ନୂଆଦିଲ୍ଲୀ: Indian Railways/IRCTC: ରେଲୱେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡକୁ ଯାଉଥିବା  ୧୬ଟି ଟ୍ରେନକୁ ବାତିଲ କରିଦେଇଛି । ଗତକାଲି ଠାରୁ ଅର୍ଥାତ୍ ମେ ୭, ୨୦୨୧ରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଏହି ଟ୍ରେନ୍ ଗୁଡିକ ବାତିଲ୍ ରହିବ । ପୂର୍ବାଞ୍ଚଳ ରେଳବାଇ (Eastern Railways) ର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, କୋରୋନା କାଳରେ ପୂର୍ବ ରେଲୱେ ଏହି ଟ୍ରେନ୍ ଗୁଡିକ ଚଳାଇଥିଲା, କିନ୍ତୁ ସେଥିରେ କ୍ଷମତା ଅନୁଯାୟୀ କେବେବି ଯାତ୍ରୀ ମିଳି ନାହିଁ । ସେ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହର (Coronavirus Second Wave) ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଆହୁରି ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ ରେଳବାଇ ଏହି ଟ୍ରେନଗୁଡ଼ିକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଖୁସି ଖବର, ୩ ବକେୟା ମହଙ୍ଗା ଭତ୍ତା ଉପରେ ଏହି ମାସରେ ଅନୁଷ୍ଠିତ ହେବ ବୈଠକ?


ଭାରତୀୟ ରେଳବାଇ (India Railways) କହିଛି ଯେ, ଏହି ଟ୍ରେନ୍ ବାତିଲ ହେବାରୁ ସଞ୍ଚିତ ଉତ୍ସ ଏବଂ କ୍ଷମତା ଅନ୍ୟ ଟ୍ରେନ୍ ଚଲାଇବା କିମ୍ବା ମାଲଗାଡ଼ି Goods Trains) ଚଳାଇବା ପାଇଁ ବ୍ୟବହୃତ ହେବ । ପୂର୍ବାଞ୍ଚଳ ରେଳ ସୂଚନା ଦେଇଛି ଯେ ମେ ୭ରୁ ବିହାର (Bihar) ଭାଗଲପୁରରୁ ଜମାଲପୁର, କ୍ୟୁଲ, ମୋକାମା, ବାର, ବଖତିଆରପୁର, ଫାତୁହା, ପାଟନା ସିଟି ଏବଂ ପାଟନା ଜଙ୍କସନରୁ ଦାନାପୁର ପର୍ଯ୍ୟନ୍ତ ଯାଉଥିବା 03401 ଓ 03402 ସ୍ପେଶାଲ ଏକ୍ସପ୍ରେସକୁ ବାତିଲ କରାଯାଇଛି ।


ପଶ୍ଚିମବଙ୍ଗର ହାୱଡ଼ାରୁ ଦୁର୍ଗାପୁର, ଆସନସୋଲ, ଧନୱାଦ, ବୋକାରୋ ଷ୍ଟିଲ ସିଟି ଦେଇ ରାଞ୍ଚି ପର୍ଯ୍ୟନ୍ତ ଚାଲୁଥିବା 02019 ଏବଂ 02020 ହାୱଡ଼ା ରାଞ୍ଚି ସ୍ପେଶାଲ୍ ଏକ୍ସପ୍ରେସକୁ ବାତିଲ କରାଯାଇଛି ।


ଅଧିକ ପଢ଼ନ୍ତୁ:-କୋରୋନା ସଂକ୍ରମିତ ହେଲେ କଙ୍ଗନା ରାନାୱତ


ଟ୍ରେନ୍ ନମ୍ବର 03027 ଏବଂ 03028 ହାୱଡ଼ା ଆଜିମଗଞ୍ଜ ସ୍ପେଶାଲ ଏକ୍ସପ୍ରେସକୁ ବାତିଲ କରାଯାଇଛି ।


ଟ୍ରେନ୍ ନମ୍ବର 03047, 03048 ହାୱଡ଼ା-ରାମପୁରହାଟ ଏକ୍ସପ୍ରେସ ଓ 03117 ଏବଂ 03118 କୋଲକାତା-ଲାଲଗୋଲା ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି ।


