ନୂଆଦିଲ୍ଲୀ: ସାରା ଦେଶରେ ବ୍ୟାପିଥିବା କରୋନା ସଙ୍କଟର ଦ୍ୱିତୀୟ ଲହର ଯୋଗୁଁ ଭାରତୀୟ ରେଳବାଇ (Indian Railways) ଅନେକ ଟ୍ରେନକୁ ବାତିଲ କରିଦେଇଥିଲା, କିନ୍ତୁ ବର୍ତ୍ତମାନ ରାଜ୍ୟଗୁଡିକରେ ଧୀରେ ଧୀରେ ପ୍ରତିବନ୍ଧକ ହଟାଯିବା ପରେ ରେଳବାଇ ମଧ୍ୟ ଟ୍ରେନଗୁଡିକୁ ପୁର୍ନବାର ପରିଚାଳନା କରିବାପାଇଁ କାର୍ଯ୍ୟ ଆରମ୍ଭ କରିଛି । ଯାତ୍ରୀମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନହେବା ପାଇଁ ରେଳ ବିଭାଗ ସର୍ବାଧିକ ସଂଖ୍ୟକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି । ଉତ୍ତର ପଶ୍ଚିମ ରେଳବାଇ (North Western Railway) ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।


COMMERCIAL BREAK
SCROLL TO CONTINUE READING

ଉତ୍ତର ପଶ୍ଚିମ ରେଳବାଇ ଏକ ଟ୍ୱିଟରେ କହିଛି ଯେ  ବର୍ତ୍ତମାନ ୧୦ ଟି ସ୍ପେଶାଲ ଟ୍ରେନ୍ ପୁନର୍ବାର ଟ୍ରାକରେ ଗଡ଼ିବ । ଏଥି ସହିତ ଆଠଟି ସ୍ପେଶାଲ ଟ୍ରେନର ଫ୍ରିକ୍ୱେନ୍ସି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଆପଣଙ୍କର ମଧ୍ୟ କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଜନା ଅଛି, ତେବେ ଆପଣ ଏହି ଟ୍ରେନ୍ ଗୁଡିକରେ ମଧ୍ୟ ବୁକ୍ କରିପାରିବେ ।


କେଉଁ ରୁଟରେ ଆରମ୍ଭ ହୋଇଛି ଟ୍ରେନ୍ ସେବା 
ଏହି ଟ୍ରେନ୍ ଗୁଡିକ ଉଦୟପୁର ସହର, ଦିଲ୍ଲୀ ସାରାଇ ରୋହିଲା, ବିକାନେର, ଯୋଧପୁର, ଲାଲଗଡ, ଅବୋହର, ଭାଟିଣ୍ଡା, ସୁରଟଗଡ, ରାଜକୋଟ, ଅହମ୍ମଦାବାଦ, ଶ୍ରୀ ମାତା ବୈଷ୍ଣୋ ଦେବୀ, ଅଜମେର, ଶ୍ରୀ ଗଙ୍ଗନଗର ଓ ଅମ୍ବାଲା ମାର୍ଗରେ ଚାଲିବ । ଉତ୍ତର ରେଳବାଇ ଅନୁଯାୟୀ, ୧୮ ଜୁନରୁ ଅନେକ ଟ୍ରେନ୍ ଚଳାଚଳ କରୁଛି । ଏଥିରେ ସ୍ପେଶାଲ ଟ୍ରେନ୍ ସାମିଲ ଅଛି । ଏହା ବ୍ୟତୀତ, ଯେଉଁମାନେ ପୂର୍ବରୁ ଜାତୀୟ ପରିବହନକାରୀଙ୍କ ଦ୍ୱାରା ଅସ୍ଥାୟୀ ଭାବରେ ସ୍ଥଗିତ କିମ୍ବା ବାତିଲ କରାଯାଇଥିଲା, ସେମାନଙ୍କୁ ବର୍ତ୍ତମାନ ପୁନଃ  ଆରମ୍ଭ କରାଯାଉଛି ।


ଅଧିକ ପଢ଼ନ୍ତୁ: NHAI ପ୍ରକଳ୍ପଗୁଡ଼ିକରେ ମନମୁଖୀ କାର୍ଯ୍ୟ କରିପାରିବେନି କଣ୍ଟ୍ରାକ୍ଟର; ଲାଗୁହେଲା ଏହି ବ୍ୟବସ୍ଥା


