ନୂଆଦିଲ୍ଲୀ: Indian Railway Recruitment 2021: ଭାରତୀୟ ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ଏଥିପାଇଁ ଭାରତୀୟ ରେଳବାଇ (Indian Railways) ରେ ପଶ୍ଚିମ ରେଳ (Western Railway) ଅଧୀନରେ ଥିବା ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତାକାଲି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏପର୍ଯ୍ୟନ୍ତ ଏହି ପଦ ପାଇଁ ଆବେଦନ କରିନାହାଁନ୍ତି (Indian Railway Recruitment 2021), ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrc-wr.com ଭିଜିଟ୍ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ (Indian Railway Recruitment 2021) ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚଳିତ ବର୍ଷ ମେ ୨୫ରେ ସକାଳ ୧୧ଟାରୁ ଆରମ୍ଭ ହୋଇଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଘୋର ଖାଦ୍ୟ ସଙ୍କଟ: କଫିର ଦାମ ୭ ହଜାର ତ କଦଳୀ କେଜି ୩,୩୩୫ ଟଙ୍କା, ଦେଶର ମୁଦ୍ରାସ୍ଫୀତି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍!


ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ କ୍ଲିକ୍ https://www.rrc-wr.com/ କରି ପୋଷ୍ଟଗୁଡିକ ପାଇଁ (Indian Railway Recruitment 2021) ସିଧାସଳଖ ଆବେଦନ କରିପାରିବେ । ଏଥିସହ ଆପଣ ଏହି ଲିଙ୍କ୍ https://www.rrc-wr.com/rrwc/Act_Appr_2021-22/Apprentice_2021-22_Notification.pdf ମାଧ୍ୟମରେ ଅଫିସିଆଲ୍ ନୋଟିଫିକେଶନ ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି (Indian Railway Recruitment 2021) ପ୍ରକ୍ରିୟା ଅନୁଯାୟୀ, କାର୍ପେଣ୍ଟର, ଇଲେକ୍ଟ୍ରିସିଆନ୍, ଇଲେକ୍ଟ୍ରୋନିକ୍ ମେକାନିକ୍, ପେଣ୍ଟର, ପାଇପ୍ ଫିଟର୍, ପ୍ଲମ୍ବର, ଡ୍ରାଫ୍ଟମ୍ୟାନ୍, ଡାଇସ୍, ୱେଲଡର୍, ଡିଜେଲ୍ ମେକାନିକ୍, ରେଫ୍ରିଜରେଟର ଏସି ମେକାନିକ୍ ଇତ୍ୟାଦିର ୩୫୯୧ଟି ପଦକୁ ପୂରଣ କରାଯିବ ।


ଅଧିକ ପଢ଼ନ୍ତୁ:-ଦେଶରେ ବର୍ତ୍ତମାନ ଯାଏଁ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ସଂକ୍ରମିତ, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା


Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ 


ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ- ମେ ୨୫,୨୦୨୧ ସକାଳ ୧୧ଟାରୁ ଆରମ୍ଭ ।


ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ଜୁନ୍ ୨୪, ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ।


ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!


Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ 


ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ 50% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିବା ଆବଶ୍ୟକ । ଏହା ବ୍ୟତୀତ NCVT ସହିତ ଜଡିତ ITI ପ୍ରମାଣପତ୍ର ରହିବା ଆବଶ୍ୟକ ।


Indian Railway Recruitment 2021 ପାଇଁ ବୟସ ସୀମା 


ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।