ହିମାଗ୍ନୀଙ୍କୁ ନିଜର ମନକଥା କହିବେ ଲଭଗୁରୁ
Advertisement

ହିମାଗ୍ନୀଙ୍କୁ ନିଜର ମନକଥା କହିବେ ଲଭଗୁରୁ

ରବିବାର ରିଲିଜ ହେବ ମ୍ୟୁଜିକାଲ ଭିଡିଓ ସୁନ ଥରେ ସୁନ..

 

ହିମାଗ୍ନୀଙ୍କୁ  ନିଜର ମନକଥା କହିବେ ଲଭଗୁରୁ

ନୂଆଦିଲ୍ଲୀ: 'ଜହ୍ନ ମାମୁଁର ଭାଣିଜୀ'ର ସଫଳତା ପରେ ଅଶ୍ୱିନୀଙ୍କର ଆଉ ଏକ ମ୍ୟୁଜିକାଲ ଭିଡ଼ିଓ ରବିବାର ରିଲିଜ ହେବାକୁ ଯାଉଛି। ରିଲିଜ ହେବାକୁ ଥିବା 'ସୁନ ଥରେ ସୁନ' ଶୀର୍ଷକ ଏହି ମ୍ୟୁଜିକାଲ ଭିଡ଼ିଓ ଲଭଗୁରୁ ଅଶ୍ୱିନୀଙ୍କ ସହିତ ରହିଛନ୍ତି ନବାଗତା ହିମାଗ୍ନୀ। ଇଞ୍ଜିନିୟରିଂରେ ଶିକ୍ଷା ହାସଲ କରିଥିବା ହିମାଗ୍ନୀଙ୍କ ଏହା ହେଉଛି ଦ୍ୱିତୀୟ ମ୍ୟୁଜିକାଲ ଭିଡ଼ିଓ। 

ଏହା ପୂର୍ବରୁ ହିମାଗ୍ନୀଙ୍କୁ 'ଅଧା କଷା ଅଙ୍କ'ରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ଏହି ସୁନ୍ଦରୀ ଲଳନାଙ୍କୁ ନେଇ ପୁଣି ଥରେ ଏକ୍ସପେରିମେଣ୍ଟ କରିଛନ୍ତି ସବୁବେଳେ ହିଟ ମ୍ୟୁଜିକ ଦେଉଥିବା ସ୍ମୃତି ରଞ୍ଜନ। ସବୁବେଳେ ନୂଆ ନୂଆ ପ୍ରତିଭାଙ୍କୁ ସୁଯୋଗ ଦେବାରେ ସ୍ମୃତି ରଞ୍ଜନ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। ଆଇଡଲ ଓଡ଼ିଶା ସହ ଅରମାନ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକାଲ ଭିଡ଼ିଓରେ ସ୍ମୃତି ରଞ୍ଜନ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଦେବଦତ୍ତ ବିଶ୍ୱାଳ ନିର୍ଦ୍ଦେଶନା ଦେଇଛନ୍ତି।

ସେହିଭଳି ଜହ୍ନ ମାମୁଁର ଭାଣିଜୀ ତୁ ଟିମ ପୁନର୍ବାର ଏହି ମ୍ୟୁଜିକାଲ ଭିଡ଼ିଓରେ କାମ କରିଛନ୍ତି, ଯାହା ଆସନ୍ତା ରବିବାର ରିଲିଜ ହେବାକୁ ଯାଉଛି। ହ୍ୟୁମାନ ସାଗର ଓ ଜ୍ୟୋତିର୍ମୟୀଙ୍କ କଣ୍ଠରେ ଗୀତଟି ବେଶ ମନଛୁଆଁ ହୋଇ ପାରିଛି। କ୍ରିଏଟିଭ ହେଡ଼ ଓ ଏଡ଼ିଟର ମାନସ କୁମାର ସାହୁ ଗୀତଟିକୁ ବେଶ ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି। ସେହିପରି କ୍ୟାମେରା ମ୍ୟାନ ଅକ୍ଷୟ କୁମାର ନାୟକ ଓ ଜାପାନୀ ଭାଇଙ୍କ ନିର୍ଦ୍ଦେଶନା ଗୀତଟିକୁ ବେଶ ମନଛୁଆଁ କରିଛି। ତେବେ କୋରିଓଗ୍ରାଫର ଦାୟିତ୍ୱ ତୁଲାଇଛନ୍ତି ନନ୍ଦୁ। ସବୁଠାରୁ ବଡ଼ କଥା ହେଉଛି ଯେ, ଗୀତଟି ପୁରୀ ଜିଲ୍ଲା କାକଟପୁର ଅନ୍ତର୍ଗତ ଜାହାନିଆ ଠାରେ ଅତି ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ସୁଟିଂ ହୋଇଛି। 

ସେପଟେ ହିମାଗ୍ନୀ ଏହି ମ୍ୟୁଜିକରେ ଅଶ୍ୱିନୀଙ୍କ ସହିତ ପ୍ରଥମ ଥର ପାଇଁ ନଜର ଆସିବେ। ପୂର୍ବରୁ ସେ ଅଧା କଷା ଅଙ୍କରେ ଅଭିନୟ କରି ନିଜର ପ୍ରତିଭାର ପ୍ରମାଣ ଦେଇପାରିଛନ୍ତି।