ଚେକ କରନ୍ତୁ ଟ୍ରେନର ଲିଷ୍ଟ-
>> ଟ୍ରେନ୍ ନମ୍ବର ୦୨୯୯୪ ଉଦୟପୁର ସିଟି - ଦିଲ୍ଲୀ ସରାଇ ରୋହିଲା ସ୍ପେଶାଲ୍ ୧୮ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୨୯୯୩ ଦିଲ୍ଲୀ ସାରାଇ ରୋହିଲା - ଉଦୟପୁର ସିଟି ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ପୁର୍ନବାର ଚାଲିବ ।
>> ଟ୍ରେନ୍ ନମ୍ବର ୦୧୪୮୭ ବିକାନର୍ - ଦିଲ୍ଲୀ ସରାଇ ରୋହିଲା ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୧୪୮୮ ଦିଲ୍ଲୀ ସାରାଇ ରୋହିଲା - ବିକାନର୍ ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ପୁର୍ନବାର ଚାଲିବ ।
>> ଟ୍ରେନ୍ ନମ୍ବର ୦୧୪୮୧ ଯୋଧପୁର-ଦିଲ୍ଲୀ ସରାଇ ରୋହିଲା ସ୍ପେଶାଲ୍ ୧୮ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୪୭୦୨ ଲାଲଗଡ-ଆବୋହର ସ୍ପେଶାଲ ୧୮ ଜୁନ୍ ୨୦୨୧ ରୁ ପୁଣି ଟ୍ରାକରେ ଚାଲିବ ।
>> ଟ୍ରେନ୍ ନମ୍ବର ୦୪୭୦୨ ଭାଟିଣ୍ଡା-ଲାଲଗଡ ସ୍ପେଶାଲ୍ ୨୦ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୪୭୨୧ ଯୋଧପୁର - ଭାଟିଣ୍ଡା ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ପୁଣି ଚାଲିବ ।


ଅଧିକ ପଢ଼ନ୍ତୁ: WTC Final: ଏହି ୧୧ ଖେଳାଳିଙ୍କ ସହିତ ପଡ଼ିଆକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ
>> ଟ୍ରେନ୍ ନମ୍ବର ୦୪୭୨୨ ଆବୋହର-ଯୋଧପୁର ସ୍ପେଶାଲ ୧୮ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୯୭୪୯ ସୁରଟଗଡ - ଭାଟିଣ୍ଡା ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୯୭୫୦ ଭାଟିଣ୍ଡା - ସୁରଟଗଡ ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୪୭୩୫ ଶ୍ରୀ ଗଙ୍ଗନଗର - ଅମ୍ବାଲା ସ୍ପେଶାଲ୍ ୧୮ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୪୭୩୬ ଅମ୍ବାଲା-ଶ୍ରୀଗଙ୍ଗନଗର ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୯୫୭୯ ରାଜକୋଟ - ଦିଲ୍ଲୀ ସରାଇ ରୋହିଲା ସ୍ପେଶାଲ୍ ୨୪ ଜୁନ୍ ୨୦୨୧ ରୁ ପୁଣି ଆରମ୍ଭ ହେଉଛି ।
>> ଟ୍ରେନ୍ ନମ୍ବର ୦୯୫୮୦ ଦିଲ୍ଲୀ ସାରାଇ ରୋହିଲା-ରାଜକୋଟ ସ୍ପେଶାଲ୍ ୨୫ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୯୪୧୫ ଅହମ୍ମଦାବାଦ - ଶ୍ରୀ ମାତା ବୈଷ୍ଣୋ ଦେବୀ କାଟ୍ରା ସ୍ପେଶାଲ୍ ୨୭ ଜୁନ୍ ୨୦୨୧ ରୁ ଚାଲିବ ।
>> ଟ୍ରେନ୍ ନମ୍ବର ୦୯୪୧୬ ଶ୍ରୀ ମାତା ବୈଷ୍ଣୋ ଦେବୀ କାଟ୍ରା-ଅହମ୍ମଦାବାଦ ସ୍ପେଶାଲ୍ ୨୯ ଜୁନ୍ ୨୦୨୧ ରୁ ଆରମ୍ଭ ହେବ ।
>> ଟ୍ରେନ୍ ନମ୍ବର ୦୨୦୬୫/୦୨୦୬୬ ଅଜମର୍-ଦିଲ୍ଲୀ ସାରାଇ ରୋହିଲା-ଅଜମର୍ ସ୍ପେଶାଲ୍ ୧୯ ଜୁନ୍ ୨୦୨୧ ରୁ ସପ୍ତାହରେ ତିନି ଦିନରୁ ବୃଦ୍ଧି ହୋଇ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ ।