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି, ତେବେ ଟିକେଟ୍ ନିଶ୍ଚିତ କରନ୍ତୁ ଏବଂ ଟିକେଟ୍ ନିଶ୍ଚିତ ହେଲେ ଯାତ୍ରା କରନ୍ତୁ ।