କୋଲକାତା ନିକଟ ହାଲଦିଆରୁ ଆସାନସୋଲ ମଧ୍ୟରେ ଚାଲୁଥିବା ସ୍ପେଶାଲ  ଟ୍ରେନ୍ ନମ୍ବର 03502 ଏବଂ 03501 କୁ ମଧ୍ୟ ବାତିଲ କରାଯାଇଛି ।


ସିୟାଲଦହରୁ ରାମପୁରହାଟ ମଧ୍ୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ନମ୍ବର 03187 ଓ 03188  ମଧ୍ୟ ବାତିଲ କରାଯାଇଛି ।


ପଶ୍ଚିମବଙ୍ଗର ହାୱଡ଼ାରୁ ଝାଡଖଣ୍ଡର ଧନୱାଡକୁ ଯାଉଥିବା 02339 ଓ 02340 କୋଇଲା ଫିଲ୍ଡ ଏକ୍ସପ୍ରେସ ସ୍ପେଶାଲ ମଧ୍ୟ ବାତିଲ ହୋଇଛି ।


ଅଧିକ ପଢ଼ନ୍ତୁ:-ଲୁଣ ଖାଇବାକୁ ନେଇ ଗାଇଡଲାଇନ ଜାରି କଲା WHO, ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏହି ଅଙ୍ଗ ହୋଇଯିବ ନଷ୍ଟ


ହାୱଡ଼ାରୁ ଝାଡଖଣ୍ଡର ରାଜଧାନୀ ରାଞ୍ଚି ପର୍ଯ୍ୟନ୍ତ ଚାଲୁଥିବା ଟ୍ରେନ ନମ୍ୱର 02019 ଓ 02020  ବାତିଲ୍ କରାଯାଉଛି ।


ଟ୍ରେନ ନମ୍ୱର 03027 ଓ 03028 ହାୱଡ଼ା ଆଜିମଗଞ୍ଜ ସ୍ପେଶାଲ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯିବ ।


03047, 03048 ହାୱଡ଼ା-ରାମପୁରହାଟ ଏକ୍ସପ୍ରେସ ମଧ୍ୟ ବାତିଲ ରହିବ ।


03117 ଓ 03118 କୋଲକାତା ଲାଲଗୋଲା ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।


03401 ଓ 03402 ବିହାରକୁ ଯାଉଥିବା ସ୍ପେଶାଲ ଏକ୍ସପ୍ରେସକୁ ବାତିଲ କରାଯାଇଛି ।


ଏହି ଟ୍ରେନ୍ ଗୁଡିକ ମେ ୬ ପର୍ଯ୍ୟନ୍ତ ଚାଲିଥିଲା, ଏହା ପରେ ମେ ୭ରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ୍ ରହିବ ।


ଅଧିକ ପଢ଼ନ୍ତୁ:-ଦିନକରେ ରେକର୍ଡ ୪୧୮୭ ମୃତ୍ୟୁ, ୪ ଲକ୍ଷରୁ ଉର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ


ଏହି ଟ୍ରେନ୍ ଉପରେ ପଡ଼ିବ ପ୍ରଭାବ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା


04184 ଦିଲ୍ଲୀ ଟୁଣ୍ଡଲା ଜଙ୍କସନ ଏକ୍ସପ୍ରେସ 


04183 ତୁଣ୍ଡଲା ଦିଲ୍ଲୀ ଏକ୍ସପ୍ରେସ 


04418 ଦିଲ୍ଲୀ ହାଥରସ କିଲା ଅଣସଂରକ୍ଷିତ ଏକ୍ସପ୍ରେସ 


04417 ହାଥରସ କିଲା ଦିଲ୍ଲୀ ଏକ୍ସପ୍ରେସ 


04414 ନୂଆଦିଲ୍ଲୀ ଆଲିଗଡ ଜଙ୍କସନ ଅଣସଂରକ୍ଷିତ ଏକ୍ସପ୍ରେସ 


04415 ଆଲିଗଡ ଦିଲ୍ଲୀ ଅଣସଂରକ୍ଷିତ ଏକ୍ସପ୍ରେସ 


04420 ଗାଜିଆବାଦ ଜଙ୍କସନ ମଥୁରା ଜଙ୍କସନ ଅଣସଂରକ୍ଷିତ ଏକ୍ସପ୍ରେସ 


04419 ମଥୁରା ଜଙ୍କସନ ଗାଜିଆବାଦ ଜଙ୍କସନ ଅଣସଂରକ୍ଷିତ ଏକ୍ସପ୍ରେସ