ନୂଆଦିଲ୍ଲୀ: ଲକଡାଉନ ପରଠୁ ଦେଶରେ ସ୍ୱଭାବିକ ରେଳ ସେବା ଠପ ପଡିଛି। କେବଳ କିଛି ସ୍ୱତନ୍ତ୍ର ଟ୍ରନ ମାଧ୍ୟମରେ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ଏବେ ସେଥିରୁ ୬୦୦ରୁ ଅଧିକ ମେଲ ଓ ଏକ୍ସପ୍ରେସ ଟ୍ରେନ୍ ବାଦପଡିବ। ଏଥିସହିତ ୧୦,୨୦୦ ଷ୍ଟେସନକୁ ହଟାଇବାକୁ ସରକାର ଯୋଜନା କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ରେଳ ଚଳାଚଳକୁ ନେଇ ଆଇଆଇଟି ମୁମ୍ବାଇର ସହଯୋଗରେ ରେଳ ବିଭାଗ ଶୂନ-ଆଧାରିତ ସମୟ ସାରଣୀ ପ୍ରସ୍ତୁତ କରିଛି। ଏହା ଆସନ୍ତା ଡିସେମ୍ୱର ପହିଲାରୁ କାର୍ଯ୍ୟକାରୀ ହୋଇପାରେ। ଅପସାରିତ ଷ୍ଟେସନ ତାଲିକାରେ ୧୬୦୦ ରାତ୍ରୀ ରହଣି ଷ୍ଟେସନ ଗୁଡିକୁ ବି ସାମିଲ କରାଯାଇଛି। କୋରୋନା କାଳେ ରେଳ ବିଭାଗ ଅଧିକ କ୍ଷତି ସହିଥିବାକୁ ଏଭିଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।


 ଅଧିକ ପଢନ୍ତୁ: ହିମାଙ୍ଗୀଙ୍କୁ ନିଜର ମନକଥା କହିବେ ଲଭଗୁରୁ


ସେପଟେ ଶୂନ-ଆଧାରିତ ସମୟ ସାରଣୀ ଲାଗୁ ହେଲେ ଭାରତୀୟ ରେଳବାଇର ରାଜସ୍ୱ ବର୍ଷକୁ ପ୍ରାୟ ୨୦୦୦ କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଆଶା କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରେଳବାଇରେ ମେଲ/ଏକ୍ସପ୍ରେସ, ପ୍ରିମିୟମ, ସୁପରଫାଷ୍ଟ ଏବଂ ସ୍ଥାନୀୟ ଟ୍ରେନ୍ ସହିତ ମୋଟ ୪୬୦୦ଟି ନିୟମିତ ଟ୍ରେନ୍ ଅଛି। ତେବେ ଯୋଜନା ମୂତାବକ, ୩୬୦ଟି ଟ୍ରେନକୁ ମେଲ କିମ୍ବା ଏକ୍ସପ୍ରେସର ପରିବର୍ତ୍ତନ କରାଯିବ। ସେହିପରି୧୨୦ଟି ମେଲ/ଏକ୍ସପ୍ରେସକୁ ସୁପରଫାଷ୍ଟକୁ ଉନ୍ନତ କରାଯିବ।


ଉପରୋକ୍ତ ପରିବର୍ତ୍ତନ ବ୍ୟତୀତ ନୂତନ ସମୟ ସାରଣୀରେ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ୍ ସେବାର ପୁରୁଣା ଅଭ୍ୟାସରୁ ରେଳବାଇ ନମୁକ୍ତି ପାଇବ। ବର୍ତ୍ତମାନ ରେଳବାଇ ଚାହିଦାକୁ ପୂରଣ କରିବା ଏବଂ ଦକ୍ଷତା ବୃଦ୍ଧି ପାଇଁ ଏକ ଅଲଗା ଟ୍ରେନ୍ ଚଳାଚଳ କରିବ। ଏହି ପଦକ୍ଷେପ ସହିତ ରେଳ ନେଟୱାର୍କରେ ରାତ୍ରୀ ରହଣି ବ୍ୟବସ୍ଥା ହ୍ରାସ ପାଇବ।


ଅଧିକ ପଢନ୍ତୁ: ଦିଲ୍ଲୀର ଆକାଂକ୍ଷାଙ୍କୁ ଶତପ୍ରତିଶତ ମାର୍କ, ଟପ୍ପର କିନ୍ତୁ ସୋଏବ


ଏପରି ହେଲେ ଦେଶରେ ରେଳ ଚଳାଚଳ ସଂଖ୍ୟା କମିଯିବ। ଫଳରେ ଟ୍ରାକ ଖାଲି ରହିବ ଓ ରେଳ ଦୁର୍ଘଟଣା ସମ୍ଭାବନା ହ୍ରାସ ପାଇବ। ଯାତ୍ରୀ ସ୍ୱଳ୍ପ ସମୟ ମଧ୍ୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ। ତେବେ ଛୋଟ ଛୋଟ ଷ୍ଟେସନରୁ ଉଠୁ ଥିବା ଯାତ୍ରୀ ଅଧିକ ହଇରାଣ ହେବେ ବୋଲି ଆଶଙ୍କା କରାଯାଉଛି।